ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଷ୍ଟ୍ରପତି ହେବ ତ ଏମିତି ! ଶପଥ ନେଉ ନେଉ ବଦଳାଇ ଦେଲେ ଦେଶର ସ୍ଥିତି, ଆଇଏମଏଫ୍‌ ଖୁସି ହୋଇ ଖୋଲିଦେଲା ଟ୍ରେଜେରି

Image Courtesy: artnews

ନୂଆଦିଲ୍ଲୀ: ଆଇଏମଏଫ ବା ଅନ୍ତର୍ଜାତୀୟ ମୁଦ୍ରା କୋଷ ଜାତିସଂଘର ଏକ ଆର୍ଥିକ ଏଜେନ୍ସି  ହୋଇଥିବା ବେଳେ ଏହା ବିଶ୍ବର ବିଭିନ୍ନ ଦେଶକୁ ଋଣ ପ୍ରଦାନ କରେ । କୌଣସି ଦେଶ ଋଣ କରିବାକୁ ଚାହୁଁନଥିଲେ ସୁଦ୍ଧା ପରିସ୍ଥିତି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଅନ୍ତି । ପଡ଼ୋଶୀ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟ ଆଇଏମଏଫରୁ ଋଣ କରିଛନ୍ତି । ସେହିଭଳି ଅନ୍ୟ ଏକ ଦେଶ ଆର୍ଜେଣ୍ଟିନାକୁ ଆଇଏମଏଫ ଋଣ ଦେବ ବୋଲି ଜଣାପଡ଼ିବା ପରେ ଚର୍ଚ୍ଚା ଆରମ୍ଭ ହୋଯାଇଛି । 

 କିଛି ଦିନ ହେଲା ଜାଭିୟର ମିଲି ଦେଶର ନୂଆ ରାଷ୍ଟ୍ରପତି ହୋଇଛନ୍ତି । ରାଷ୍ଟ୍ରପତି ହେବା ପରେ ମିଲି ସାହାସିକ ପଦକ୍ଷେପ ନେବା ସହ ପ୍ରାୟ ୫ ବିଲିୟନ ଡଲାର ଋଣ ଆଣିବାକୁ ଆଇଏମଏଫକୁ ରାଜି କରାଇଛନ୍ତି । ମିଲି ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ବେଳକୁ ଆର୍ଜେଣ୍ଟିନା ଭୟଙ୍କର ଆର୍ଥିକ ଦୁଃସ୍ଥିତିରେ ପଡ଼ିଥିଲା ।  ହେଲେ ମିଲି ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ବେଳେ ଦେଶରେ ଖର୍ଚ୍ଚକାଟ କରିଛନ୍ତି । ଆଉ ମିଲିଙ୍କ ଏହି ପଦକ୍ଷେପକୁ ଆଇଏମଏଫ୍‌ ଖୁବ ପ୍ରଶଂସା ମଧ୍ୟ କରିଛି । ମିଲିଙ୍କ ଏହି କାର୍ଯ୍ୟରେ ଖୁସି ଥିବା ଆଇଏମଏଫ ଆର୍ଜେଣ୍ଟିକୁ ୪.୭ ବିଲିୟନ୍‌ ଡଲାର ଋଣ ଦେବାକୁ ଘୋଷଣା କରିଛି । 

 ଜାଭିୟର ମିଲି ଜଣେ ଲିବେରାଲ ଏବଂ  ଅରାଜକ ପୁଞ୍ଜିବାଦ ନେତା ଭାବେ ଜଣାଯାଆନ୍ତି ।  ରାଷ୍ଟ୍ରପତି ନିର୍ବାଚନ ସମୟରେ ଦେଶକୁ ଆର୍ଥିକ ସଂକଟରୁ ମୁକୁଳାଇବା ଲାଗି ପ୍ରତିଶ୍ରୁତି ଦେଇଥିଲେ ମିଲି । ଆର୍ଜେଣ୍ଟିନା ଦକ୍ଷିଣ ଆମେରିକାର ତୃତୀୟ ବଡ଼ ଅର୍ଥବ୍ୟବସ୍ଥା । ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁ ଆର୍ଜେଣ୍ଟିନାରେ ଦରବୃଦ୍ଧି ୨୦୦ ପ୍ରତିଶତରୁ ଅଧିକ ବଢ଼ିଯାଇଛି । ଏପରିକି ଦେଶରେ ଗରିବୀ ମଧ୍ୟ ୪୦ ପ୍ରତିଶତକୁ ଟପିଯାଇଛି । ହେଲେ ମିଲି ଆସିବା ପରେ ଦେଶରେ ଖର୍ଚ୍ଚ କାଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । 

 ଏହା ବିରୋଧରେ ଦେଶରେ ପ୍ରଦର୍ଶନ ହୋଇଥିଲା । କିନ୍ତୁ ଆଇଏମଏଫ ମିଲିଙ୍କ ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରିଛି । ପ୍ରଥମେ ମିଲି ଦେଶର ମୁଦ୍ରାର ଡିଭାଲ୍ୟୁଏସନ୍‌କୁ ୫୦ ପ୍ରତିଶତ କରିବା ସହ ମନ୍ତ୍ରଣାଳୟର ସଂଖ୍ୟା କମାଇଥିଲେ । ଏହା ସହ ସେ ଦେଶରେ ଇନ୍ଧନ, ଗ୍ୟାସ୍‌ ଏବଂ ଟ୍ରାନ୍ସପୋର୍ଟରେ ଥିବା ସବସିଡିକୁ କମ୍‌ କରିଛନ୍ତି । ଦେଶରେ ଚାଲିଆସିଥିବା ଶତାଧିକ ପୁରୁଣା ନିୟମକୁ ରଦ୍ଦ କରିଛନ୍ତି ମିଲି । ଫଳରେ ଦେଶର ଅର୍ଥବ୍ୟସ୍ଥା ଉନ୍ମୋକ୍ତ ହୋଇପାରିବ । ତେବେ ଆର୍ଜେଣ୍ଟିନାର ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବା ଲାଗି ମିଲି ଗୋଟିଏ ପରେ ଗୋଟିଏ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଉ ଏଥିରେ ଖୁସି ହୋଇ ଆଇଏମଏଫ ଆର୍ଜେଣ୍ଟିକାକୁ ଋଣ ଦେବାକୁ ରାଜି ହୋଇଛି । ଏହି ଋଣ ଅର୍ଥରେ ଆର୍ଜେଣ୍ଟିନାର ଅର୍ଥବ୍ୟବସ୍ଥା ସୁଧୁରିବ କି ନାହିଁ ତା ଉପରେ ଏବେ ସମଗ୍ର ବିଶ୍ବର ନଜର ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.