କୋଣାର୍କ,୧୫/୯ : ଓଡ଼ିଶା କ୍ଷୁଦ୍ର ଓ ରାସ୍ତା ପାର୍ଶ୍ବ ଉଠା ବ୍ଯବସାୟୀ ସଂଘ କୋଣାର୍କ ଶାଖା ପକ୍ଷରୁ ୧୦ଦଫା ଦାବି ନେଇ କୋଣାର୍କ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଭାପତି ଲକ୍ଷ୍ମୀଧର ସ୍ବାଇଁଙ୍କ ନେତୃତ୍ବରେ ଶାଖାର କର୍ମକର୍ତ୍ତାମାନେ ମେଡ଼ିକାଲ ଛକ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ୧୦ ଦଫା ଦାବି ପୂରଣ କରିବା ପାଇଁ ସ୍ଳୋଗାନ ମାନ ଦେଇ ବଜାର ପରିକ୍ରମା କରିଥିଲେ। ପରେ କୋଣାର୍କ ଏନଏସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏଥିରେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ଉପସଭାପତି ପ୍ରଦୀପ୍ତ ମହାନ୍ତି, ବରିଷ୍ଠ ଶ୍ରମିକ ନେତା ମନୋରଞ୍ଜନ ପରିଡ଼ା, ଅଖିଳ ଭାରତ କୃଷକ ସଭାର ପୁରୀ ଜିଲ୍ଲା ସଂପାଦକ ବ୍ରଜବନ୍ଧୁ ପରିଡ଼ା, ଶ୍ରମିକ ନେତା ପ୍ରସନ୍ନ ଦାସ, କୋଣାର୍କ ଶାଖାର ସମ୍ପାଦକ ସନ୍ତୋଷ ବେହେରା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୦ଦଫା ଦାବି ସମ୍ବଳିତ ଦାବିପତ୍ର କୋଣାର୍କ ଏନଏସି କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା।