ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଶ୍ନ ପତ୍ର ଲିକ୍‌ ବିରୋଧୀ ବିଲ୍‌ ଲୋକସଭାରେ ପାରିତ, ଆଇନ ଆସିଲେ ତ୍ରାହି ପାଇବେନି ଅପରାଧୀ

Image Courtesy: mid-day.com

ନୂଆଦିଲ୍ଲୀ: ପ୍ରଶ୍ନ ପତ୍ର ଲିକ୍‌ ରୋକିବା ଲାଗି ଆସିଥିବା ବିଧେୟକ ଲୋକସଭାରେ ପାରିତ ହୋଇଛି । ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ କରୁଥିବା ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ କରିବା ପାଇଁ ତିଆରି ହୋଇଛି ଏହି ବିଧେୟକ । ଏହି ବିଲ୍‌କୁ ସରକାର ସୋମବାର ଗୃହରେ ଉପସ୍ଥାପିତ କରିଥିଲେ । ଏଥିରେ ସ୍କୁଲ ପରୀକ୍ଷାରୁ ଆରମ୍ଭ କରି କଲେଜ ଏବଂ ସରକାରୀ ଚାକିରି ପାଇଁ ହେଉଥିବା ପରୀକ୍ଷା ମଧ୍ୟ ସାମିଲ ରହିଛି। 

ଏହି ବିଲ୍‌ରେ ସରକାର ଦୋଷୀଙ୍କ ବିରୋଧରେ କଡ଼ା ନିୟମ ଆଣିଛନ୍ତି । ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ ଏବଂ ୧ କୋଟି ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ । ବିଲଟି ଲୋକସଭାରେ ପାରିତ ହୋଇଥିବା ବେଳେ ଏବେ ଏହାକୁ ରାଜ୍ୟସଭାରେ ଉପସ୍ଥାପିତ କରାଯିବ । ରାଜ୍ୟସଭାରେ ବିଧେୟକ ପାସ ହୋଇଯିବା ପରେ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ଲାଗି ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଧେୟକ ଆଇନ୍‌ରେ ପରିଣତ ହୋଇଯିବ । 

ଏହି ଆଇନ ଆସିଯିବା ପରେ ପରିଶ୍ରମ କରି ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଆଶାୟୀଙ୍କୁ ଆଶ୍ବସ୍ତି ମିଳିବ । ବିଭିନ୍ନ ସମୟରେ ପେପର ଲିକ୍ କାରଣରୁ ଅନେକ ଆଶାୟୀ ମାନସିକ ସ୍ତରରେ ଖୁବ୍‌ ଆଘାତ ପାଉଛନ୍ତି ।

 ୧. ନିୟମ ଉଲ୍ଲଂଘନ କଲେ ଦୋଷୀଙ୍କୁ ଅତିକମରେ ୩ରୁ ୫ ବର୍ଷ ଜେଲ ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଯାଏଁ ଜରିମାନା ଦେବାକୁ ପଡ଼ିବ ।

୨. ସଂଘବଦ୍ଧ ଭାବେ ଅପରାଧ କରିଥିଲେ ଦୋଷୀଙ୍କୁ ୫-୧୦ ବର୍ଷ ଜେଲ ଦଣ୍ଡ ମିଳିବ । ଏହା ସହ ଅତିକମରେ ଏକ କୋଟି ଟଙ୍କା ଜରିମାନା ଦେବେ ଅପରାଧୀ ।

୩. ସେବା ଯୋଗାଉଥିବା ସଂସ୍ଥାର ଭୁଲ ଥିଲେ ଏକ କୋଟି ଟଙ୍କା ଜରିମାନା ଲାଗିବ । ଏହା ସହ ପରୀକ୍ଷା ଆୟୋଜନ ଲାଗି ହୋଇଥିବା ଖର୍ଚ୍ଚ ଫେରାଇବ ସଂସ୍ଥା ।

ଏହି ବିଧେୟକ ଅନୁସାରେ, ପେପର ଲିକ୍‌ ନେଇ ସମସ୍ତ ଅପରାଧ ଜାମିନ୍‌ ବିହୀନ ଏବଂ ସମନ ବିହୀନ । ଏହାର ଅର୍ଥ ପୋଲିସ ନିଜ ଆଡ଼ୁ ମାମଲା କରିବା ସହ ଅପରାଧୀକୁ ବିନା ସମନରେ ଗିରଫ କରିପାରିବ । ସେପଟେ ଅଭିଯୁକ୍ତକୁ ଜାମିନ ମିଳିବନି ଏବଂ ସେ କୌଣସି ବୁଝମଣା କରି ମାମଲାକୁ ରଫାଦଫା କରିପାରିବ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.