ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୦ ବର୍ଷ ଜେଲ୍‌, ଏକ କୋଟି ଟଙ୍କା ଜରିମାନା...ପେପର ଲିକ୍‌ ରୋକିବାକୁ ଆସିଲା ନୂଆ ବିଲ୍‌

ନୂଆଦିଲ୍ଲୀ: ସରକାରୀ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ହେଉ ଅବା ଅନ୍ୟ କୌଣସି ପ୍ରକାର ଅନିୟମିତତା ରୋକିବା ଲାଗି ପେପର ଲିକ୍ ବିଲ୍‌-୨୦୨୪ ଆଣିଛନ୍ତି କେନ୍ଦ୍ର ସରକାର । ଏହି ବିଲ୍‌ରେ ୟୁପିଏସ୍‌ସି, ଏସଏସ୍‌ସି, ବ୍ୟାଙ୍କିଂ, ରେଲଓ୍ବେ, ଜେଇଇ, ନିଟ୍‌, ସିୟୁଇଟି ସମେତ ବିଭିନ୍ନ ସରକାରୀ ଚାକିରି ଲାଗି ଆୟୋଜିତ ହେଉଥିବା ପରୀକ୍ଷାକୁ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ବିଧେୟକରେ କଣ ରହିଛି ?

ଘର କିଣିବା ତ ଦୂରର କଥା, ଭଡ଼ା ଦେବାକୁ ଅସମର୍ଥ ଆମେରିକୀୟ: ରିପୋର୍ଟ

୧. ନିୟମ ଉଲ୍ଲଂଘନ କଲେ ଦୋଷୀଙ୍କୁ ଅତିକମରେ ୩ରୁ ୫ ବର୍ଷ ଜେଲ ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଯାଏଁ ଜରିମାନା ଦେବାକୁ ପଡ଼ିବ ।

୨. ସଂଘବଦ୍ଧ ଭାବେ ଅପରାଧ କରିଥିଲେ ଦୋଷୀଙ୍କୁ ୫-୧୦ ବର୍ଷ ଜେଲ ଦଣ୍ଡ ମିଳିବ । ଏହା ସହ ଅତିକମରେ ଏକ କୋଟି ଟଙ୍କା ଜରିମାନା ଦେବେ ଅପରାଧୀ ।

୩. ସେବା ଯୋଗାଉଥିବା ସଂସ୍ଥାର ଭୁଲ ଥିଲେ ଏକ କୋଟି ଟଙ୍କା ଜରିମାନା ଲାଗିବ । ଏହା ସହ ପରୀକ୍ଷା ଆୟୋଜନ ଲାଗି ହୋଇଥିବା ଖର୍ଚ୍ଚ ଫେରାଇବ ସଂସ୍ଥା ।

ଏହି ବିଧେୟକ ଅନୁସାରେ, ପେପର ଲିକ୍‌ ନେଇ ସମସ୍ତ ଅପରାଧ ଜାମିନ୍‌ ବିହୀନ ଏବଂ ସମନ ବିହୀନ । ଏହାର ଅର୍ଥ ପୋଲିସ ନିଜ ଆଡ଼ୁ ମାମଲା କରିବା ସହ ଅପରାଧୀକୁ ବିନା ସମନରେ ଗିରଫ କରିପାରିବ । ସେପଟେ ଅଭିଯୁକ୍ତକୁ ଜାମିନ ମିଳିବନି ଏବଂ ସେ କୌଣସି ବୁଝମଣା କରି ମାମଲାକୁ ରଫାଦଫା କରିପାରିବ ନାହିଁ । 

ଏବେ ଦେଶରେ ପ୍ରଶ୍ନ ପତ୍ର ପ୍ରଘଟ ମାମଲା ବୃଦ୍ଧି ପାଇବାରେ ଲାଗିଛି । ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ବଡ଼ ନିଷ୍ପତ୍ତି ନେବା ସହ ପ୍ରଶ୍ନ ପତ୍ର ଲିକ୍‌ ମାମଲାର ଯାଞ୍ଚ ଲାଗି ଏସଆଇଟି ଗଠନ କରିଛନ୍ତି । ତେବେ ଦେଶରେ ପ୍ରଶ୍ନ ପତ୍ର ମାମଲା ଉପରେ ରୋକ ଲଗାଇବା ଲାଗି କେନ୍ଦ୍ର ସରକାରଙ୍କ ଏହି ପେପର ଲିକ୍ ବିଲ୍‌ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.