ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଖୁବ୍‌ ଶୀଘ୍ର ବିବାହ କରିବେ ପୁଲକିତ ସମ୍ରାଟ-କୃତି ଖରବନ୍ଦା, ନିର୍ବନ୍ଧର ଫଟୋ ସେୟାର କରି ଲେଖିଲେ ଏମିତି କିଛି

Published By : Prameya | January 31, 2024 8:14 AM

ନୂଆଦିଲ୍ଲୀ ୩୧/୦୧: ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ପୁଲକିତ ସମ୍ରାଟ ଓ କୃତି ଖରବନ୍ଦାଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି । ପୁଲକିତ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଶେୟାର କରିବା ପରଠୁ ଏହି ଖବର ଭାଇରାଲ ହେଉଛି । ଦୀର୍ଘ ଦିନରୁ ଏହି କପଲ୍‌ ପରସ୍ପରକୁ ଡେଟିଂ କରୁଥିଲେ ହେଁ, ବିବାହ ବିଷୟରେ ଅଦ୍ୟାବଧି ମୁହଁ ଖୋଲିନାହାନ୍ତି । ଫଟୋରେ ପୁଲକିତ ଓ କୃତିଙ୍କୁ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଛି । ପରିବାର ସଦସ୍ୟ ଓ ବନ୍ଧୁଙ୍କ ଗହଣରେ ପୁଲକିତ କୃତିଙ୍କୁ ଧରିଥିବା ଖୁସିର ମୁହୂର୍ତ୍ତ ଶେୟାର କରିଛନ୍ତି । ଉଭୟଙ୍କ ଆଙ୍ଗୁଳିରେ ନିର୍ବନ୍ଧ ମୁଦି ସ୍ପଷ୍ଟ ଦେଖାଯାଉଛି । ଏଥିରୁ ଫ୍ୟାନ୍‌ ଉଭୟଙ୍କ ନିର୍ବନ୍ଧ ବିଷୟରେ ଅନୁମାନ କରୁଛନ୍ତି । 




ଫିଲ୍ମ ‘ପାଗଲପନ୍ତି’ ସେଟ୍‌ରେ ପୁଲକିତ-କୃତିଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ସେବେଠୁ ଉଭୟ ଏକାଠି ଅଛନ୍ତି । ଫିଲ୍ମ ‘ବୀରେ କି ୱେଡିଂ’ ଓ ‘ତାଇଶ’ରେ ଉଭୟ ସ୍କ୍ରିନ୍‌ ଶେୟାର କରିଥିଲେ । ଗତ ଡିସେମ୍ବରରେ ପୁଲକିତଙ୍କ ୪୦ତମ ଜନ୍ମଦିନ ଅବସରରେ କୃତି ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜରିଆରେ ତାଙ୍କ ପ୍ରତି ସ୍ନେହ ଓ ଭଲପାଇବା ଶେୟାର କରିଥିଲେ । ନିକଟରେ ଫିଲ୍ମ ‘ଫୁକ୍‌ରେ୩’ରେ ପୁଲକିତ ବଡ଼ ପରଦାରେ ନଜର ଆସିଥିଲେ । ସେପଟେ କୃତି ନିଜର ଅପ୍‌କମିଙ୍ଗ ଫିଲ୍ମ ‘ରିସ୍କି ରୋମିଓ’ର ରିଲିଜ୍‌କୁ ଅପେକ୍ଷା କରିଛନ୍ତି । ଅବିର ସେନଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ମେ’ ମାସରେ ମୁକ୍ତିଲାଭ କରିବ । ଏଥିରେ ତାଙ୍କ ସହ ସନ୍ନି ସିଂହ ମୁଖ୍ୟ ଭୂମିକାରେ ନଜର ଆସିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.