ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଅସ୍ତ୍ରବିରତି ପାଇଁ ହମାସ୍ ପ୍ରସ୍ତୁତ, ୫୦ ପଣବନ୍ଦୀଙ୍କୁ ଛାଡ଼ିବାକୁ ରଖିଲା ୩ ଦିନ ଯୁଦ୍ଧ ବନ୍ଦ ସର୍ତ୍ତ

ଜେରୁଜେଲମ୍, ୧୫/୧୧: ଗାଜା ପଟ୍ଟିରେ ଇସ୍ରାଏଲ୍ ଆକ୍ରମଣ ଜାରି ରଖିଥିବା ବେଳେ ହମାସ୍ ଅସ୍ତ୍ରବିରତି ପାଇଁ ରାଜି ହୋଇଛି । କତାର ପକ୍ଷରୁ କୁହାଯାଇଛି, ୫୦ ଜଣ ପଣବନ୍ଦୀଙ୍କୁ ଛାଡ଼ିବା ଲାଗି ହମାସ୍ ରାଜି ହୋଇଛି । ପ୍ରତି ବଦଳରେ ହମାସ୍ ଚାହୁଁଛି, ୩ ଦିନ ଲାଗି ଇସ୍ରାଏଲ୍ ସେନା ଆକ୍ରମଣ ବନ୍ଦ କରୁ ।

ରିପୋର୍ଟରେ ଅନୁସାରେ, ହମାସ୍ କହିଛି ଇସ୍ରାଏଲକୁ ମଧ୍ୟ କିଛି ଫିଲିସ୍ତିନ୍ ମହିଳା ଓ ଛୁଆଙ୍କୁ ଛାଡ଼ିବାକୁ ପଡ଼ିବ । ତେବେ ଏନେଇ ଇସ୍ରାଏଲ୍ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ଅନ୍ୟପଟେ ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ପରେ ପ୍ରଥମଥର ପାଇଁ ଏକ ତେଲ ଟ୍ୟାଙ୍କର ଗାଜାରେ ପହଞ୍ଚିଛି । ଇସ୍ରାଏଲ୍ ଅନୁମତିରେ ଟ୍ୟାଙ୍କର ପଠା ଯାଇଥିବା ଇଜିପ୍ଟର ନ୍ୟୁଜ୍ ଏଜେନ୍ସି ପ୍ରକାଶ କରିଛି । ଜାତିସଂଘ କହିଛି, ଏଥିରୁ କୌଣସି ଲାଭ ମିଳିବ ନାହିଁ । ଅଧା ଟ୍ୟାଙ୍କର ତେଲ ପଠା ଯାଇଛି ।

ମଧ୍ୟପ୍ରଦେଶରେ ଥମିଲା ନିର୍ବାଚନ ପ୍ରଚାର, ୧୭ରେ ମତଦାତା ନିର୍ଣ୍ଣୟ କରିବେ ୨୫୩୩ ପ୍ରାର୍ଥୀଙ୍କ ଭାଗ୍ୟ

ଏହାରି ଭିତରେ ବୁଧବାର ଇସ୍ରାଏଲ୍ ସେନା ଗାଜାର ଅଲ୍-ଶିଫା ହସ୍ପିଟାଲରେ ପଶିଥିଲା । ହସ୍ପିଟାଲ୍ ଭିତରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଓ ହମାସ୍ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି । ହମାସକୁ ଆତ୍ମସମର୍ପଣ ପାଇଁ କହିଛି ଇସ୍ରାଏଲ୍ ସେନା । ଇସ୍ରାଏଲର କହିବା ଅନୁସାରେ, ହସ୍ପିଟାଲ୍ ତଳେ ରହିଛି ହମାସର ମୁଖ୍ୟାଳୟ । ଜାତିସଂଘ ମୁତାବକ, ହସ୍ପିଟାଲରେ ରୋଗୀ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମିଶାଇ ୨୩୦୦ ଜଣ ରହିଛନ୍ତି ।

ଅନ୍ୟପଟେ ମଙ୍ଗଳବାର ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, ଉତ୍ତର ଗାଜା ପଟ୍ଟିକୁ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ସମ୍ପୂର୍ଣ୍ଣ ଭାବେ କବଜା କରି ନେଇଛି । ତେବେ ହମାସ୍ ଆତଙ୍କୀ କରିଥିବା ସୁଡ଼ଙ୍ଗରେ ଛପି ରହିଛନ୍ତି । ଇସ୍ରାଏଲ୍ ସେନା ସେ ସବୁ ସୁଡ଼ଙ୍ଗକୁ ଚିହ୍ନଟ କରି ନେଇଛି । ଗାଜା ସିଟି ସେଣ୍ଟର ସହ ଇସ୍ରାଏଲ୍ ସେନା ସଂସଦକୁ କବଜା କରିଛି ।

ବିଶ୍ବକପରେ ମହମ୍ମଦ ସାମିଙ୍କ ବିଶାଳ ରେକର୍ଡ, ଅକ୍ତିଆର କଲେ ଦ୍ରୁତତମ ୫୦ ଓ୍ବିକେଟ୍‌

Copyright © 2022 - Summa Real Media Private Limited. All Rights Reserved.