ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖୁବ୍‌ଶୀଘ୍ର ଆସିବ କୁଇନ୍‌ର ସିକ୍ୱେଲ୍‌, ପୁଣି ଲିଡ୍‌ ରୋଲ୍ ନଜର ଆସିପାରନ୍ତି କଙ୍ଗନା

ମୁମ୍ବାଇ ୨୪/୦୨: ୨୦୧୩ ମସିହାରେ ମୁକ୍ତିପ୍ରାପ୍ତ କଙ୍ଗନା ରଣାୱତ୍‌ ଷ୍ଟାରର୍‌ ‘କୁଇନ୍‌’ର ସିକ୍ୱେଲ୍‌ ହେବ । ଫିଲ୍ମର ନିର୍ଦ୍ଦେଶକ ବିକାଶ ବହଲ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଏ ବିଷୟରେ ଖୁଲାସା କରିଛନ୍ତି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କଙ୍ଗନା । ସିକ୍ୱେଲ ପାଇଁ ଅଦ୍ୟାବଧି କି କି ଯୋଜନା ହୋଇଛି, ସେ ବିଷୟରେ ବିକାଶ ଗଣମାଧ୍ୟମ ସହ  ଆଲୋଚନା କରିଛନ୍ତି । 

ସେ କହିଛନ୍ତି, ‘କୁଇନ୍‌’ ମୁକ୍ତିଲାଭ କରିବାର ୧୦ ବର୍ଷ ବିତିଗଲାଣି । ଲୋକେ ଏବେ ବି ତାଙ୍କୁ ଏହାର ସିକ୍ୱେଲ ବିଷୟରେ ପଚାରୁଛନ୍ତି । ମୂଳ ଫିଲ୍ମ ସହ ମେଳ ଖାଇବା ଭଳି ସିକ୍ୱେଲ ନିର୍ମାଣ କରିବାକୁ ସେ ଚାହୁଁଥିଲେ । ଫିଲ୍ମର କାହାଣୀ ଲେଖା ସରିଛି । ସେ କହିଛନ୍ତି, ଟଙ୍କା ପାଇଁ ୪ ବର୍ଷ ତଳୁ ସିକ୍ୱେଲ ରିଲିଜ୍‌ କରି ସାରିଥାନ୍ତେ । କିନ୍ତୁ  ‘କୁଇନ୍‌’ ଯେଉଁ ଛାପ ଦର୍ଶକଙ୍କ ମନରେ ଛାଡ଼ିଛି,  ସେହିଭଳି କାହାଣୀ ନ ପାଇବା ପର୍ଯ୍ୟନ୍ତ  ସିକ୍ୱେଲ ବିଷୟରେ ସେ ଚିନ୍ତା କରିପାରୁ ନ ଥିଲେ । 

ବିକାଶଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଶୈତାନ୍‌’  ଆସନ୍ତା ମାର୍ଚ୍ଚ ୯ ତାରିଖରେ ମୁକ୍ତିଲାଭ କରିବ ।  ଏଥିରେ ଅଜୟ ଦେବଗନ, ଆର୍‌ ମାଧବନ ଓ ଜ୍ୟୋତିକା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।  ଏଥିରେ ମାଧବନଙ୍କ ଶୈତାନ ଲୁକ୍‌ ଦର୍ଶକଙ୍କ  ପାଇଁ ସର୍‌ପ୍ରାଇଜ୍‌ ହେବ । କଙ୍ଗନାଙ୍କର ସବୁଠୁ  ଲୋକପ୍ରିୟ ଫିଲ୍ମ ମଧ୍ୟରେ ‘କୁଇନ୍‌’ ଅନ୍ୟତମ ।  ଫିଲ୍ମରେ ତାଙ୍କ ସହ ରାଜକୁମାର ରାଓ ନଜର  ଆସିଥିଲେ । ବିବାହ ପାଇଁ ପ୍ରତ୍ୟାଖ୍ୟାନର  ସମ୍ମୁଖୀନ ହୋଇଥିବା ଜଣେ ଝିଅ କିଭଳି  ଭାବେ ନିଜ ସ୍ୱପ୍ନକୁ ଏକାକୀ ପୂରଣ  କରିଛି, ତାହା ଥିଲା ଫିଲ୍ମର ବିଷୟବସ୍ତୁ । 

ନିକଟରେ ମୁକ୍ତିପ୍ରାପ୍ତ କଙ୍ଗନାଙ୍କର ସମସ୍ତ ଫିଲ୍ମ  ବକ୍ସଅଫିସ୍‌ରେ ଫେଲ୍‌ ହୋଇଛି । ଫିଲ୍ମ  ‘ତେଜସ୍‌’କୁ ନେଇ ସେ ଅନେକ ଆଶା  କରିଥିଲେ । କିନ୍ତୁ ଦର୍ଶକ ଏହାକୁ ପସନ୍ଦ  କଲେ ନାହିଁ । ‘କୁଇନ୍‌-୨’ରେ ଯଦି  କଙ୍ଗନାଙ୍କୁ ଲିଡ୍‌ ଲେଡି ଭାବେ କାଷ୍ଟ୍‌  କରାଯାଏ, ତେବେ ତାଙ୍କ କ୍ୟାରିଅର୍‌ ପୁଣି ଥରେ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି  ‘ଏମର୍ଜେନ୍ସି’ । ଏଥିରେ ସେ  ଭାରତର ପ୍ରଥମ ମହିଳା  ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଭୂମିକାରେ ନଜର ଆସିବେ ।  ଆସନ୍ତା ଜୁନ୍‌ ୧୪  ତାରିଖରେ  ଏଇଟି ରିଲିଜ୍‌  ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.