ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବଦଳିବ ଅନଲାଇନ୍ ଟ୍ରାଜାକ୍ସନର ପ୍ରକ୍ରିୟା , RBI ଗଭର୍ଣ୍ଣରଙ୍କ ଘୋଷଣା

ନୂଆଦିଲ୍ଲୀ : ଡିଜିଟାଲ ପେମେଣ୍ଟର ଉପାୟରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଉଲ୍ଲେଖନୀୟ ଯେ , ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ପେମେଣ୍ଟକୁ ଭେରିଫାଇ କରିବା ପାଇଁ ଏକ ନୂଆ ଉପାୟ ଉପରେ କାମ କରୁଛି। ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି , ବର୍ତ୍ତମାନ ସମୟରେ ଏସଏମଏସ ଆଧାରିତ ଓଟିପିର ବ୍ୟବହାର କରି ଟ୍ରାଜାକ୍ସନକୁ ଭେରିଫାଏ କରାଯାଏ , କିନ୍ତୁ ପ୍ରିନ୍ସପଲ ସ୍ତରୀୟ ଅଥେଣ୍ଟିକେସନ ଫ୍ରେମୱାର୍କ ଉପରେ ମଧ୍ୟ କାମ ହେଉଛି। ଏହା ମାଧ୍ୟମରେ ଗ୍ରାହକଙ୍କ ଟ୍ରାଜାକ୍ସନକୁ ଅତିରିକ୍ତ ସୁରକ୍ଷା ମିଳି ପାରିବ।

ଶକ୍ତିକାନ୍ତ ଦାସ କହିଛନ୍ତି – ଗତ କିଛି ବର୍ଷରେ ରିଜର୍ଭ ବ୍ୟାଙ୍କ ଡିଜିଟାଲ ପେମେଣ୍ଟକୁ ସୁରକ୍ଷିତ କରିବା ପାଇଁ ଆଡିସନାଲ ଫ୍ୟାକ୍ଟର ଅଫ୍‌ ଅଥେଣ୍ଟିକେସନ (ଏଏଫଏ) ଭଳି ଅଲଗା ଅଲଗା ସିଷ୍ଟମର ଆରମ୍ଭ କରିଛି। ହେଲେ ଏସଏମଏସ ଆଧାରିତ ଓଟିପି ସିଷ୍ଟମ ବହୁତ ଲୋକପ୍ରିୟ ହୋଇଛି। ଏହା ମାଧ୍ୟମରେ ଡିଜିଟାଲ ପେମେଣ୍ଟ ଭେରିଫିକେସନ ସହଜ ହୋଇଛି , କିନ୍ତୁ ଏହାର ସୁରକ୍ଷା ବଢାଇବା ପାଇଁ ପ୍ରିନ୍ସିପାଲ ସ୍ତରୀୟ ଅଥେଣ୍ଟିକେସନ ଫ୍ରେମୱାର୍କର ପ୍ରପୋଜାଲ। କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ୍‌ ଏହି ନୂଆ ଭେରିଫିକେସନ ସିଷ୍ଟମ ବିଷୟରେ ବିସ୍ତୃତ ଭାବେ ଦର୍ଶାଇବା ପାଇଁ ଅଲଗା ଭାବେ ନିର୍ଦ୍ଦେଶ ଜାରି କରିବାର ଯୋଜନା କରୁଛି। ହେଲେ , ଏହାର ରୂପରେଖ କଣ ହେବ ଏହା ବିଷୟରେ ଆରବିଆଇ ଗଭର୍ଣ୍ଣର ବିସ୍ତୃତ ଭାବେ କିଛି କହି ନାହାନ୍ତି। 

ବର୍ତ୍ତମାନରେ ଯେବେ ଆପଣ ଅନଲାଇନ୍‌ ଟ୍ରାଜାକ୍ସନ ଆରମ୍ଭ କରୁଛନ୍ତି ତ ଏହା ପୂର୍ବରୁ ଭେରିଫିକେସନ ପାଇଁ ଆପଣଙ୍କ ରେଜିଷ୍ଟର୍ ମୋବାଇଲ ନମ୍ୱରରେ ଓଟିପି ପ୍ରାପ୍ତ ହୋଇଥାଏ। ଏହାକୁ ଏକ ନିଶ୍ଚିତ ସମୟରେ ଏଣ୍ଟର କରିବା ପରେଟ୍ରାଜାକ୍ସନ ହୋଇଥାଏ। ଅଧିକାଂଶ ବ୍ୟାଙ୍କ ଓ ଲେଣ୍ଡର ଡିଜିଟାଲ ପେମେଣ୍ଟ ପାଇଁ ଏହି ଏସଏମଏସ ଆଧାରିତ ଓଟିପି ସିଷ୍ଟମ ଉପରେ ଭରସା କରିଥାନ୍ତି। ହେଲେ , ରିଜର୍ଭ ବ୍ୟାଙ୍କ୍‌ ଡିଜିଟାଲ ଟ୍ରାଜାକ୍ସନକୁ ପ୍ରମାଣିତ କରିବା ପାଇଁ ଏକ ନୂଆ ରୂପରେଖର ପ୍ରସ୍ତାବ ଦେଉଛି। 

ଶକ୍ତିକାନ୍ତ ଦାସ କହିଛନ୍ତି କି, କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ପାଇଲଟ ପରିଯୋଜନାରେ ଅଫଲାଇନ୍‌ ଟ୍ରାଜାକ୍ସନ ଆରମ୍ଭ କରାଯିବ । ଏହାର ଅର୍ଥ କି ଡିଜିଟାଲ ଟଙ୍କାର ୟୁଜର ସୀମିତ ଇଣ୍ଟରନେଟ୍‌ କନେକ୍ସନ କ୍ଷେତ୍ରରେ ମଧ୍ୟ ଟ୍ରାଜାକ୍ସନ କରି ପାରିବେ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.