ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆରଜେଡି ଏମଏଲ୍‌ସି ରାମବଲି ଚନ୍ଦ୍ରବଂଶୀଙ୍କ ସଦସ୍ୟତା ରଦ୍ଦ, ସିଏମ ନୀତୀଶଙ୍କ ଉପରେ ଆଣିଥିଲେ ଅଭିଯୋଗ

Image Courtesy: abplive

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଅଶୋଭନୀୟ ଟିପ୍ପଣୀ କରିଥିବା ଅଭଯୋଗରେ ବିଧାନ ପରିଷଦରୁ ଏମଏଲସି ରାମବଲି ସିଂହ ଚନ୍ଦ୍ରବଂଶୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ରାମବଲି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଉପରେ ମଧ୍ୟ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଆରଜେଡିର ସଚେତକ ସୁନୀଲ କୁମାରଙ୍କ ଅଭିଯୋଗ କ୍ରମେ ବିଧାନ ପରିଷଦର ସଭାପତି ଦେବେଶ ଚନ୍ଦ୍ର ଠାକୁର ଏମଏଲସି ରାମବଲି ସିଂହଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ।

ସୁନୀଲ କୁମାର ସିଂହ ଅଭିଯୋଗ ଆଣିଥିଲେ ଯେ, ରାମବଲି ସିଂହ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ସଦସ୍ୟ ହୋଇ ମଧ୍ୟ ତେଜସ୍ବୀ ଯାଦବଙ୍କ ଉପରେ ଅଭିଯୋଗ ଆଣିଥିଲେ । ତେଜସ୍ବୀ ଯାଦବ ମଦ ପିଅନ୍ତି ବୋଲି କହିଥିଲେ ରାମବଲି । ଏହା ସହ ପଛୁଆ ବର୍ଗଙ୍କୁ ଭାଗ କରିବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରିବା ସହ ଏହା ବିରୋଧରେ ଦଳୀୟ ପତାକା ଲଗାଇ ରାଲି କରିଥିଲେ ରାମବଲି । ନୀତୀଶ କୁମାରଙ୍କ ସରକାର ଜାତିଗତ ଜନଗଣନାରେ ଗଡ଼ବଡ଼ କରିଥିବା ନେଇ ମଧ୍ୟ ରାମବଲି ଅଭିଯୋଗ କରିଥିଲେ । 

ସୂଚନାଯୋଗ୍ୟ, ୨ ନଭେମ୍ବର ୨୦୨୩ରେ ରାମବଲିଙ୍କ ସଦସ୍ୟତା ରଦ୍ଦ ଲାଗି ସୁନୀଲ ସିଂହ ବିଧାନ ପରିଷଦରେ ଆବେଦନ କରିଥିଲେ । ଏହା ପରେ ୧୫ ଡିସେମ୍ବରରେ ରାମବଲି ସିଂହ ଚନ୍ଦ୍ରବଂଶୀ ଏନେଇ ବିଧାନ ପରିଷଦ ଅଧ୍ୟକ୍ଷଙ୍କୁ ସ୍ପଷ୍ଟୀକରଣ ଦେଇଥିଲେ । ପରେ ଅଧ୍ୟକ୍ଷ ଦେବେଶ ଚନ୍ଦ୍ର ଠାକୁର ମାମଲାର ଶୁଣାଣି କରିଥିଲେ । ଆଉ ଏବେ ୬ ଫେବୃଆରୀରେ ନିଷ୍ପତ୍ତି ଶୁଣାଇବା ସହ ଏନେଇ ପତ୍ର ମଧ୍ୟ ଜାରି କରିଛନ୍ତି ବିଧାନ ପରିଷଦ ଅଧ୍ୟକ୍ଷ । 

 

  • Nitish kumar
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.