ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

୨୩ ବର୍ଷ ବୟସରେ ରଚିନ ରଚିଲେ ଇତିହାସ, ସଚିନ ଓ ବେୟରଷ୍ଟୋଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ: ଗୁରୁବାର ଖେଳାଯାଇଥିବା ବିଶ୍ୱକପ ମୁକାବିଲାରେ ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ହରାଇଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ୫ ୱିକେଟ ହରାଇ ମାତ୍ର ୨୩.୨ ଓଭରରେ ୧୭୨ ରନ୍‌ କରି ମ୍ୟାଚ୍‌ ଜିତିନେଇଛି । ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ବ୍ୟାଟର ରଚିନ ରବୀନ୍ଦ୍ର ଏକ ବଡ଼ ରେକର୍ଡ କରିଛନ୍ତି । ବିଶ୍ବକପର ଡେବ୍ୟୁ ସିଜନ୍‌ରେ ସବୁଠୁ ଅଧିକ ରନ୍‌ କରିଛନ୍ତି ରଚିନ ରବୀନ୍ଦ୍ର । ସେ ଇଂଲଣ୍ଡର ଜନି ବେୟରଷ୍ଟୋଙ୍କୁ ପଛରେ ପକାଇ ଦେଇଛନ୍ତି । 

୨୦୧୯ ଦିନିକିଆ ବିଶ୍ବକପରେ ଡେବ୍ୟୁ କରିଥିବା ବେଳେ ଜନି ବେୟରଷ୍ଟୋ ସର୍ବାଧିକ ରନ୍‌ ସ୍କୋର କରିଥିଲେ । କିନ୍ତୁ ଏବେ ରଚିନ ରବୀନ୍ଦ୍ର ଡେବ୍ୟୁ ସିଜନରେ ସର୍ବାଧିକ ରନ୍‌ କରିପାରିଛନ୍ତି । ରଚିନ ରବୀନ୍ଦ୍ର ପୂର୍ବତନ ଭାରତୀୟ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି । ଇଂଲଣ୍ଡ ବ୍ୟାଟର ଜନି ବେୟରଷ୍ଟୋ ୨୦୧୯ ବିଶ୍ବକପରେ ୫୩୨ ରନ୍‌ କରିଥିଲେ । ହେଲେ ୯ଟି ଲିଗ୍‌ ମ୍ୟାଚରେ ରଚିନ ରବୀନ୍ଦ୍ର ୭୦.୬୨ ଆଭେରେଜ୍‌ ସହ ୧୦୮.୪୫ ଷ୍ଟ୍ରାଇକ ରେଟ୍‌ରେ ୫୬୫ ରନ୍‌ କରିସାରିଛନ୍ତି । 

ସେପଟେ ଶ୍ରୀଲଙ୍କାକୁ ହରାଇ ନ୍ୟୁଜିଲାଣ୍ଡ ବିଶ୍ବକପ୍‌ ସେମିଫାଇନାଲରେ ଏକପ୍ରକାର ପ୍ରବେଶ କରିସାରିଛି । ଆଜିର ମ୍ୟାଚରେ ରବୀନ୍ଦ୍ର ଶ୍ରୀଲଙ୍କା ବିପକ୍ଷରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ୩୪ ବଲରେ ୩ ଚୌକା ଏବଂ ୩ ଛକା ସହ ୪୨ ରନ୍‌ କରିଥିଲେ ରଚିନ ରବୀନ୍ଦ୍ର । ୫୬୫ ରନ୍‌ ସହ ଚଳିତ ବିଶ୍ବକପରେ ସର୍ବାଧିକ ରନ କରିବାରେ ସଫଳ ହୋଇଛନ୍ତି ରଚିନ ରବୀନ୍ଦ୍ର । ଚଳିତ ଟୁର୍ଣ୍ଣାମେଣ୍ଟରେ ରବୀନ୍ଦ୍ର ୪ଟି ଶତକ ହାସଲ କରିସାରିଛନ୍ତି ।

ଅନ୍ୟପଟେ ୨୩ ବର୍ଷୀୟ ରଚିନ ପୂର୍ବତନ ଭାରତୀୟ ବ୍ୟାଟର ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି । ସଚିନ ତେନ୍ଦୁଲକର ୧୯୯୬ ବିଶ୍ୱକପ୍‌ରେ ୨୫ ବର୍ଷ ହେବା ପୂର୍ବରୁ ସେ ୫୨୩ ରନ୍ ସ୍କୋର କରିଥିଲେ । ତେବେ ରଚିନ ରବୀନ୍ଦ୍ର ୨୫ ବର୍ଷ ପୂର୍ବରୁ ଗୋଟିଏ ଓ୍ବାର୍ଲଡ କପ୍‌ ସିଜନ୍‌ରେ ୫୬୫ ରନ୍‌ କରିଛନ୍ତି । ସେହିଭଳି  ବିଶ୍ୱକପ୍‌ରେ ଡେବ୍ୟୁ ପ୍ଲେୟାର ଭାବେ ଗୋଟିଏ ସଂସ୍କରଣରେ ସର୍ବାଧିକ ୪୬୧ ରନ୍ କରିଥିଲେ ଭାରତର ରାହୁଲ ଦ୍ରାବିଡ଼ । ସେ ୧୯୯୯ ମସିହାରେ ଏହି ରେକର୍ଡ କରିଥିଲେ । 

 

 

 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.