ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସର ପରାଜୟ ପରେ ଆସିଲା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା; କହିଲେ 'ବିଚାରଧାରାର ଲଢ଼େଇ ଜାରି ରହିବ'

ନୂଆଦିଲ୍ଲୀ,୦୩/୧୨:   ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ରାହୁଲ ଗାନ୍ଧୀ ତାଙ୍କ ଦଳର ପରାଜୟକୁ ଗ୍ରହଣ କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ଜନାଦେଶକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ - ବିଚାରଧାରା ତଥା ଆଦର୍ଶ ପାଇଁ ଆମ ସଂଗ୍ରାମ ଜାରି ରହିବ। ତେଲେଙ୍ଗାନାରେ ତାଙ୍କ ଦଳର ବିଜୟ ସମ୍ପର୍କରେ ସେ କହିଛନ୍ତି, “ତେଲେଙ୍ଗାନାବାସୀଙ୍କ ପ୍ରତି ମୁଁ ବହୁତ କୃତଜ୍ଞ - ଆମେ ନିଶ୍ଚିତ ଭାବେ ଉଜ୍ଜ୍ବଳମୟ ତେଲେଙ୍ଗାନା ଗଢ଼ିବାର ସ୍ବପ୍ନ ପୂରଣ କରିବୁ। ସମସ୍ତ ଶ୍ରମିକମାନଙ୍କୁ ସେମାନଙ୍କର ପରିଶ୍ରମ ଏବଂ ସମର୍ଥନ ପାଇଁ ହୃଦୟରୁ ଧନ୍ୟବାଦ ଜଣାଉଛି। ” 

ଅସନ୍ତୁଷ୍ଟ ପ୍ରକାଶ କଲେ ମଲ୍ଲିକାର୍ଜୁନ ଖଡ୍‌ଗେ: 

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନର ବିଧାନସଭା ନିର୍ବାଚନରେ ଦଳୀୟ ପରାଜୟକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଏବଂ କହିଛନ୍ତି ଯେ, ଏହି ରାଜ୍ୟଗୁଡ଼ିକରେ ଆମ ଦଳ ଆହୁରି ପରିଶ୍ରମ କରିବ। ଏଥିସହିତ ବିପକ୍ଷ 'ଇଣ୍ଡିଆ ମେଣ୍ଟ ସହାୟତାରେ' ଆଗାମୀ  ଲୋକସଭା ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବ। ତେଲେଙ୍ଗାନାରେ କଂଗ୍ରେସର ବିଜୟ ପାଇଁ ସେ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଘଡ୍‌ଗେ ଏକ୍ସରେ ପୋଷ୍ଟ କରିଛନ୍ତି, “ମୁଁ ତେଲେଙ୍ଗାନାର ଭୋଟରଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ଉପରେ ବିଶ୍ବାସ ଏବଂ ଭରସା ଜ୍ଞାପନ କରିଥିବାରୁ ମୁଁ ଧନ୍ୟବାଦ ଦେଉଛି। ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଯେଉଁମାନେ ଆମକୁ ଭୋଟ୍ ଦେଇଛନ୍ତି ମୁଁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.