ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ୍ଦେ ଭାରତରେ ରୂପାନ୍ତରିତ ହେବ ୪୦ ହଜାର ସାଧାରଣ ବଗି, ଗହଳି ମାର୍ଗ ପାଇଁ ସ୍ୱତନ୍ତ୍ର ରେଳ କରିଡର୍

ନୂଆଦିଲ୍ଲୀ, ୦୧/୦୨: ଦେଶରେ ୪୦ ହଜାର ରେଳ ଡବା (ବଗି) ବନ୍ଦେ ଭାରତ ସ୍ତରକୁ ରୂପାନ୍ତରିତ କରାଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଏହି ଘୋଷଣା କରିଛନ୍ତି । ଏଥିସହ ରେଲୱେ ଭିତ୍ତିଭୂମକୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଫ୍ରେଟ୍ କରିଡର୍ ଅର୍ଥାତ୍ ମାଲ ପରିବହନ ପାଇଁ ହୋଇଥିବା ରେଲୱେ କରିଡର ବ୍ୟତୀତ ଆଉ ୩ ପ୍ରକାରର ରେଲୱେ କରିଡର୍ ନିର୍ମାଣ କରାଯିବ ।

ଉର୍ଜା ଓ ସିମେଣ୍ଟ କରିଡର୍: ଏହାର ବ୍ୟବହାର ସିମେଣ୍ଟ ଓ କୋଇଲା ପରିବହନ ଲାଗି ପୃଥକ ଭାବେ କରାଯିବ ।

ବନ୍ଦର ଯୋଗାଯୋଗ କରିଡର୍: ଏହି କରିଡର୍ ଦେଶର ପ୍ରମୁଖକୁ ସଂଯୋଗ କରିବ ।

ହାଇ ଟ୍ରାଫିକ୍ ଡେନସିଟି କରିଡର୍: ଅଧିକ ଟ୍ରେନ୍ ଯାତାୟତ କରୁଥିବା ମାର୍ଗ ଲାଗି ସ୍ୱତନ୍ତ୍ର କରିଡର୍ ପ୍ରସ୍ତୁତ ହେବ ।

ପ୍ରମୁଖ ଘୋଷଣା

  • ମେଟ୍ରୋ ଓ ନମୋ ଭାରତ ଅନ୍ତର୍ଗତ ଚାଲୁଥିବା ପ୍ରକଳ୍ପକୁ ଗୁରୁତ୍ୱ ଦିଆଯିବ ।

  • ଇଣ୍ଡିଆ-ମିଡିଲ୍ ଇଷ୍ଟ ୟୁରୋପ କରିଡର୍ ନେଇ ଗତବର୍ଷ ଜି-୨୦ ସମ୍ମିଳନୀରେ ଘୋଷଣା କରାଯାଇଥିଲା । ଏହି କରିଡର୍ ଭାରତ ଓ ଦୁନିଆ ଲାଗି ଗେମଚେଞ୍ଜର ସାବ୍ୟସ୍ତ ହେବ ।

  • କୋଇଲାରୁ ଗ୍ୟାସ୍ ପ୍ରସ୍ତୁତ କ୍ଷମତାକୁ ୨୦୩୦ ସୁଦ୍ଧା ୧୦୦ ମେଟ୍ରିକ୍ ଟନ୍ କରିବାକୁ ଲକ୍ଷ୍ୟ ରଖା ଯାଇଛି । ଏହାଦ୍ୱାରା ନାଚୁରାଲ୍ ଗ୍ୟାସ୍, ମେଥାନଲ୍ ଓ ଆମୋନିଆ ଆମଦାନୀ ଖର୍ଚ୍ଚ ହ୍ରାସ୍ ପାଇବ ।

ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ମୋଟ ବାର୍ଷିକ ଖର୍ଚ୍ଚ ଅର୍ଥାତ୍ କ୍ୟାପିଟାଲ୍ ଏକ୍ସପେଣ୍ଡିଚର୍ ୧୧.୧ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ବାର୍ଷିକ ବଜେଟ୍ ୧୧.୧୧ ଲକ୍ଷ କୋଟି ହୋଇଛି । ଯାହାକି ମୋଟ ଜିଡିପିର ୩.୪ ପ୍ରତିଶତ ।

କ୍ୟାପିଟାଲ୍ ଏକ୍ସପେଣ୍ଡିଚର୍ ହେଉଛି ଉକ୍ତ ଖର୍ଚ୍ଚ ଯାହାକୁ ସରକାର ବିମାନବନ୍ଦର, ଓଭରବ୍ରିଜ୍, ଏକ୍ସପ୍ରେସ ୱେ ହସ୍ପିଟାଲ୍ ଆଦି ବଡ଼ ଧରଣର ଭିତ୍ତିଭୂମି ଲାଗି ଖର୍ଚ୍ଚ କରନ୍ତି । ଏହା ସରକାରଙ୍କ ଦୀର୍ଘ ମିଆଦୀ ନିବେଶ ହୋଇଥାଏ । ଏହାଦ୍ୱାରା ବିକାଶ ହୁଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.