ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ରେଳପଥ ଦୃଢ଼ୀକରଣ ଲକ୍ଷ୍ୟ: ବଜେଟ୍‌ରେ ୩ ଲକ୍ଷ କୋଟିର ପୁଞ୍ଜି ବ୍ୟୟ ବରାଦ ଆଶା, ଫୋକସ୍‌ରେ ରହିବ ନୂଆ ଟ୍ରେନ, ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ ୦୧/୦୨: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ୨୦୨୪-୨୫କୁ ଲୋକସଭାରେ ଆଗତ କରିବେ । ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣରେ ରେଳ ବଜେଟ୍‌ ବି ରହିବ । ସରକାର ଭାରତୀୟ ରେଳକୁ ବିଶ୍ୱସ୍ତରୀୟ କରିବା ଦିଗରେ ବଢୁଥିବାବେଳେ ଏହି ବଜେଟ୍‌ରେ ଭାରତୀୟ ରେଳପଥର ଦୃଢ଼ୀକରଣ ଦିଗରେ କିଛି ଘୋଷଣା ହୋଇପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ । 

ବନ୍ଦେ ଭାରତ ସ୍ଲିପର, ଅମୃତ ଭାରତ ଏକ୍ସପ୍ରେସ, ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଭଳି ନୂଆ ଟ୍ରେନ୍‌ ପାଇଁ ରେକର୍ଡ ପୁଞ୍ଜି ବ୍ୟୟ ବ୍ୟବସ୍ଥା କରାଯାଇପାରେ । କବଚ ଆଣ୍ଟି-କଲିଜନ୍‌ ଟ୍ରେନ୍‌ ସିଷ୍ଟମ୍‌ର ପ୍ରଚଳନ ସହ ଫୋକସ୍‌ରେ ରହିବ ସୁରକ୍ଷା । 

ଅନୁମାନ ରହିଛି ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଅନ୍ତରୀଣ ବଜେଟରେ ଭାରତୀୟ ରେଳ ପାଇଁ ରେକର୍ଡ ପୁଞ୍ଜି ବ୍ୟୟ ବରାଦ କରିପାରନ୍ତି । ଭାରତୀୟ ରେଳ ପାଇଁ ପ୍ରାୟ ୩ ଲକ୍ଷ କୋଟିର ପୁଞ୍ଜି ବ୍ୟୟ ବରାଦ କରାଯାଇପାରେ ବୋଲି ବଜେଟ୍‌ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।  

ନିକଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଥିଲେ ଯେ, ଭାରତୀୟ ରେଳ ଆସନ୍ତା ୫ ବର୍ଷରେ ୩,୦୦୦ ନୂଆ ଟ୍ରେନ ଆଣିବ । ନିଜର ସେମି ହାଇସ୍ପିଡ୍‌ ପ୍ରିମିୟମ କନେକ୍ଟିଭିଟି ନେଟ୍‌ୱର୍କରେ ଭାରତୀୟ ରେଳ ବନ୍ଦେ ଭାରତ ଟ୍ରେନ୍‌ ଯୋଡ଼ିଆସୁଛି ।  ଭାରତୀୟ ରେଳ ବୈପ୍ଳବିକ ପରିବର୍ତ୍ତନ ଦିଗରେ ବଢ଼ୁଛି । ଏହି ବଜେଟ୍‌ରେ ଅତ୍ୟାଧୁନିକ ଯାତ୍ରୀ ସୁବିଧା ପ୍ରଦାନ କରୁଥିବା ଟ୍ରେନ୍‌ଗୁଡ଼ିକୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରେ ବୋଲି ଅନୁମାନ ରହିଛି ।

ଭାରତୀୟ ରେଳ ଏହାର ନେଟ୍‌ୱର୍କରେ ୱେଟ୍‌ଲିଷ୍ଟିଂକୁ ହଟାଇବା ପାଇଁ ଚାହୁଁଛି । ଏଣୁ ଉଭୟ ଆମ୍‌ ଆଦ୍‌ମୀ ଏବଂ ପ୍ରିମିୟମ୍‌ ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଦୂର ଓଭର୍‌ନାଇଟ୍‌ ଟ୍ରାଭେଲ କ୍ଷେତ୍ରରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ ଏବଂ ଅମୃତ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ବଜେଟ୍‌ରେ ଉଭୟ ଟ୍ରେନ୍‌କୁ ନେଇ ସ୍ୱତନ୍ତ୍ର କିଛି ଘୋଷଣା ହୋଇପାରେ । ଆଗାମୀ କିଛି ମାସରେ ବନ୍ଦେ ଭାରତ ସ୍ଲିପର ଭର୍ସନ ଆଣିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଭାରତୀୟ ରେଳ ପାଇଁ ନୂଆ ରେଳ ଲାଇନ୍‌ ପ୍ରାଥମିକତା ବହନ କରିଆସିଛି । ଏ ବର୍ଷ ବଜେଟରେ ମଧ୍ୟ ଏହା ଉପରେ କିଛି ଘୋଷଣା ହୋଇପାରେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.