ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେବେ ଦୌଡ଼ିବ ବୁଲେଟ୍‌ ଟ୍ରେନ୍‌ ? ବଡ଼ ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

Image Courtesy: indianexpress

ନୂଆଦିଲ୍ଲୀ: ଖୁବଶୀଘ୍ର ବୁଲେଟ ଟ୍ରେନ୍‌ ସ୍ବପ୍ନ ସତ ହେବାକୁ ଯାଉଛି । ବୁଧବାର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବଡ଼ ସୂଚନା ଦେଇଛନ୍ତି । ୨୦୨୬ ଅଗଷ୍ଟରେ ଗୁଜରାଟରେ ନିର୍ମାଣ ହେଉଥିବା ବୁଲେଟ ଟ୍ରେନ ସେକ୍ସନର କାର୍ଯ୍ୟ ଶେଷ ହେବ ।  ବିଲିମୋରାରୁ ସୁରଟ ମଧ୍ୟରେ ୫୦ କିଲୋମିଟର ରୁଟ୍‌ ନିର୍ମାଣ କାର୍ଯ୍ୟ ସରିବ ବୋଲି ରେଳ ମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ ଦେଶରେ ରେଳ ନେଟଓ୍ବର୍କକୁ ନେଇ ବହୁ ଯୋଜନା ରହିଛି ବୋଲି ମଧ୍ୟ ସେ କହିଛନ୍ତି ।

ଓଡ଼ିଶାର ବାଲେଶ୍ବରସ୍ଥିତ ବାହାନଗା ଟ୍ରେନ୍‌ ଟ୍ରାଜେଡି ପରେ ଭାରତୀୟ ରେଳ ପକ୍ଷରୁ କବଚ ସିଷ୍ଟମ କାର୍ଯ୍ୟକ୍ଷମ ହେବା ଉପରେ ମଧ୍ୟ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଟ୍ରେନ-ଟ୍ରେନ୍‌ ମଧ୍ୟରେ ଧକ୍କା ରୋକିବା ପାଇଁ ଏହି ସିଷ୍ଟମକୁ ବିକଶିତ କରାଯାଇଛି । ସେପଟେ ହାତୀ ମୃତ୍ୟୁ ରୋକିବା ଲାଗି ଆସିବାକୁ ଥିବା ଗଜରାଜ ସିଷ୍ଟମ ଉପରେ କାର୍ଯ୍ୟ କେତେ ଆଗେଇଛି ତା ଉପରେ ମଧ୍ୟ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

 ଅନ୍ୟପକ୍ଷରେ ଭାରତରେ ରେଳ ସଂଖ୍ୟା ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ୧୭୬୮ ମେଲ୍‌/ଏକ୍ସପ୍ରେସ ଗଡ଼ୁଥିବା ବେଳେ ଏବେ ଏହାର ସଂଖ୍ୟା ୨,୧୨୪ରେ ପହଞ୍ଚିଛି । ସେହିଭଳି ପାସେଞ୍ଜର ଟ୍ରେନ ସଂଖ୍ୟା ୨୭୯୨ରୁ ୨୮୫୬କୁ ବୃଦ୍ଧି ପାଇଛି । ୨୦୨୨/୨୩ରେ ଭାରତୀୟ ରେଳଯାତ୍ରୀଙ୍କ ସଂଖ୍ୟା ୬୪୦ କୋଟି ଥିବା ବେଳେ ୨୦୨୩/୨୪ରେ ଏହି ସଂଖ୍ୟା ୭୫୦ କୋଟି ଟପିବ ବୋଲି ଆଶା କରାଯାଉଛି । ତେବେ ବିଲିମୋରା-ସୁରଟ ବୁଲେଟ ଟ୍ରେନ ସେକ୍ସନ ମୁମ୍ବାଇରୁ ଅହମ୍ମଦାବାଦ କରିଡରର ଏକ ଅଂଶ ବୋଲି କହିଥିଲେ ରେଳ ମନ୍ତ୍ରୀ ।

 ଅନ୍ୟପଟେ ଗୁଜରାଟର ୫ଟି ଜିଲ୍ଲା ମଧ୍ୟରେ ଭାୟାଡକ୍ଟ (ବୁଲେଟ ଟ୍ରେନ୍‌ ପାଇଁ ରୁଟ) ନିର୍ମାଣ କାର୍ଯ୍ୟ ୨୦୨୬ରେ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ଅଶ୍ବିନୀ ବୈଷ୍ଣବ । ଏହା ସହ ୬ଟି ନଦୀ ଉପରେ ପୋଲ ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଛି । ମୁମ୍ବାଇ-ଅହମ୍ମଦାବାଦ କରିଡର ଲାଗି ନଭେମ୍ବର ୨୦୨୧ରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନିରନ୍ତର ଭାବେ ଆଗେଇ ଚାଲିଛି ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହି ପ୍ରୋଜେକ୍ଟ ପାଇଁ ପ୍ରାୟ ୧.୦୮ ଲକ୍ଷ କୋଟି ଖର୍ଚ୍ଚ ହେବ । ଏଥିମଧ୍ୟରୁ କେନ୍ଦ୍ର ସରକାର ୧୦ ହଜାର କୋଟ ଦେବାକୁ ଥିବା ବେଳେ ଗୁଜରାଟ ଏବଂ ମହାରାଷ୍ଟ୍ର ସରକାର ୫ ହଜାର କୋଟି ଲେଖାଏଁ ଦେବେ।  ଆଉ ବାକି ଅର୍ଥ ୦.୧ ପ୍ରତିଶତ ସୁଧରେ ଜାପାନରୁ ଋଣ ଆଣିବେ ସରକାର ।

 

 

 

  • Indian Railway
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.