ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଧାନସଭାରେ ହେମନ୍ତ ସୋରେନ୍, କହିଲେ ‘ଅଭିଯୋଗ ପ୍ରମାଣିତ ହେଲେ ରାଜନୀତି ନୁହେଁ ଛାଡ଼ି ଦେବି ଝାଡ଼ଖଣ୍ଡ’

ରାଞ୍ଚି, ୦୫/୦୨: ଝାଡ଼ଖଣ୍ଡ ବିଧାନସଭାରେ ଚମ୍ପଇ ସୋରେନଙ୍କ ସରକାର ବହୁମତ ପରୀକ୍ଷାର ସାମ୍ନା କରୁଛି । ସୋମବାର ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ବିଧାନସଭାରେ ଆଗତ କରିଛନ୍ତି ବିଶ୍ୱାସ ପ୍ରସ୍ତାବ । ବିଶ୍ୱାସ ପ୍ରସ୍ତାବ ସପକ୍ଷରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଛିଡ଼ା ହେବା ସହ କହିଛନ୍ତି, ଆମ ଦଳ ଓ ମେଣ୍ଟ ସମ୍ପୂର୍ଣ୍ଣ ଭାବେ ଚମ୍ପଇ ସରକାରକୁ ସମର୍ଥନ କରୁଛି ।

ହେମନ୍ତ ସୋରେନ୍ କହିଛନ୍ତି, ଜାନୁଆରୀ ୩୧ର କଳା ରାତି, କଳା ଅଧ୍ୟାୟ ଦେଶର ଗଣତନ୍ତ୍ରରେ ନୂଆ ଭାବରେ ଯୋଡ଼ି ହୋଇଛି । ମୋତେ ଲାଗୁଛି ବୋଧ ହୁଏ ପ୍ରଥମଥର ଲାଗି ୩୧ ତାରିଖ ରାତିରେ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଲାଗୁଛି ଏ ଘଟଣାରେ କେଉଁଠି ନା କେଉଁଠି ରାଜଭବନ ମଧ୍ୟ ସାମିଲ୍ ରହିଛି ।

ସୋରେନ୍ କହିଛନ୍ତି, ତାଙ୍କ ଗିରଫଦାରୀ ନେଇ ପୂର୍ବରୁ ଯୋଜନା କରା ଯାଇଥିଲା । ବିଧାନସଭାରେ ହେମନ୍ତ ସୋରେନ୍ କହିଛନ୍ତି, ମୁଁ ଲୁହ ଝରାଇବି ନାହିଁ । ମୋତେ ଜଣାଥିଲା ମୋ ୫ ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବାରେ ବାଧା ଆସିବ । ସେଥିପାଇଁ ମୋତେ ଗିରଫ କରାଯାଇଛି । ଯଦି ଦମ୍ ଅଛି ଦେଖାନ୍ତୁ ହେମନ୍ତ ସୋରେନ୍ ନାଁରେ କେଉଁ ଜମି ରହିଛି ।

ଏଥିସହ ହେମନ୍ତ ସୋରେନ୍ ଚ୍ୟାଲେଞ୍ଜ କରି କହିଛନ୍ତି, ତଦନ୍ତକାରୀ ସଂସ୍ଥା ଗୃହରେ ପ୍ରମାଣ ଦେଖାଉ । ଗୋଟିଏ ବି ଅଭିଯୋଗ ପ୍ରମାଣିତ କରି ଦେଲେ ମୁଁ ସେ ଦିନ ରାଜନୀତିରୁ ସନ୍ୟାସ କଣ ଝାଡ଼ଖଣ୍ଡ ଛାଡ଼ି ଚାଲିଯିବି । ମୋ ପାଖରୁ କିଛି ନ ମିଳିବା ପରେ ଇଡି ପରିବାର ସଦସ୍ୟଙ୍କ ହଇରାଣ କରୁଥିବା କହିଛନ୍ତି ହେମନ୍ତ ସୋରେନ୍ ।ସେ କହିଛନ୍ତି, କୋର୍ଟ ନିର୍ଦ୍ଦେଶ ଅନୁସାରେ ଗଣମାଧ୍ୟମ ସହ କଥା ହେବାକୁ ବାରଣ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.