ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜସ୍ଥାନରେ ସମର୍ଥନ ଦେବାକୁ ସର୍ତ୍ତ ରଖିଲା ବିଏସପି, ଜାଣନ୍ତୁ କାହା ସହ ରହିବେ ମାୟାବତୀ ?

ନୂଆଦିଲ୍ଲୀ, ୦୨/୧୨: ୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ କିଏ ଗଢ଼ିବ ସରକାର ? ଅଶୋକ ଗେହଲଟଙ୍କ ହାତରେ ସରକାର ରହିବ ନା ବିଜେପି ବାଜି ମାରି ନେବ । ଏକଜିଟ୍ ପୋଲର ଆକଳନରେ ବିଜେପିକୁ ବହୁମତ ସଂକେତ ମିଳୁଥିବା ବେଳେ ଡିସେମ୍ବର ୩ ରବିବାର ଭୋଟ୍ ଗଣତି ହେବ ।

ମତ ଗଣନା ପୂର୍ବରୁ ବଡ଼ ଘୋଷଣା କରିଛି ମାୟବତୀଙ୍କ ବହୁଜନ ସମାଜବାଦୀ ପାର୍ଟି । କଂଗ୍ରେସ ଓ ବିଜେପି ନେତା ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ସନ୍ଧାନରେ ଥିବାବେଳେ ବିଏସପିର ରାଜସ୍ଥାନ ଶାଖା ସମର୍ଥନ ଦେବ ବୋଲି କହିଛି । ବିଏସପି ରାଜସ୍ଥାନର ସଭାପତି ଭଗୱାନ ସିଂହ ବାବା କହିଛନ୍ତି, ଦଳ ସମ୍ପୂର୍ଣ୍ଣ ସାମର୍ଥ୍ୟର ସହ ନିର୍ବାଚନ ଲଢ଼ିଛି । ୬ରୁ ଅଧିକ ପ୍ରାର୍ଥୀ ବିଜୟୀ ହେବେ ।

Exit Polls: ରାଜସ୍ଥାନ କାହାର ? ଶାସନ ପରିବର୍ତ୍ତନ ନେଇ ଏକଜିଟ୍‌ ପୋଲରେ ଇସାରା

ଭଗୱାନ ସିଂହ କହିଛନ୍ତି, ୨୦୦୮ ଓ ୨୦୧୮ ନିର୍ବାଚନ ପରେ ବିଏସପିକୁ ଧୋକା ଦେଇଛି କଂଗ୍ରେସ । ବିଏସପି ବିଧାୟକଙ୍କୁ କିଣି ନିଆ ଯାଇଛି । ସେ କହିଛନ୍ତି, ଆମ ରାଷ୍ଟ୍ରୀୟ ଅଧ୍ୟକ୍ଷ ମାୟାବତୀ ସ୍ପଷ୍ଟ କରିଛନ୍ତି, ଚଳିତ ଥର ବିନା ସର୍ତ୍ତରେ କାହାରିକୁ ସମର୍ଥନ ଦେବୁ ନାହିଁ । ଯଦି ଜିତୁ ତ କ୍ୟାବିନେଟରେ ପ୍ରାର୍ଥୀଙ୍କୁ ସ୍ଥାନ ଦିଆଯିବ । ଏଭଳି ହେଲେ ଦଳ ସମର୍ଥନ ଦେବ ।

ତେବେ ରାଜସ୍ଥାନରେ ବିଏସପି କାହାକୁ ସମର୍ଥନ ଦେବ ଘୋଷଣା କରି ନଥିଲେ ବି ଦଳର ନେତା ଶାସକ କଂଗ୍ରେସ ଉପରେ ବର୍ଷିବା ସୂଚାଉଛି ବିଜେପିକୁ ସମର୍ଥନ ଦେଇପାରେ ବିଏସପି । ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଏସପିରୁ ୬ ବିଧାୟକ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସକୁ ସମର୍ଥନ କରିଥିଲେ ମାୟାବତୀ । ପରେ ସମସ୍ତ ବିଧାୟକ କଂଗ୍ରେସରେ ସାମିଲ୍ ହୋଇଥିଲେ ।

୫ ରାଜ୍ୟରେ କେଉଁ ଦଳ ଗଢ଼ିବ ସରକାର ? ଏଥର ଏକ ଘଣ୍ଟା ପୂର୍ବରୁ ଜାଣିହେବ ଫଳାଫଳ

ଚଳିତ ନିର୍ବାଚନର ଏକଜିଟ୍ ପୋଲରେ ବହୁମତ ଠାରୁ ଅଳ୍ପଦୂରରେ ଉଭୟ କଂଗ୍ରେସ ଓ ବିଜେପି ରହୁଛନ୍ତି । ସେହିଭଳି ବିଏସପି ରାଜସ୍ଥାନରେ ଖାତା ଖୋଲି ପାରିବ ନାହିଁ ବୋଲି ଆକଳନ ହୋଇଛି । ଏଭଳି ସ୍ଥିତିରେ ବିଏସପି ସାଜିବ କି କିଙ୍ଗମେକର । ତା ଉପରେ ରହିଛି ସମସ୍ତଙ୍କ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.