ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ବେଳେବେଳେ ଅଧ ରାତିରେ ଉଠି ପଡ଼ୁଥିବେ ଯୋଗୀରାଜ , ରାମଲଲାଙ୍କ ମୂର୍ତ୍ତି ତିଆରିରେ ଲାଗି ଯାଉଥିଲେ

Published By : Prameya | January 26, 2024 4:50 PM

ନୂଆଦିଲ୍ଲୀ : ଅଯୋଧ୍ୟା ମନ୍ଦିରରେ ରାମଲଲା ଦୀର୍ଘ ଦଶନ୍ଧି ପରେ ବିରାଜମାନ ହୋଇଛନ୍ତି। ମୂର୍ତ୍ତିକୁ ପ୍ରସ୍ତୁତ କରିବାର ଶ୍ରେୟ କର୍ଣ୍ଣାଟକର ସ୍ଥପତି ଅରୁଣ ଯୋଗୀରାଜଙ୍କୁ ମିଳିଛି। ଉକ୍ତ ମାମଲା ସହ ସଂପୃକ୍ତ ଥିବା ବ୍ୟକ୍ତି କହିଛନ୍ତି ଯେ, ଯୋଗୀରାଜ ଅନେକ ଥର ଅଧ ରାତିରେ ଉଠି ଯାଉଥିଲେ ଏବଂ କାମ କରିବା ଆରମ୍ଭ କରି ଦେଉ ଥିଲେ। ବିଶେଷ କଥା ଏହା କି ତିନୋଟି ମୂର୍ତ୍ତିକୁ ପ୍ରସ୍ତୁତ କରାଯାଇ ଥିଲା। ଖବର ଅନୁସାରେ , ଆଉ ଦୁଇ ମୂର୍ତ୍ତିକୁ ମନ୍ଦିରରେ ବିରାଜମାନ କରାଯିବ।

ମୂର୍ତ୍ତି ନିର୍ମାଣ ସମୟରେ ସଂସ୍କୃତ ଓ ସଙ୍ଗୀତର ସୂଚନାକାରୀ ଆଚାର୍ଯ୍ୟ ସମୁଧୁର ଶାସ୍ତ୍ରୀ ଯୋଗୀରାଜ ସାଥିରେ ଥିଲେ। ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି କି ପ୍ରାରମ୍ଭିକ ଭାବେ ମୂର୍ତ୍ତି ପାଇଁ ସତ୍ୟାନାରାୟଣ ପାଣ୍ଡେଙ୍କୁ ଚୟନ କରାଯାଇ ଥିଲା। ପରେ ଜେଜେ ଭଟ୍ଟଙ୍କ ନାଁ ଆସିଲା , କିନ୍ତୁ ଶେଷରେ ଯୋଗୀରାଜଙ୍କ ନାଁରେ ମୋହର ଲାଗିଥିଲା।

ରିପୋର୍ଟ ଅନୁସାରେ, ଶାସ୍ତ୍ରୀ କହିଛନ୍ତି , ଟ୍ରଷ୍ଟର ନିର୍ଦ୍ଦେଶ ସ୍ପଷ୍ଟ ଥିଲା କି, ରାମଲଲାଙ୍କ ମୂର୍ତ୍ତିକୁ ଛୋଟ ଶିଶୁ ଭାବେ ପ୍ରସ୍ତୁତ କରିବା, ଯାହାଙ୍କର ଉଚ୍ଚତା ୫୧ ଇଞ୍ଚ ହେବ। ଏଠାରେ କେଶ ଓ ବିଶେଷତ୍ୱ ଉପରେ ବିଶେଷ ଧ୍ୟାନ ଦିଆଯିବାର ଥିଲା। ସେ କହିଛନ୍ତି କି, ଅରୁଣ ଯୋଗୀରାଜ ଗତ ୭ ମାସରେ ବାରମ୍ୱାର ରାତିରେ ଉଠି ଯାଉଥିଲେ ଏବଂ ରାମଲଲାଙ୍କ ଡକରାରେ ସାଥିରେ ଯିବାକୁ ଅପିଲ କରୁଥିଲେ। 

ରିପୋର୍ଟ ଅନୁସାରେ , ସେ ସୂଚନା ଦେଇଛନ୍ତି କି, ଯୋଗୀରାଜ କିଛି ବିଳମ୍ୱରେ କାମ ଆରମ୍ଭ କରିଥିଲେ। ଏହାସହ ସେ କହୁଥିଲେ କି , ଉଭୟଙ୍କ ମଧ୍ୟରେ କଥାବାର୍ତ୍ତାରେ ମଧ୍ୟ ଖୁବ୍‌ ମୁସ୍କିଲ ଥିଲା ଏବଂ ଶେଷରେ ସ୍ଥିର ହେଲାକି ଖଣ୍ଡି ଇଂରାଜୀରେ କଥାବାର୍ତ୍ତା ହେବେ। ସେ କହିଛନ୍ତି , ପୂରା ପ୍ରକ୍ରିୟାରେ ୭ରୁ ୮ ମାସର ସମୟ ଲାଗିଲା। ପ୍ରକ୍ରିୟା ବେଳେ ସ୍ଥପତିଙ୍କର କାମ କରିବାର ସ୍ୱାଧିନତାର ମଧ୍ୟ ଧ୍ୟାନ ରଖାଯାଇଥିଲା। 

ଚ୍ୟାନେଲ ସହ କଥାବାର୍ତ୍ତାରେ ସେ କହିଛନ୍ତି, ରାମଲଲାଙ୍କ ଉତ୍ତର ଭାରତର ରୂପକୁ ବୁଝିବା ପାଇଁ ଆମେ ସ୍ୱାମୀ ନାରାୟଣ ଛପିଆ ମନ୍ଦିରରେ ପହଞ୍ଚି ଥିଲୁ। ଆମେ ସନ୍ଥଙ୍କ ସହ ମୂର୍ତ୍ତିର ରୂପକୁ ନେଇ କଥାବାର୍ତ୍ତା ହେଲୁ, ଦିବ୍ୟ ରୂପକୁ ବୁଝିବା ପାଇଁ ଗ୍ରନ୍ଥ ଓ ରାମାୟଣର ପ୍ରତି ଛନ୍ଦକୁ ଅବଗତ ହେଲୁ। ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ସମୟ ସମୟରେ ନିରୀକ୍ଷଣ କରୁଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.