ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ରେଞ୍ଜ ରୋଭର ଧକ୍କାରେ ଲୋପାମୁଦ୍ରାଙ୍କ ମୃତ୍ୟୁ ଘଟଣା: ଜାତୀୟ ମାନବ ଅଧିକାର ଆୟୋଗରେ ମାମଲା ରୁଜୁ

ଭୁବନେଶ୍ୱର,୦୬/୧୧: ରେଞ୍ଜ ରୋଭର ଧକ୍କାରେ ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ ପରେ ଘଟଣାକୁ ନେଇ ଚାରିଆଡୁ ପ୍ରତିବାଦ ସ୍ୱର ଉଠିବାରେ ଲାଗିଛି । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ହେବାକୁ ରାଜ୍ୟ ବିଜେପି ଦାବି କରିଛି । ସେହିପରି ଜାତୀୟ ମାନବ ଅଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି) ରେ ଏକ ମାମଲା ରୁଜୁ ହୋଇଛି ।   

ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ଦୁର୍ଘଟଣାଟି ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ।  କିନ୍ତୁ କ୍ୟାପିଟାଲ ଥାନା ପୁଲିସ ମାମଲାକୁ ଚାପିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲା । ଏମିତିକି ଜଣେ ସ୍ୱର୍ଗତ ପୂର୍ବତନ ମନ୍ତ୍ରୀଙ୍କ ପୁଅକୁ ବଞ୍ଚାଇବାକୁ ଯାଇକି କାର ନମ୍ବର ବଦଳାଇବାକୁ ଚେଷ୍ଟା କରିଥିଲା । ପୁଲିସ ତୁରନ୍ତ ଏକ ଫୌଜଦାରୀ ମାମଲା ରୁଜୁ କରି ଦୋଷୀଙ୍କୁ ଗିରଫ କରୁ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରବର୍ଗକୁ  ତୁରନ୍ତ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯାଉ ।  ‘ନ୍ୟାୟ ପାଇଁ ଲଢେଇ ପରିବାର’ ପକ୍ଷରୁ  ରବିବାର ଏକ ପିଟିସନ ଦାଖଲ ହୋଇଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା  ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା  କ୍ଷତିପୂରଣ ଦେବାକୁ ପିଟିସନ ଯୋଗେ ଆୟୋଗଙ୍କୁ  ନିବେଦନ କରାଯାଇଛି । 

ରାଜ୍ୟ ସଭାପତି ସୁବ୍ରତ  କୁମାର ଦାଶ ପିଟିସନରେ ଉଲ୍ଲେଖ କରିଛନ୍ତି, ଗତ ୩୧ ତାରିଖରେ ଯାଜପୁର ଜିଲ୍ଲା ବରୀ ବ୍ଲକର ଲୋପାମୁଦ୍ରା ସାହୁ ଏବଂ ତାଙ୍କ ସମ୍ପର୍କୀୟ  କାହ୍ନୁଚରଣ ନାୟକଙ୍କ ବାଇକ୍‌କୁ ଭୁବନେଶ୍ୱର ୟୁନିଟ ୮ ପାୱାର୍‌ ହାଉସ ଛକରେ ଦ୍ରୁତଗାମୀ  ରେଞ୍ଜ ରୋଭର (ଓଡି୨୩କେ ୦୦୦୬) ଧକ୍କା ଦେଇଥିଲା । ୪ ଦିନ ମୃତ୍ୟୁ ସହିତ ସଂଗ୍ରାମ କରି ଲୋପାମୁଦ୍ରା ଜୀବନ ଯୁଦ୍ଧରେ ହାରିଗଲେ । କାହ୍ନୁଚରଣ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତାଙ୍କ ଚିକିତ୍ସା ବାବଦରେ ସମସ୍ତ ଅର୍ଥ ଯୋଗାଇବାକୁ ପିଟିସନରେ ଉଲ୍ଲେଖ କରାଯାଇଛି ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.