ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଭୁବନେଶ୍ଵର ରେଞ୍ଜରୋଭର ଦୁର୍ଘଟଣା, ଗୁରୁତର ଯୁବତୀ ମୃତ

ଭୁବନେଶ୍ଵର, ୦୩/୧୧ : ଭୁବନେଶ୍ଵର ରେଞ୍ଜରୋଭର ଦୁର୍ଘଟଣାରେ ଗୁରୁତର ଯୁବତୀ ମୃତ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗତ ୩ ଦିନ ହେଲା ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ମୃତ ଯୁବତୀ ହେଲେ ଲୋପାମୁଦ୍ରା ସାହୁ।

୨୦୨୨ ସଡ଼କ ଦୁର୍ଘଟଣା ରିପୋର୍ଟ

ସୂଚନାନୁଯାୟୀ, ଗତ ୩୧ ତାରିଖରେ ପାୱାର ହାଉସ ଛକରେ ଦୁର୍ଘଟଣା ହୋଇଥିଲା। ରେଞ୍ଜ ରୋଭର ଧକ୍କାରେ ବାଇକ୍‌ରେ ଯାଉଥିବା କାହ୍ନୁଚରଣ ଓ ଲୋପାମୁଦ୍ରା ଗୁରୁତର ହୋଇଥିଲେ । ଏହି ଦାମୀ ଗାଡ଼ି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ କମ୍ପାନୀର ଗାଡ଼ି ବୋଲି ଜଣାପଡିଥିଲା । ତେବେ ଦୁର୍ଘଟଣା ଘଟିବା ଦିନ ବିଶାଳ ଦାସ ସେହି ଗାଡ଼ିରେ ବସିଥିଲେ କି ନାହିଁ, ଘଟଣା ସଂପର୍କରେ ସେ ଜାଣିଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ। 

ଛୁରାମାଡ଼ରେ ନାବାଳକ ମୃତ

ଅପର ପକ୍ଷରେ ଦୁର୍ଘଟଣାରେ ଗୁରୁତର ହୋଇଥିବା ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ ଏବେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଛି। ପୁଲିସ୍‌ ଗାଡ଼ି ଡ୍ରାଇଭର ସୌଭାଗ୍ୟ କୁମାର ବାଗଙ୍କୁ ଗିରଫ କରିଛି । ଦୁର୍ଘଟଣା ସମୟରେ ରେଞ୍ଜ ରୋଭରର ଆଗ ପଟରେ ଥିବା ଦୁଇଟି ଯାକ ବେଲୁନ ଫାଟିଥିବାରୁ କାରରେ ଦୁଇଜଣ ବ୍ୟକ୍ତି ଥିବା ସ୍ପଷ୍ଟ ହେଉଛି। ତେବେ ସେ ଦ୍ୱିତୀୟ ବ୍ୟକ୍ତି କିଏ? ତାହା ଜଣାପଡ଼ି ନାହିଁ। 

Read in English






  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.