ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ ବିଭାଗର ରାପିଡ୍‌ ରେସ୍ପନ୍ସ ଟିମ୍‌ ଗଠନ, ବନ୍ୟଜନ୍ତୁ-ମଣିଷ ସଂଘର୍ଷ ରୋକିବା ହେବ ସହଜ

ବାରଙ୍ଗ, ୨୧।୨: ବନ୍ୟଜନ୍ତୁ ଓ ମଣିଷ ସଂଘର୍ଷ ରୋକିବା ନିମନ୍ତେ ବନ ବିଭାଗ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ବନ୍ୟ ଜନ୍ତୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ରାପିଡ୍‌ ରେସ୍ପନ୍‌ସ ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ ଦିନ ହେଉ କି ରାତି, ପାହାଡ଼ ହେଉ କିମ୍ବା ନଦୀ ସବୁ ସ୍ଥାନରେ ପହଞ୍ଚି ଜୀବଜନ୍ତୁଙ୍କୁ ଉଦ୍ଧାର କରିପାରିବ । ଏନେଇ ଗୋଡ଼ିବାରିରେ ପୂର୍ବରୁ ଥିଓରି ଶିକ୍ଷା ଦିଆଯାଇଥିବାବେଳେ ମଙ୍ଗଳବାର ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ବନଖଣ୍ଡକୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କୌଶଳ ପ୍ରଶିକ୍ଷଣ ଦିଆଯାଇଛି । ଜନ୍ତୁମାନଙ୍କୁ କିପରି ବେହୋସ କରି ଉଦ୍ଧାର କରାଯିବ, ଉଦ୍ଧାର ପାଇଁ ବ୍ୟବହୃତ ୧୦୦ରୁ ଅଧିକ ଉପକରଣ କିପରି ବ୍ୟବହାର କରାଯିବ ତାଲିମ୍‌ ଦିଆଯାଇଛି । ରାଜ୍ୟର ୧୮ଟି ବନଖଣ୍ଡକୁ ଏହି ଟିମ୍‌ରେ ସାମିଲ କରାଯିବ । 

ପ୍ରତ୍ୟେକ ଟିମ୍‌ରେ ୬ଜଣ କାର୍ଯ୍ୟରତ ବନ କର୍ମଚାରୀ ରହିବେ । ଏମାନଙ୍କର ମୁଖ୍ୟ ଭାବରେ ଜଣେ ରେଞ୍ଜରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ପରେ ଆଉ ଦୁଇ ଆଧୁନିକ ପ୍ରଶିକ୍ଷଣ ଦିଆଯାଇ ଏପ୍ରିଲ ସୁଧା ସାରା ରାଜ୍ୟରେ ଟିମ୍‌ କାର୍ଯ୍ୟ କରିବ । ମଙ୍ଗଳବାର ଏକ ସାମ୍ବାଦିକ ସମିଳନୀରେ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ, ପିସିସିଏଫ ବନବାହିନୀ ମୁଖ୍ୟ ସୁଶାନ୍ତ ନନ୍ଦ ଓ ନନ୍ଦନକାନନ କ୍ୟୁରେଟର ଏସିଏଫ ଡ. ରଶ୍ମିରଞ୍ଜନ ସ୍ୱାଇଁ ଏନେଇ ସଚୂନା ଦେଇଛନ୍ତି । କାର୍ଯ୍ୟକ୍ରମରେ ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନାୟାର, ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ, ଏସିଏଫ ଶରତ ସାହୁ, ଡ.ସୁଦୀପ୍ତ ପଣ୍ଡାଙ୍କ ସମେତ ପ୍ରାଣୀ ଉଦ୍ୟାନର ରେଞ୍ଜର ଓ କର୍ମଚାରୀ ଉପସ୍ଥିତ ଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.