ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାତକୋଶିଆରେ ବ୍ଲାକ୍‌ ପାନ୍ଥର, ଟ୍ରାପ୍‌ କ୍ୟାମେରାରେ କଏଦ ହେଲା ଚିତ୍ର: ପୂର୍ବରୁ ସୁନ୍ଦରଗଡ଼ରେ ଦେଖାଯାଇଥିଲେ

ଭୁବନେଶ୍ୱର,୩୦/୧୧: ଓଡ଼ିଶାର ଜଙ୍ଗଲରେ ପୁଣି ଦୃଶ୍ୟମାନ ହେଲା କଳା ରଙ୍ଗର କଲରାପତରିଆ ବାଘ ବା ବ୍ଲାକ୍‌ ପାନ୍ଥର । ଏହାକୁ ମେଲାନିଷ୍ଟିକ୍‌ ଲିଓପାର୍ଡ ମଧ୍ୟ କୁହାଯାଏ । ବାଘ ଗଣନା ପାଇଁ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ଲଗାଯାଇଥିବା ଟ୍ରାପ୍‌ କ୍ୟାମେରାରେ ଏହାର ଚିତ୍ର ଉତ୍ତୋଳିତ ହୋଇଥିବା ବନ ବିଭାଗର ଜନୈକ ଅଧିକାରୀ କହିଛନ୍ତି ।

ବ୍ଲାକ୍‌ ପାନ୍ଥରକୁ ବିରଳ କୁହାଯାଉଥିଲେ ମଧ୍ୟ ଏହା ଜେନେଟିକାଲ ଡିଜଅର୍ଡର (ଜିନ୍‌ଗତ ଅବକ୍ଷୟ) ଯୋଗୁ ଜନ୍ମ ହୋଇଥାନ୍ତି ଏବଂ ଭିନ୍ନ ଭିନ୍ନ ସମୟରେ ଦେଶର ଅନେକ ଜଙ୍ଗଲରେ ଦୃଶ୍ୟମାନ ହୋଇଥାନ୍ତି । ୨୦୧୮ ମସିହାରେ ସୁନ୍ଦରଗଡ଼ ବନଖଣ୍ଡର ହେମଗିରି ରେଞ୍ଜ ଅନ୍ତର୍ଗତ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ବଡ଼ ଓ ଛୁଆ ବ୍ଲାକ୍‌ ପାନ୍ଥର ଦେଖାଯାଇଥିଲା । 

ଉଲ୍ଲେଖଯୋଗ୍ୟ, ମୟୁରଭଞ୍ଜର ଶିମିଳିପାଳ ଜାତୀୟ ଉଦ୍ୟାନରେ ହାତଗଣତି କଳା ମହାବଳ ବାଘ ବା ମେଲାନିଷ୍ଟିକ୍‌ ଟାଇଗର ଥିବା ପୂର୍ବରୁ ପରିଲକ୍ଷିତ ହୋଇଛନ୍ତି । ଏପରିକି ଅନେକ ସମୟରେ କେତେକ ଫଟୋଗ୍ରାଫରଙ୍କ କ୍ୟାମେରାରେ ମଧ୍ୟ ଏହା ଉତ୍ତୋଳିତ ହୋଇଛି । 

ଏବେ କେନ୍ଦ୍ର ଓଡ଼ିଶାର ଏକ ଜଙ୍ଗଲରେ ବ୍ଲାକ୍‌ ପାନ୍ଥର ଟ୍ରାପ୍‌ କ୍ୟାମେରାରେ ଧରାପଡ଼ିଥିବା  ପିସିସିଏଫ୍‌ ସୁଶାନ୍ତ ନନ୍ଦ ବୁଧବାର ବାଘର ଚିତ୍ର ସହ ‘ଏକ୍ସ’ରେ ଟୁଇଟ୍‌ କରିଛନ୍ତି । ତେବେ ଏହା କେଉଁ ଜଙ୍ଗଲ ତାହା ସେ ଉଲ୍ଲେଖ କରିନାହାନ୍ତି । ସୁରକ୍ଷା ଓ ନିରାପତ୍ତା କାରଣରୁ ବାଘର ନିର୍ଦ୍ଦିଷ୍ଟ ଠିକଣା ସମ୍ପର୍କରେ ଜଣାଇବା ଅନୁଚିତ୍‌ ହେବ । ଆସନ୍ତା ଜାନୁଆରୀ ୧୫ ତାରିଖରେ ବାଘ ଗଣନାକୁ ରିପୋର୍ଟ ଉପସ୍ଥାପନ ହେବ । 

ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ)ରିପୋର୍ଟ ଅନୁସାରେ, ଗତ ବାଘ ଗଣନାରେ ରାଜ୍ୟରେ ୨୦ଟି ମହାବଳ ବାଘ ଅଛନ୍ତି । ରାଜ୍ୟରେ ୭/୮ଟି ଶାବକ ଥିବା ଜଣାପଡ଼ିଛି । ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.