କୋଠପଦା ୦୪/୧୧: ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ସାହାପୁର ପଞ୍ଚାୟତସ୍ଥିତ ମୂଳବସନ୍ତ ମାଇନର କେନାଲରୁ ଏକ ବିରଳ ମାଛ ଧରାପଡ଼ିଛି । ଏହି ପଞ୍ଚାୟତ ବାଲିପଡ଼ିଆ ଗ୍ରାମର ଅସିତ ମହାନ୍ତି ଓ ଅକ୍ଷୟ ପରିଡ଼ା ଶୁକ୍ରବାର ସକାଳେ କେନାଲର ବାଲିପଡ଼ିଆ ସାଇଫନ ମୁହଁ ନିକଟରେ ଜାଲ ଦ୍ୱାରା ମାଛ ଧରୁଥିଲେ । ଏହି ସମୟରେ ଏକ ବିରଳ ମାଛ ଜାଲରେ ପନିଥିଲା । ଏହି ମାଛଟିର ଓଜନ ପ୍ରାୟ ୧ କେଜି ହେବ । ପ୍ରଭୁ ଜଗନ୍ନାଥଙ୍କ ପରି ମାଛଟିର ମୁହଁ ହୋଇଥିବା ବେଳେ ଏହାର ରଙ୍ଗ ଧଳା । ଏହି ବିରଳ ମାଛଟିକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ପରେ ମାଛଟିକୁ ବାଲିପଡିଆ ଗ୍ରାମର ଏକ ପୋଖରୀରେ ଛଡ଼ାଯାଇଛି ।

ଛତିଶଗଡ଼ରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହ ହ...