ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡିପଫେକ୍‌ର ଶିକାର ହେଲେ ପ୍ରିୟଙ୍କା ଚୋପ୍ରା, ରୋଜଗାର ସଂପର୍କରେ କହୁଥିବା ନେଇ ଭିଡିଓ ଭାଇରାଲ

ମୁମ୍ବାଇ: ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ ଏବଂ ଆଲିଆ ଭଟ୍ଟଙ୍କ ପରେ ଏବେ ଅନ୍ୟ ଜଣେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଡିପଫେକ୍‌ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇର ସହାୟତାରେ ସେଲିବ୍ରିଟିଙ୍କ ନକଲି ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆର ଭାଇରାଲ କରାଯାଉଛି । ଏହାକୁ ନେଇ ଉଭୟ ସରକାର ଏବଂ ଦେଶବାସୀ ଚିନ୍ତିତ ଥିବା ବେଳେ କେତେକ ଅସାଧୁ ପ୍ରକୃତିର ଲୋକେ ଏଥିରୁ ନିବୃତ ରହୁନାହାନ୍ତି । 

ବିଶେଷକରି ଆଗଧାଡ଼ିର ଅଭିନେତ୍ରୀଙ୍କୁ ଟାର୍ଗେଟ କରି ଏଭଳି ଡିପଫେକ୍‌ ଫଟୋ ଏବଂ ଭିଡିଓ ଭାଇରାଲ କରାଯାଉଛି । ତେବେ ପ୍ରିୟଙ୍କାଙ୍କ ଏହି ଡିପଫେକ୍‌ ଭିଡିଓରେ ତାଙ୍କର ସ୍ବର ବଦଳାଯାଇ ଏକ ବ୍ରାଣ୍ଡର ପ୍ରମୋସନ କରାଯାଇଥିବା ଦେଖିବାକୁ ମିଳିଛି । ପ୍ରଥମେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ ଏବଂ ଆଲିଆ ଭଟ୍ଟଙ୍କ ଡିପଫେକ୍‌ ଫଟୋ-ଭିଡିଓ ଭାଇରାଲ ହୋଇଥିଲା । 

ଏହା ପରେ ସରକାର ଡିପଫେକ୍‌ ଉପରେ ଲଗାମ ଲଗାଇବା ଲାଗି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ତାଗିଦ କରିଥିଲେ । ହେଲେ ଏହା ପରେ ମଧ୍ୟ  ଡିପଫେକ୍‌ ଭିଡିଓ ଭାଇରାଲ ହେବା ଚିନ୍ତାର କାରଣ ପାଲଟିଛି । ସେପଟେ ପ୍ରିୟଙ୍କାଙ୍କ ଏହି ଭିଡିଓରେ ତାଙ୍କର ଚେହେରା ପରିବର୍ତ୍ତନ କରାଯାଇନାହିଁ । ହେଲେ ତାଙ୍କର ଭଏସ୍‌ (କଣ୍ଠ ସ୍ବର) ଏବଂ ସେ କହୁଥିବା କିଛି କଥାକୁ ବଦଳାଯାଇଛି । ତେବେ ପ୍ରିୟଙ୍କା କୌଣସି ଏକ ବ୍ରାଣ୍ଡର ପ୍ରମୋସନ କରୁଥିବା ବେଳେ ବାର୍ଷିକ ରୋଜଗାର ସଂପର୍କରେ କହୁଥିବା ନେଇ ଏହି ଡିପଫେକ୍‌ ଭିଡିଓରେ ଦେଖିବାକୁ ମିଳିଛି । 

ଏସବୁ ଭିତରେ ମଙ୍ଗଳବାର (ଡିସେମ୍ବର ୫) ସୋସିଆଲ ମିଡିଆ ପ୍ଲାଟଫର୍ମ ସହ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଲୋଚନା କରିଛନ୍ତି । ଭୁଲ ତଥ୍ୟ ଏବଂ ଡିପଫେକର ପ୍ରସାର ଉପରେ ରୋକ ଲଗାଇବାକୁ ଏସୁବ ପ୍ଲାଟଫର୍ମ କଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସେନେଇ ସମୀକ୍ଷା କରିଥିଲେ । ତେବେ ଆଗାମୀ ଦୁଇ ଦନ ମଧ୍ୟରେ ଡିପଫେକ୍‌ ରୋକିବା ଦିଗରେ କମ୍ପାନିଗୁଡ଼ିକ ସରକାରଙ୍କ ନିୟମ ଶତ ପ୍ରତିଶତ ପାଳନ କରିବାକୁ ନେଇ ଘୋଷଣା ଜାରି କରାଯିବ ବୋଲି ଏକ୍ସରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.