ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-୨୦ରେ ରବି ବିଷ୍ଣୋଇ ଏକ ନମ୍ବର ବୋଲର, ସୂର୍ଯ୍ୟକୁମାର ଯାଦବଙ୍କ ରାଙ୍କ ଅପରିବର୍ତ୍ତିତ

Image Courtesy: aajtak

ନୂଆଦିଲ୍ଲୀ: ନିକଟରେ ଅଷ୍ଟ୍ରେଲିଆ ବପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜ୍‌ରେ ଭାରତୀୟ ଟିମ୍‌ ବିଜୟ ହାସଲ କରିଥିଲା । ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌କୁ ଭାରତ ୪-୧ରେ କବଜା କରିଥିଲା  । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଟିମ୍‌କୁ ପରାସ୍ତ କରିଥିଲା । ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ ପରେ ଆଇସିସି ଟି-୨୦ ରାଙ୍କିଙ୍ଗ ଜାରି କରିଛି । ଆଉ ଏହି ତାଲିକାରେ ଭାରତୀୟ ଖେଳାଳି ବାଜିମାତ କରିଛନ୍ତି । 

ଲେଗ ସ୍ପିନର ରବି ବିଷ୍ଣୋଇ ଏବେ ବିଶ୍ବର ଏକ ନମ୍ବର ବୋଲରର ମାନ୍ୟତା ପାଇଛନ୍ତି । ଆଫିଗାନିସ୍ତାନର ରାଶିଦ ଖାନଙ୍କୁ ପଛରେ ପକାଇ ବିଷ୍ଣୋଇ ଶୀର୍ଷରେ ପହଞ୍ଚିଛନ୍ତି । ରାଶିଦ ଖାନ (ଦ୍ବିତୀୟ), ଆଦିଲ ରଶିଦ ଏବଂ ବାନିନ୍ଦୁ ହସରଙ୍ଗା (ମିଳିତ ଭାବେ ତୃତୀୟ) ଏବଂ ମହେଶ ତୀକ୍ଷଣା (ପଞ୍ଚମ)ଙ୍କ ରାଙ୍କ ଖସିଆସିବା ପରେ ରବି ବିଷ୍ଣୋଇଙ୍କୁ ଫାଇଦା ମିଳିଛି । 

ସେହିଭଳି ଭାରତୀୟ ସ୍ପିନର ଅକ୍ଷର ପଟେଲ ୧୧ଟି ସ୍ଥାନ ଉପରକୁ ଉଠି ୧୬ ତମ ସ୍ଥାନରେ ପହଞ୍ଚିଯାଇଛନ୍ତି । ଅନ୍ୟପଟେ ଟି-୨୦ ବ୍ୟାଟିଂ କଥା କହିଲେ ସୂର୍ଯ୍ୟକୁମାର ଯାଦବ ଏବେ ବି ଏକ ନମ୍ବର ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି । ଏହା ବ୍ୟତୀତ ଋତୁରାଜ ଗାଏକ୍ବାଡ ଶୀର୍ଷ ୧୦ ତାଲିକାରେ ଅଛନ୍ତି । ହେଲେ ସେ ଗୋଟିଏ ରାଙ୍କ ତଳକୁ ଖସି ସପ୍ତମ ସ୍ଥାନରେ ରହିଛନ୍ତି । ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ୧୬ଟି ପାହାଚ ଚଢ଼ି ୧୯ ତମ ସ୍ଥାନକୁ ଆସିଛନ୍ତି । 

ସେପଟେ ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି । ୨୦୨୩ ବିଶ୍ବକପରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ସେ ଆହତ ହେବା ପରେ ଆଉ କ୍ରିକେଟ ଖେଳିନାହାନ୍ତି । ତେବେ ରବି ବିଷ୍ଣୋଇ ଏବେ ସୁଦ୍ଧା ଭାରତ ପାଇଁ ଗୋଟିଏ ଦିନିକିଆ ଏବଂ ୨୧ଟି ଟି-୨୦ ମ୍ୟାଚ୍‌ ଖେଳିସାରିଛନ୍ତି । ଦିନିକିଆରେ ରବି ଗୋଟିଏ ଏବଂ ଟି-୨୦ରେ ୩୪ଟି ଓ୍ବିକେଟ ନେଇଛନ୍ତି । ଆଗାମୀ ଟି-୨୦ ବିଶ୍ବକପ୍‌ ଓ୍ବେଷ୍ଟ ଇଣ୍ଡିଜ୍‌ ଏବଂ ଆମେରିକାରେ ହେବାକୁ ଯାଉଛି । ସେଠାରେ ଭାରତୀୟ ସ୍ପିନର୍ସଙ୍କ ଆବଶ୍ୟକତା ରହିଥିବା ବେଳେ ଭଲ ପ୍ରଦର୍ଶନ ଜାରି ରଖିଲେ ରବି ବିଷ୍ଣୋଇଙ୍କୁ ଟିମ୍‌ରେ ସ୍ଥାନ ମିଳିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.