ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ, ନିରାପଦ ଗାଡି ଚାଳନା ଓ ସଡ଼କ ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ବ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏହାର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ସମେତ ସମଗ୍ର ଓଡ଼ିଶାରେ ଥିବା ନିଜର କାର୍ଯ୍ୟାଳୟ ଓ ବିଭିନ୍ନ କ୍ଷେତ୍ରସ୍ତରୀୟ ସ୍ଥଳଗୁଡିକରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରୁଛି । ଜିଓ ଓଡ଼ିଶା ବ୍ୟବସାୟ ମୁଖ୍ୟ ପ୍ରଦୀପ ରାଉତ ଜିଓ ପକ୍ଷରୁ ଓଡ଼ିଶାରେ ପାଳନ କରାଯାଉଥିବା ଏହି ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କାର୍ଯ୍ୟକ୍ରମକୁ ଉଦ୍‌‍ଘାଟନ କରିବା ସହିତ ସଡ଼କ ନିରାପତ୍ତା ଅଭ୍ୟାସ ଉପରେ ଅନେକ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ । ମାସବ୍ୟାପୀ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମ ୨୦୨୪ ଫେବୃଆରୀ ୧୦ରେ ଉଦ୍‌‍ଯାପିତ ହେବ ।

 ‘ଜଣେ ସଡ଼କ ସୁରକ୍ଷା ହୀରୋ ହୁଅନ୍ତୁ’ ବିଷୟବସ୍ତୁ ଆଧାରିତ ଏହି ଜାତୀୟ ସଡ଼କ ସୁରକ୍ଷା ମାସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି ସଡ଼କ ସୁରକ୍ଷା, ନିରାପଦ ଗାଡି ଚାଳନା ଜୀବନ ରକ୍ଷା ଏବଂ ସଡ଼କ ଦୁର୍ଘଟଣା ହ୍ରାସ ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ପ୍ରମୁଖ ନିରାପତ୍ତାମୂଳକ ପଦକ୍ଷେପଗୁଡିକର ଗୁରୁତ୍ୱକୁ ଏହି ସୁରକ୍ଷା ସଚେତନତା ଅଭିଯାନ ଅବସରରେ ପୁନଃ ସୁଦୃଢୀକରଣ କରାଯାଉଛି ଏବଂ ତାହାସହିତ ସଡ଼କ ସୁରକ୍ଷା ନିମନ୍ତେ ଶପଥ ପାଠ ଏବଂ ସମଗ୍ର ଓଡ଼ିଶାରେ ତାଲିମ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । 

 ସଡ଼କ ସୁରକ୍ଷା ସମ୍ପର୍କିତ ବ୍ୟାନର ଓ ପୋଷ୍ଟରଗୁଡିକ ସମଗ୍ର ରାଜ୍ୟରେ ଥିବା ଜିଓ କାର୍ଯ୍ୟାଳୟଗୁଡିକରେ ପ୍ରଦର୍ଶିତ କରାଯାଇଛି । ମାସବ୍ୟାପୀ ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ରୋଡ ସୋ’, ସଡ଼କ ସୁରକ୍ଷା ଉପରେ ଚଳଚ୍ଚିତ୍ର ପ୍ରଦର୍ଶନ, ସଡ଼କ ସୁରକ୍ଷା ଉପରେ ଗୀତ / ସ୍ଲୋଗାନ୍‌‍ ଲେଖିବା ପ୍ରତିଯୋଗିତା, ଚିତ୍ରାଙ୍କନ / ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା, ଯାନବାହନଗୁଡିକର ଯାଞ୍ଚ ଏବଂ ସଡ଼କ ସୁରକ୍ଷା ହୀରୋମାନଙ୍କୁ ପୁଷ୍ପ, ଚକୋଲେଟ ଏବଂ ବ୍ୟାଜ୍‌‍ ବଣ୍ଟନ ଆଦି ଅନ୍ତର୍ଭୁକ୍ତ ।

ହେଲମେଟ୍‌‍ ଓ ସିଟ୍‌‍-ବେଲ୍ଟ ପିନ୍ଧିବା, ଦୁଇ-ଚକିଆ ଗାଡି ଚଳାଇବା ସମୟରେ ଯାନକୁ ଯାଞ୍ଚ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଟିମ୍‌‍ ସଦସ୍ୟମାନେ ମଧ୍ୟ ଆତ୍ମରକ୍ଷାମୂଳକ ଗାଡିଚାଳନା ଏବଂ କୁହୁଡି ପାଗରେ ନିରାପଦ ଗାଡି ଚାଳନା ସମ୍ପର୍କରେ ଉପାଦେୟ ସୂଚନା ପ୍ରଦାନ କରୁଛନ୍ତି । ଜିଓ କର୍ମଚାରୀମାନେ ମଧ୍ୟ ସଡ଼କ ବ୍ୟବହାରକାରୀ ଜନସାଧାରଣଙ୍କୁ ସୁରକ୍ଷାମୂଳକ କାର୍ଯ୍ୟକ୍ରମରେ ନିୟୋଜିତ ରଖି ସେମାନଙ୍କୁ ନିରାପତ୍ତା ସମ୍ପର୍କିତ ସୂଚନା ପ୍ରଦାନ କରୁଛନ୍ତି ଏବଂ ସେମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ବ୍ୟାଜ୍‌‍ ପ୍ରଦାନ କରୁଛନ୍ତି ।

  • odisha news
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.