ଭୁବନେଶ୍ୱର,୨୭/୦୨: ପ୍ରମୁଖ ଯାନ ନିର୍ମାତା ରୟାଲ ଏନ୍ଫିଲ୍ଡ ପକ୍ଷରୁ ନୂଆ ସଟ୍ଗନ ୬୫୦ ମଡେଲର ବଜାର ପ୍ରବେଶ କରାଯାଇଛି । ଓଡ଼ିଶାର ୧୧ ସୋ’ରୁମରେ ଏହି ମଡେଲଟିକୁ ସୋମବାର ଉନ୍ମୋଚନ କରାଯାଇଛି । ସୋ’ରୁମ ଗୁଡିକ ମଧ୍ୟରେ ଅନୁଗୁଳର ଗ୍ରୀନ୍ ଟ୍ରିଟ୍ ଅଟୋମୋଟିଭ, ବାଲେଶ୍ୱରର ଫେଭର ରାଇଡ୍, ବ୍ରହ୍ମପୁରର ବୈଷ୍ଣବୀ ଅଟୋମୋବାଇଲ୍ସ, ଭଦ୍ରକର ଦ ଏଜେଣ୍ଟ ଆଣ୍ଡ୍ ଡିଷ୍ଟ୍ରିବ୍ୟୁଟର୍ସ, ଭୁବନେଶ୍ୱର ପଟିଆ ଓ ମଞ୍ଚେଶ୍ୱରସ୍ଥିତ ଗୁଗ୍ନାନୀ ଅଟୋମୋବାଇଲ୍ସ, ଲୁଇସ ରୋଡ୍ର ଜୟବାବା ଅଟୋମୋବାଇଲ୍ସ, କଟକର ଅନ୍ମୋଲ ମୋଟର୍ସ, ଖିମଜୀ ଅଟୋମୋବାଇଲ୍ସ, ଯାଜପୁର ରୋଡର ବିରେନ୍ଦ୍ର ମୋଟର୍ସ ଏବଂ ବଲାଙ୍ଗୀରର ଲୟାଲ ଅଟୋମୋବାଲ୍ସ ସୋ’ରୁମ ରହିଛି । ମଡେଲଟିର ବଜାର ଦର ୩.୫୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୩.୭୩ ଲକ୍ଷ ଟଙ୍କା ରହିଛି ।
ଯାନଟି ୪ଟି ରଙ୍ଗ ଯଥା- ପ୍ଳାଜ୍ମା ବ୍ଲୁ, ସିଟ୍ ମେଟାଲ ଗ୍ରେ, ଷ୍ଟେନସିଲ୍ ହ୍ୱାଇଟ୍, ଗ୍ରୀନଡ୍ରିଲ୍ ରଙ୍ଗରେ ଉପଲବ୍ଧ । କଷ୍ଟମ୍ ଏଲ୍ଇଡ଼ି ହେଡ଼ଲ୍ୟାମ୍ପ୍, କଷ୍ଟମ ଷ୍ଟାଇଲିଙ୍ଗ୍, ସୋଆ ସକ୍ବଜରବର, ୱାଇଡ଼-ଲୋ-ସିଟ୍, ଟ୍ୱିନ୍ ଇଞ୍ଜିନ୍ ସହ ପ୍ରମାଣଯୁକ୍ତ-୬୫୦ ଆଦି ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବାରୁ ଏହା ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି କମ୍ପାନି ପକ୍ଷରୁ ଆଶା କରାଯାଇଛି।