ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୂର୍ଯ୍ୟ ମନ୍ଦିରକୁ ଧସେଇ ପଶିଲେ ପର୍ଯ୍ୟଟକ, ଟିକେଟ୍ ନ ମିଳିବାରୁ ଫେରିଲେ ଶତାଧିକ

କୋଣାର୍କ, ୨୫/୦୨: ରବିବାର କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କୁ ହଟହଟା ହେବାକୁ ପଡ଼ିଛି । ଅଧିକାଂଶ ପର୍ଯ୍ୟଟକ ମନ୍ଦିର ବୁଲି ନ ପାରି ନିରାଶ ହୋଇ ଫେରି ଯାଇଛନ୍ତି । ଏଏସ୍ଆଇର ଅବହେଳା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ।

ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟାପ୍ତ ପରିମାଣରେ ଟିକେଟ ନମିଳିବାରୁ ଘଣ୍ଟା ଘଣ୍ଟା ଧରି ଟିକେଟ୍ କାଉଣ୍ଟର ବନ୍ଦ ହୋଇ ରହିଥିଲା । ଛୁଟି ଦିନ ଥିବାରୁ ଲମ୍ବିଥିଲା ପର୍ଯ୍ୟଟକଙ୍କ ଲମ୍ବା ଧାଡ଼ି । ମୁଖ୍ୟ ଦ୍ୱାର ବନ୍ଦ ରହିଥିବାରୁ ଅନଲାଇନ୍ ଟିକେଟ୍ କରିଥିଲେ ବି ପର୍ଯ୍ୟଟକ ଭିତରକୁ ଯାଇ ପାରି ନଥିଲେ । ଅସନ୍ତୋଷ ପ୍ରକାଶ କପି କେତେକ ପର୍ଯ୍ୟଟକ ନିରାଶ  ହୋଇ ଫେରି ଯାଇଥିବା ବେଳେ ଦେଖା ଦେଇ ନଥିଲେ ଅଧିକାରୀ ।

ପର୍ଯ୍ୟଟକଙ୍କ ମଧ୍ୟରେ ଆକ୍ରୋଶ ପ୍ରକାଶ ପାଇଥିଲା । ସୂର୍ଯ୍ୟମନ୍ଦିର ମୁଖ୍ୟଦ୍ୱାର ଓ ପ୍ରବେଶ ପଥକୁ ସୁରକ୍ଷାକର୍ମୀ ବନ୍ଦ କରିଥିବାରୁ ପର୍ଯ୍ୟଟକ ଠେଲା ପେଲା କରିଥିଲେ । କୋଣାର୍କ ପୁଲିସ ପହଞ୍ଚି ବୁଝାସୁଝା କରିଥିଲା । ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଥିବା ବେଳେ ଏଏସ୍ଆଇ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଟୋକନ ନଥିବା ଜଣାପଡ଼ିଛି ।

ଏସଏ୍ଆଇର ଅପାରଗତା ଓ ତ୍ରୁଟିପୂର୍ଣ୍ଣ ପରିଚାଳନ ଯୋଗୁଁ ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ ଓ ପର୍ଯ୍ୟଟକ । ଏଥିପ୍ରତି ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.