ମସ୍କୋ, ୧୬/୦୯: ଋଷରେ ବୁଲୁଛି ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ୍ । ଦେଖୁଛି ଭଳିକି ଭଳି ଯୁଦ୍ଧ ବିମାନ ଓ ମିସାଇଲ୍ । ପ୍ରଶାନ୍ତ ମହାସାଗରରେ କିମ୍ ଯୁଦ୍ଧପୋତକୁ ବୁଲି ଦେଖିଛି । ପରମାଣୁ ଆକ୍ରମଣ କରିବାରେ ସକ୍ଷମ ବିମାନକୁ କିମଙ୍କୁ ଦେଖାଇଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍ ।
ଏହା ପୂର୍ବରୁ କିମ୍ ଋଷର ଯୁଦ୍ଧ ବିମାନରେ ଉଡ଼ିବା ସହ ଏୟାରବେସକୁ ଯାଇଥିଲେ । କୋମସୋସୋସ୍କରେ ଥିବା ଏୟାରକ୍ରାଫ୍ଟ ଉତ୍ପାଦନ କାରଖାନାକୁ ବି ଯାଇଥିଲେ । ଏସୟୁ-୫୭ର କକପିଟରେ ନଜର ଆସିଥିଲେ କିମ୍ । ଋଷର କିଞ୍ଝଲ୍ ମିସାଇଲ୍ ଦେଖିବା ଋଷ ଯୁଦ୍ଧ ବିମାନ କାରଖାନା ଦେଖି ବେଶ୍ ପ୍ରଭାବିତ ହୋଇଛି ।
୨୦୨୪ରେ ମୋକ୍ଷ ପାଇବେ ସନାତନ ଧର୍ମକୁ ଗାଳି କରୁଥିବା ଲୋକ: ବାବା ରାମଦେବ
ବୁଧବାର ଋଷରେ ପହଞ୍ଚିଥିଲା କିମ୍ ଜୋଙ୍ଗ ଉନ୍ । ପ୍ରଥମେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷାକୁ ନେଇ ଆଲୋଚନା ହୋଇଥିଲା । କିମଙ୍କ ଋଷ ଗସ୍ତକୁ ନେଇ ପାଶ୍ଚାତ୍ୟ ଦେଶ ଚିନ୍ତାରେ ପଡ଼ି ଯାଇଛନ୍ତି । କାରଣ ଉତ୍ତର କୋରିଆର ଅସ୍ତ୍ରଶସ୍ତ୍ର ୟୁକ୍ରେନ୍ ଯୁଦ୍ଧର ବିଭୀଷିକାକୁ ଆହୁରି ଭୟାବହ କରିପାରେ । ଅନ୍ୟପଟେ ଋଷର ଟେକ୍ନୋଲୋଜିରେ ଆହୁରି ବଳିଆନ୍ ହୋଇପାରେ ଉତ୍ତର କୋରିଆ ।
ଋଷର ମିସାଇଲ୍ ପ୍ରତି କିମ୍ ଜୋଙ୍ଗ ଉନର ମନ ବଳିଛି । ଏହାଛଡ଼ା ୟୁକ୍ରେନ୍ ଯୁଦ୍ଧରେ ଋଷ ବ୍ୟବହାର କରୁଥିବା ଯୁଦ୍ଧ ବିମାନ କିମ୍ ଦେଖିଛି । ବିଶେଷଜ୍ଞ ଅନୁସାରେ, ପ୍ରତିରକ୍ଷା କ୍ଷେତ୍ରରେ ଋଷ ଓ ଉତ୍ତର କୋରିଆ ପରସ୍ପରକୁ ସହଯୋଗ କରିବାକୁ ଆଗ୍ରହୀ । ୧୯୮୦ ମସିହାର ସୋଭିଏତ ସଂଘର ଯୁଦ୍ଧ ବିମାନ ଉପରେ ଉତ୍ତର କୋରିଆ ନିର୍ଭର କରୁଛି । ଅନ୍ୟପଟେ ଲମ୍ବା ସମୟ ଧରି ୟୁକ୍ରେନ୍ ଯୁଦ୍ଧ ଚାଲିଥିବାରୁ ଋଷକୁ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ହୋଇପାରେ । ଯାହାର ଭରଣା କରିପାରେ ଉତ୍ତର କୋରିଆ ।
ଦାଦାଙ୍କ ନୂଆ ଇଂନିସ୍, ଏବେ ଟାଟା ଓ ମିତ୍ତଲଙ୍କୁ ଦେବେ ଟକ୍କର
ଉତ୍ତର କୋରିଆ ଓ ଋଷର ସମ୍ପର୍କ ଏବଂ ମିଳନକୁ ନେଇ ଶୁକ୍ରବାର ଦକ୍ଷିଣ କୋରିଆ ଚିନ୍ତା ପ୍ରକଟ କରିଥିଲା । ଦକ୍ଷିଣ କୋରିଆର ଉପ ବିଦେଶ ମନ୍ତ୍ରୀ କହିଥିଲେ, ୱାଂଶିଟନ୍ ଓ ସେଓଲ୍ ସୁରକ୍ଷା ସହଯୋଗ ବଢ଼ାଇବା ଲାଗି ନିଶ୍ଚିତ କରିବେ ମସ୍କୋ, ଉତ୍ତର କୋରିଆକୁ ଅସ୍ତ୍ରଶସ୍ତ୍ର ଲାଗି ସାହାଯ୍ୟ କଲେ ତାର ପରିଣାମ ଭୋଗିବାକୁ ପଡ଼ିବ ।