ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଋଷରେ ଯବାନଙ୍କ ପତ୍ନୀଙ୍କ ବିକ୍ଷୋଭ ପ୍ରଦର୍ଶନ, ୟୁକ୍ରେନ୍ ଯୁଦ୍ଧରୁ ସୈନ୍ୟଙ୍କୁ ଫେରାଇ ଆଣିବାକୁ ଦାବି

ମସ୍କୋ, ୦୪/୦୧: ୟୁକ୍ରେନ୍-ଋଷ ଯୁଦ୍ଧକୁ ୨ ବର୍ଷ ପୂରିବାକୁ ଯାଉଛି । ଏପଟେ ଋଷ ସୈନିକଙ୍କ ପତ୍ନୀ ଓ ପରିବାର ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସେମାନଙ୍କ ଦାବି ହେଉଛି, ଯୁଦ୍ଧ ଲଢ଼ୁଥିବା ସୈନିକଙ୍କୁ ୟୁକ୍ରେନରୁ ଫେରାଇ ଅଣାଯାଉ । ୨୦ ଜଣ ବିକ୍ଷୋଭକାରୀଙ୍କୁ ଋଷ ପୋଲିସ ହେପାଜତକୁ ନେଇଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ସାମ୍ବାଦିକ ରହିଛନ୍ତି ।

ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇଥିଲା ବିକ୍ଷୋଭ । ଋଷ-ୟୁକ୍ରେନ୍ ଯୁଦ୍ଧର ୫୦୦ ଦିନ ପରେ ଯବାନଙ୍କ ପରିବାର ସଦସ୍ୟ କ୍ରେମଲିନ୍ ସ୍ଥିତ ରାଷ୍ଟ୍ରପତି ଭବନ ବାହାରେ ଥିବା ସ୍ମାରକୀ ନିକଟରେ ଏକାଠି ହୋଇଥିଲେ । ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ୟୁକ୍ରେନରେ ଥିବା ଯବାନଙ୍କୁ ଫେରାଇ ଆଣିବା ଲାଗି ଦାବି କରିଥିଲେ ।

ରିପୋର୍ଟ ଅନୁସାରେ, ଦ ୱେ ହୋମ୍ ଗ୍ରୁପର ଡାକରାରେ ପ୍ରଦର୍ଶନ ଆରମ୍ଭ ହୋଇଛି । ଉକ୍ତ ଗ୍ରୁପ୍ ଟେଲିଗ୍ରାମ୍ ଚ୍ୟାନେଲରେ ସୈନିକଙ୍କ ପତ୍ନୀ ଓ ପରିବାର ସଦସ୍ୟଙ୍କୁ କହିଥିଲା, ସୈନ୍ୟ ଫେରିବା ନେଇ ସ୍ୱର ଉଠାନ୍ତୁ । ଜଣେ ଯବାନଙ୍କ ପତ୍ନୀ କହିଛନ୍ତି, ମୁଁ ଚାହୁଁଛି ମୋ ପତି ଜୀବିତ ରୁହନ୍ତୁ । ମୋ ସ୍ୱାମୀଙ୍କ ଜୀବନ ବଦଳରେ ସରକାରଙ୍କ ଠାରୁ କିଛି କ୍ଷତିପୂରଣ ଚାହୁଁ ନାହିଁ । ଚାହୁଁଛି ମୋ ସ୍ୱାମୀ ଫେରି ଆସନ୍ତୁ ।

ତେବେ ଅନ୍ୟ ଏକ ରିପୋର୍ଟରେ କରାଯାଇଥିବା ଦାବି ଅନୁସାରେ, ୟୁକ୍ରେନ୍ ଯୁଦ୍ଧରେ ଆହତ ସୈନିକଙ୍କୁ ଋଷ ସରକାର କ୍ଷତିପୂରଣ ଦେଉ ନାହାନ୍ତି । ଯୁଦ୍ଧରେ ଆହତ ପରେ ଜଣେ ସୈନିକଙ୍କୁ ଲଢ଼ିବା ଲାଗି ଅଯୋଗ୍ୟ ଘୋଷଣା କରାଯିବା ପରେ ପରିବାର ଆର୍ଥିକ କ୍ଷତିପୂରଣ ମାଗିଥିଲା । ତେବେ ପରିବାରକୁ ଟଙ୍କା ବଦଳରେ ଗାଜର ଓ ପିଆଜ ମିଳିଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ନିକଟରେ ୟୁକ୍ରେନ୍ ଦାବି କରିଥିଲା, ଋଷ ଯବାନଙ୍କ ଠାରେ ଏକ ଅଜଣା ରୋଗ ବ୍ୟାପିଛି । ଯେଉଁଥିପାଇଁ ଯବାନଙ୍କ ଆଖି ଲାଲ୍ ହେଇ ଯାଉଥିବା ବେଳେ ବାନ୍ତି ବି ହେଉଛି । ଯାହା ଫଳରେ କିଡନୀ ବି ଅକାମୀ ହୋଇ ଯାଉଛି । ଆଉ ସେଭଳି ରୋଗଗ୍ରସ୍ତ ଯବାନଙ୍କୁ ଯୁଦ୍ଧ ମୈଦାନକୁ ଋଷ ପଠାଉଥିବା ୟୁକ୍ରେନ୍ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.