ୱାଶିଂଟନ୍, ୦୩/୧୧: ହମାସ୍-ଇସ୍ରାଏଲ୍ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ବଡ଼ ଆଶଙ୍କା କରିଛି । ଋଷର ୱାଗନର ଗ୍ରୁପ୍ ଲେବାନନର ଆତଙ୍କୀ ସଂଗଠନ ହେଜବୁଲ୍ଲାହକୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ମିସାଇଲ୍ ଦେବାକୁ ପ୍ରସ୍ତୁତ ହେଉଥିବା ଲେଖିଛି ନ୍ୟୁୟର୍କ ପୋଷ୍ଟ ।
ଅତ୍ୟାଧୁନିକ ଏୟାର ଡିଫେନ୍ସ ମିସାଇଲ୍ ଏସ୍ଏ-୨୨ ଯୋଗାଣ ନେଇ ୱାଗନର ଗ୍ରୁପ୍ ସହ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାହ ଆଲୋଚନା କରୁଛି । ଯାହା ଉପରେ ତୀକ୍ଷଣ ନଜର ରଖିଛି ଆମେରିକା । ଏସ୍ଏ-୨୨ ହେଉଛି ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲ୍ ।
ଏସ୍ଏ-୨୨କୁ ପାଣ୍ଟସିର୍-ଏସ୍୧ ମଧ୍ୟ କୁହାଯାଏ । ଋଷିଆ ଦ୍ୱାରା ନିର୍ମିତ ଏହା ଟ୍ରକ୍ ମାଉଣ୍ଟେଡ୍ ଭୂ-ପୃଷ୍ଠରୁ ଆକାଶକୁ ଏବଂ ଆଣ୍ଟି-ଏୟାରକ୍ରାଫ୍ଟ ଆର୍ଟିଲରି ୱିପନ୍ ସିଷ୍ଟମ । ଏହାର ବ୍ୟବାର ଋଷିଆ, ୟୁକ୍ରେନ୍ ଯୁଦ୍ଧରେ କରିଥିଲା । ଏବେ ଏସ୍ଏ-୨୨ର ବ୍ୟବହାର ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ୍ ବିରୋଧରେ କରିପାରେ ଇରାନ୍ ସମର୍ଥିତ ଆତଙ୍କବାଦୀ ସଂଗଠନ ।
କଙ୍ଗନା ଦେଲେ ଖୋଲା ସଂକେତ, ‘ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଲେ ଲଢ଼ିବି ଲୋକସଭା ନିର୍ବାଚନ’
ହମାସ୍ ବିରୋଧୀ ଯୁଦ୍ଧକୁ ଇସ୍ରାଏଲ୍ ବ୍ୟାପକ କରୁଥିବା ବେଳେ ଲେବାନନ୍ ସୀମାରେ ହେଜବୁଲ୍ଲାହ ସହ ଲଢ଼ୁଛି ଇସ୍ରାଏଲ୍ । ଆମେରିକୀୟ ଅଧିକାରୀଙ୍କ ଅନୁସାରେ, ଏସ୍ଏ-୨୨ ଲେବାନନକୁ ଏଯାଏଁ ମିଳିନି । କିନ୍ତୁ ହେଜବୁଲ୍ଲାହ ଓ ୱାଗନର ଗ୍ରୁପ୍ ଏବେ ସିରିଆରେ ରହିଛନ୍ତି ।
ତେବେ ଇସ୍ରାଏଲର ଅତ୍ୟାଧୁନିକ ମିସାଇଲ୍ ୱାଗନର ଗ୍ରୁପ୍ ଦେବା ପରେ ଲେବାନନରେ ରହିବ ନା ଗାଜାକୁ ଅଣାଯାଇ ହମାସକୁ ଇସ୍ରାଏଲ୍ ବିରୋଧୀ ଯୁଦ୍ଧରେ ବଳ ଦେବ । ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ତେବେ ଏସ୍ଏ-୨୨କୁ ନେଇ ୱାଗନର ଗ୍ରୁପ୍ ଓ ହେଜବୁଲ୍ଲାହ ମଧ୍ୟରେ ଚାଲିଥିବା ଆଲୋଚନାକୁ ନେଇ ଋଷିଆ କୌଣସି ମନ୍ତବ୍ୟ ଦେଇ ନାହିଁ ।
ପୂର୍ବରୁ ହିଁ ଆମେରିକା ଏୟାରକ୍ରାଫ୍ଟ ବ୍ୟାରିଅରକୁ ପୂର୍ବ ଭୂମଧ୍ୟସାଗରରେ ମୁତୟନ କରି ଉପସ୍ଥିତି ଜାହିର୍ କରିଛି । ଇସ୍ରାଏଲକୁ ସମର୍ଥନ କରୁଥିବା ଆମେରିକାର ଏହି ପଦକ୍ଷେପ ହେଜବୁଲ୍ଲାହ ଓ ହମାସକୁ ବିଚଳିତ କରିଛି । ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ହମାସର ଅତର୍କିତ ଆକ୍ରମଣ ପରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ୍ ।
ଡେଙ୍ଗୁ ପାଇଁ ୪ କେଜି ହ୍ରାସ୍ ପାଇଥିଲା ଶୁବମନ ଗିଲଙ୍କ ଓଜନ, କହିଲେ ପୁଣି କେମିତି କଲେ ଉତ୍ତମ ପ୍ରଦର୍ଶନ
ଇସ୍ରାଏଲ୍ ଉପରେ ବାହ୍ୟ ଆକ୍ରମଣକୁ ଆମେରିକା ବିରୋଧ କରିଥିବା ବେଳେ ବାଇଡେନ୍ ଚେତାବନୀ ଦେଇଥିଲେ । ଆମେରିକାର ଚେତାବନୀ ସତ୍ତ୍ୱେ ଇସ୍ରାଏଲ୍ ବିରୋଧରେ ଏକାଠି ହୋଇ ହମାସ୍, ହେଜବୁଲ୍ଲାହ, ଫିଲିସ୍ତିନ୍ ଇସଲାମିକ୍ ଜିହାଦ୍ ଏକାଠି ହୋଇ ଆକ୍ରମଣ କରୁଛନ୍ତି । ଏବେ ଯୁଦ୍ଧରେ ହେଜବୁଲ୍ଲାହକୁ ସହାୟତା ପାଇଁ ୱାଗନର ଗ୍ରୁପ୍ ଆଗେଇ ଆସିଛି ।