ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏସ୍‌ସିବି ଇତିହାସରେ ବିରଳ ଘଟଣା: ମା' ହେଲେ କିଡ୍‌ନୀ ପ୍ରତିରୋପଣ କରିଥିବା ମହିଳା

କଟକ,୦୯/୦୨: ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ଇତିହାସରେ ଆଉ ଏକ ନୂଆ ସଫଳତା  ଯୋଡ଼ି ହୋଇଛି । କିଡ୍‌ନୀ ପ୍ରତିରୋପିତ ଜଣେ ମହିଳା  ଗୁରୁବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏଭଳି  ଘଟଣା ଏସ୍‌ସିବି ମେଡିକାଲ୍‌ ଇତିହାସରେ ପ୍ରଥମ  ଥର ଘଟିଛି । ମହିଳା କିଡ୍‌ନୀ ରୋଗୀଙ୍କ କ୍ଷେତ୍ରରେ  ଗର୍ଭଧାରଣର କ୍ଷମତା ପ୍ରାୟତଃ ନଥାଏ । ମାତ୍ର ଏହି  ମହିଳାଙ୍କର କିଡ୍‌ନୀ ପ୍ରତିରୋପଣ କରାଯିବା ସହିତ  ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଡାକ୍ତର ଉଦ୍ୟମ କରିଥିଲେ । ଡାକ୍ତରମାନଙ୍କ ଏହି ଉଦ୍ୟମ  ସଫଳ ହେବାରୁ ସମ୍ପୃକ୍ତ ମହିଳା ମାତୃତ୍ୱ ଲାଭ କରିଛନ୍ତି । ଏବେ ଉଭୟ ମା' ଓ ଶିଶୁକନ୍ୟା ସୁସ୍ଥ ଅଛନ୍ତି । 

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଖଇରା  ଅଞ୍ଚଳର ୨୯ ବର୍ଷୀୟ ଯାଜ୍ଞସିନୀ ଜେନା କିଛି ବର୍ଷ  ପୂର୍ବେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ ।  ୨୦୧୯ରେ ଏସ୍‌ସିବି ମେଡିକାଲ୍‌ରେ ତାଙ୍କର କିଡ୍‌ନୀ  ପ୍ରତିରୋପଣ କରାଯାଇଥିଲା । ନେଫ୍ରୋଲୋଜି  ବିଭାଗୀୟ ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟଙ୍କ କହିବା  ମୁତାବକ, ମହିଳାମାନଙ୍କର କିଡ୍‌ନୀ ଖରାପ ହେଲେ  ଋତୁସ୍ରାବ ଚକ୍ରରେ ଅନିୟମିତତା ଦେଖା ଦେଇଥାଏ ।  କିନ୍ତୁ ପ୍ରତିରୋପଣ ହେବା ପରେ ଏହା ଧିରେଧିରେ  ସ୍ୱାଭାବିକ ହୋଇଥାଏ । ୨୦୨୦ ମସିହା ଶେଷ ଆଡ଼କୁ  ତାଙ୍କ ଋତୁସ୍ରାବ ଚକ୍ର କ୍ରମଶଃ ସ୍ୱାଭାବିକ ହୋଇଥିଲା ।  

୨୦୨୧ରେ ଯାଜ୍ଞସିନୀ ବିବାହ କରିଥିଲେ । ପରେ  ଯାଜ୍ଞସିନୀ ନିୟମିତ ଡାକ୍ତରଙ୍କ ପରାମର୍ଶ ନେଉଥିଲେ ।  ଗର୍ଭଧାରଣ କ୍ଷମତାପ୍ରାପ୍ତ ନିମନ୍ତେ ଯାଜ୍ଞସିନୀଙ୍କ ଚିକିତ୍ସା  କରାଯାଉଥିଲା । ପରେ ସେ ଗର୍ଭଧାରଣ କରିଥିଲେ ।  ଗୁରୁବାର ଯାଜ୍ଞସିନୀଙ୍କ ଅସ୍ତ୍ରୋପଚାର ନିମନ୍ତେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ ହୋଇଥିଲା । ସ୍ତ୍ରୀ ରୋଗ ଓ  ପ୍ରସୂତି ବିଭାଗ, ଏଣ୍ଡୋକ୍ରାଇନୋଲାଜି, ନେଫ୍ରୋଲାଜି,  ୟୁରୋଲୋଜି, କାର୍ଡିଓଲୋଜି ବିଭାଗର ଡାକ୍ତର  ରହିଥିଲେ । ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ବରିଷ୍ଠ  ପ୍ରଫେସର ତଥା ପୂର୍ବତନ ଅଧୀକ୍ଷକ ଡାକ୍ତର ଲୁସି ଦାସ ଅସ୍ତ୍ରୋପଚାର କରିଥିଲେ । ଯାଜ୍ଞସିନୀ ଏବେ ସ୍ତ୍ରୀ ରୋଗ ଓ  ପ୍ରସୂତି ବିଭାଗର କ୍ୟାବିନ୍‌ରେ ରହିଛନ୍ତି । ଶିଶୁ କନ୍ୟାକୁ  ଏସ୍‌ଏନସିୟୁରେ ରଖାଯାଇଛି । ଉଭୟ ସୁସ୍ଥ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.