ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋଭିଡ୍‌ ଯୁଦ୍ଧରେ ‘ସୋଆ’ ଲଢ଼େଇକୁ ୫-ଟି ଅଧ୍ୟକ୍ଷଙ୍କ ପ୍ରଶଂସ, କହିଲେ ‘ସମ୍‌’ ପାଇଁ କୋଭିଡ୍‌ ମୃତ୍ୟୁ କମିଥିଲା

ଭୁବନେଶ୍ୱର,୦୬/୦୨: ଓଡ଼ିଶାରେ କୋଭିଡ୍‌  ଯୁଦ୍ଧର ମୁକାବିଲା କରିବାରେ ଶିକ୍ଷା ଓ ଅନୁସନ୍ଧାନ  (ସୋଆ)ର ବଡ଼ ଯୋଗଦାନ ଥିଲା । ସୋଆ ଅଧୀନ  ସମ୍‌ ହସ୍ପିଟାଲ ପାଇଁ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା  ବହୁତ କମି ଯାଇଥିଲା । ଏଥିପାଇଁ କରୋନାଜନିତ  ମୃତ୍ୟୁ ହାରରେ ଓଡ଼ିଶାର ମୁତ୍ୟୁ ହାର ଦେଶଠାରୁ କମ୍‌  ଥିଲା । । ମୁଖ୍ୟମନ୍ତ୍ରୀ, ମୁଁ ଓ ପୂରା ଓଡ଼ିଶାବାସୀ ଏହାକୁ  କେବେ ଭୁଲି ପାରିବେନାହିଁ । ସୋଆ ବିଶ୍ୱବିଦ୍ୟାଳୟକୁ  ଏମିତି ଭୁରି ଭୁରି ପ୍ରଂଶସା କରିଛନ୍ତି ୫-ଟି ଓ ନବୀନ  ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ  ସୋମବାର ସୋଆରେ ଆୟୋଜିତ ଭାଷା, ସାହିତ୍ୟ  କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ୍‌ ଏହା କହିଛନ୍ତି । ନିଜ 

ଅନୁଭୂତି ବଖାଣି ପାଣ୍ଡିଆନ୍‌ କହିଛନ୍ତି, ଅତି ଜଟିଳ  ସମୟରେ ମୁଁ ସୋଆକୁ ପ୍ରଥମ ଥର ପାଇଁ ଆସିଥିଲି ।  ସେତେବେଳେ କୋଭିଡ-୧୯ ମହାମାରୀର ବିଭୀଷିକା  ଆରମ୍ଭ ହୋଇସାରିଥିଲା । କରୋନାର ମୁକାବିଲାରେ  ସୋଆ କିଭଳି ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବ ତା ଉପରେ ଆଲୋଚନା ପାଇଁ ମୁଁ ଆସିଥିଲି । ଏଠାରେ ଥିବା  ଭିତ୍ତିଭୂମିକୁ ପରଖିବା ସହ ଡାକ୍ତରଙ୍କ ସହ ଆଲାଚନା  କଲି । ଆଲୋଚନା ପରେ କୋଭିଡ୍‌ ଯୁଦ୍ଧରେ ଆମେ  ବିଜୟୀ ହେବା ସମ୍ଭବ ବୋଲି ମୋର ଆତ୍ମବିଶ୍ୱାସ  ଆସିଥିଲା । ସୋଆର ପ୍ରତିଷ୍ଠାତାଙ୍କ ସହଡାକ୍ତରୀ ଟିମ୍‌ର ଦୃଢ଼ ଆଶ୍ୱାସନା ମୋତେ ଏଭଳି  ଆତ୍ମବିଶ୍ୱାସ ଦେଇଥିଲା । 


କୋଭିଡ୍‌ ଯୁଦ୍ଧ ଲଢ଼େଇ ପାଇଁ ରାଜ୍ୟ  ସରକାରଙ୍କ ସହିତ ହାତ ମିଳାଇଥିଲା ସୋଆ  ପରିଚାଳିତ ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲ ।  କୋଭିଡ୍‌ ମୁକାବିଲାରେ ସୋଆର ଭୂମିକା କ’ଣ  ରହିବ ସେ ସମ୍ପର୍କରେ ସୋଆର ପ୍ରତିଷ୍ଠାତା ସଭାପତି  ପ୍ରଫେସର ଡ. ମନୋଜରଞ୍ଜନ ନାୟକ ଓ ହସ୍ପିଟାଲର  ଡାକ୍ତରଙ୍କ ସହ ସେ ଆଲୋଚନା କରିଥିଲେ । 

ସେମାନେ ସବୁ ସହାୟତା କରିବାକୁ ନିର୍ଭର  ପ୍ରତିଶ୍ରୁତି ଦେଲେ । ମହାମାରୀ ମୁକାବିଲା ପାଇଁ  ସବୁପ୍ରକାର ପଦକ୍ଷେପ ନେବେ । ମୁଖ୍ୟମନ୍ତ୍ରୀଙ୍କୁ  ଏହା ଆଶ୍ୱସ୍ତ କରାଇବାକୁ ମୋତେ କହିଥିଲେ ।  ସୋଆ ପକ୍ଷରୁ ରାଜ୍ୟର ୫ଟି ସ୍ଥାନରେ ସ୍ୱତନ୍ତ୍ର  କୋଭିଡ୍‌ ହସ୍ପିଟାଲ୍‌ ଖୋଲିଥିଲା । ସମ୍‌ କୋଭିଡ  ହସ୍ପିଟାଲ୍‌ରେ ଚିକିତ୍ସା ହେଲେ ନିଶ୍ଚିତ ଭାବେ  ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଏକ  ଧାରଣା ସୃଷ୍ଟି ହୋଇଥିଲା । କୋଭିଡ୍‌ ରୋଗୀ ଓ  ତାଙ୍କ ପରିବାର ଲୋକେ ସମ୍‌କୁ ପଠାଇ ଚିକିତ୍ସା  କରିବାକୁ ପ୍ରଶାସନକୁ ଅନୁରୋଧ କରୁଥିଲେ ।  ସମ୍‌ କେମିତି ରୋଗୀ ସେବା କରି ଲୋକଙ୍କ  ଭରସା ଜିତିଥିଲା ଏହା ତାର ନମୁନା । 

ଏଥିପାଇଁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ୫-ଟି  ଅଧ୍ୟକ୍ଷ ପ୍ରଶଂସା କରିଥିଲେ । ସମ୍‌ ଡାକ୍ତର ଓ ଅନ୍ୟ  କର୍ମଚାରୀଙ୍କ ଟିମ୍‌ ୱାର୍କ ଯୋଗୁ ଓଡ଼ିଶାରେ କୋଭିଡ୍‌  ମୃତ୍ୟୁ ହାର କମ୍‌ ରହିଥିଲା । ଏହି ସମୟରେ ପ୍ରତିଟି  ଜୀବନକୁ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  ଥିଲା । ରାଜ୍ୟ ସରକାର କୋଭିଡ୍‌ ପରିଚାଳନା  ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ । 

କୋଭିଡ୍‌ର ସୁପରିଚାଳନା ପାଇଁ ସିଧାସଳଖ  ଚୀନ ଓ ସିଙ୍ଗାପୁରରୁ କିଟ୍‌ ଓ ଅନ୍ୟ ସରଞ୍ଜାମ  ଆମଦାନୀ କରାଯାଉଥିଲା । କୋଭିଡ୍‌ ଲଢ଼େଇରେ  ବି ଆମେ ୫-ଟିକୁ ଗୁରୁତ୍ୱ ଦେଇଥିଲୁ ବୋଲି ଶ୍ରୀ  ପାଣ୍ଡିଆନ୍‌ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.