ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଥିଏଟରରୁ ଭିଡ଼ିଓ ଭାଇରାଲ ପରେ ‘ଟାଇଗର-୩’ ଦର୍ଶକଙ୍କୁ ସଲମାନଙ୍କ ଅପିଲ୍, ସୁରକ୍ଷିତ ରୁହନ୍ତୁ...

ନୂଆଦିଲ୍ଲୀ,୧୩/୧୧ : ଭାଇଜାନଙ୍କ ଫିଲ୍ମ ଲାଗି ଦର୍ଶକଙ୍କ ଭରପୁର କ୍ରେଜ । ଫିଲ୍ମ ହଲରେ ଖଚାଖଚ ଭିଡ଼ । ଏହାରି ଭିତରେ ସଲମାନ ଖାନ କିନ୍ତୁ ତାଙ୍କର ପ୍ରିୟ ଦର୍ଶକଙ୍କୁ ଖାସ୍ ଅପିଲ୍ କରିଛନ୍ତି । ଯାହା ଏ‌ବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫିଲ୍ମ ରିଲିଜ ହେବା ପରେ କେତେକ ଭିଡ଼ିଓ ଥିଏଟର ଭିତରୁ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଭିଡ଼ିଓରେ ଥିଏଟର ଭିତରେ କିଛି ଲୋକ ବାଣ ଫୁଟାଉଥିବା ନଜର ଆସୁଛନ୍ତି । ଏହି ଭିଡ଼ିଓ ଭାଇରାଲ ହେବା କ୍ଷଣି ସଲମାନ ଏକ ଟ୍ବିଟ(ଏକ୍ସ) କରିଛନ୍ତି । ଏହି ଟ୍ବିଟରେ ଅଭିନେତା ଜଣଙ୍କ ଦର୍ଶକମାନଙ୍କୁ ଏଭଳି ନ କରିବାକୁ ଅପିଲ କରିଛନ୍ତି । 

ସଲମାନ ଟ୍ବିଟ କରିଛନ୍ତି,‘ ମୋତେ ଶୁଣିବାକୁ ମିଳୁଛି କି ‘ଟାଇଗର ୩’ଦେଖିବା ସମୟରେ ଥିଏଟରରେ କିଛି ଲୋକ ବାଣ ଫୁଟାଉଛନ୍ତି । ଏହା ବହୁତ ବିପଦ ଜନକ ଅଟେ । ଆପଣମାନେ ଏହି ଫିଲ୍ମକୁ ଉପଭୋଗ କରନ୍ତୁ କାହାକୁ ବି ବିପଦରେ ନ ପକାଇ । ସୁରକ୍ଷିତ ରୁହନ୍ତୁ । ’


ସୋସିଆଲ ମିଡ଼ିଆରେ ଥିଏଟର ଭିତରର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଲୋକମାନେ ସ୍କ୍ରିନ ନିକଟରେ ଠିଆ ହୋଇଛନ୍ତି ଏବଂ ସୁଟିଂ କରୁଛନ୍ତି । ସେହିଭଳି ଅନ୍ୟ କିଛି ଲୋକ ସ୍କ୍ରିନ ନିକଟରେ ବାଣ ଫୁଟାଉଥିବା ନଜର ଆସୁଛନ୍ତି । ଏହିଭଳି ଭାବେ ବାଣ ଫୁଟାଉଥିବାର କିଛି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ସବୁ ଭିଡ଼ିଓ ଟାଇଗର ୩ଫିଲ୍ମ ସମୟର । ଏହି ଭାଇରାଲ ଭିଡ଼ିଓକୁ ଦେଖି ସଲମାନ ନିଜର ରାଗ ସୋସିଆଲ ମିଡ଼ିଆରେ ଜାହିର କରିଛନ୍ତି ।

  • prameyanews
  • PrameyaOdia
  • prameya
  • Entertainment News
  • Copyright © 2022 - Summa Real Media Private Limited. All Rights Reserved.