ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଭାରତରେ ‘ଜୟ ଶ୍ରୀ ରାମ’ ନାରା ଦେଉଥିବା ସୀମା ହାଇଦରଙ୍କ ମୁହଁରୁ ଜନ୍ମାଷ୍ଟମୀରେ ବାହାରିଲା ଆଲ୍ଲା , ଚମକି ପଡ଼ିଲେ ଲୋକେ

ନୋଏଡା - ନିଜର ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ସ୍ୱତନ୍ତ୍ରତା ଦିବସ ଠାରୁ ନେଇ ରାକ୍ଷୀ ପୂର୍ଣ୍ଣମୀ ଯାଏ ଭାରତୀୟ ରଙ୍ଗରେ ଡୁବି ଥିବାର ନଜର ଆସିଛି। ଏହି ଭିତରେ ସୀମାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ସୀମା ହାଇଦରଙ୍କ ମୁହଁରୁ କିଛି ଏମିତି ଶବ୍ଦ ବାହାରି ଯାଇଛି, ଯାହା ସୋସିଆଲ ମିଡ଼ିଆ ୟୁଜର ଆଶ୍ଚର୍ଯ୍ୟ ହୋଇଛନ୍ତି। ସୀମା ହାଇଦର ଓ ସଚିନଙ୍କୁ ବହୁତ ଉପହାର ମିଳୁଛି। ଏହି ମଧ୍ୟରେ ଜନ୍ମଷ୍ଟମୀର ଅବସରରେ ମଧ୍ୟ ସଚିନ ଓ ସୀମାଙ୍କ ପାଇଁ ରାଜସ୍ଥାନର ଜଣେ ବ୍ୟକ୍ତି ଉପହାର ପଠାଇଛନ୍ତି। 

ବିଗ୍‌ ବସ୍‌ ୧୭ ର ପ୍ରତିଯୋଗୀଙ୍କ ଲିଷ୍ଟ ଲିକ୍‌, ଏହି ବ୍ୟକ୍ତିଙ୍କ ସହ ଏଣ୍ଟ୍ରି କରିବେ ସୀମା ହାଇଦର

ଏହି ଉପହାରକୁ ଖୋଲିବା ବେଳେ ସୀମା ହାଇଦର ଏକ ଭିଡ଼ିଓ କରିଛନ୍ତି। କିନ୍ତୁ ଭିଡ଼ିଓରେ ତାଙ୍କ ମୁହଁରୁ ଅଲ୍ଲା ବାହାରି ଆସିଛି। ଏଥିରେ ଲୋକେ ସୀମା ହାଇଦରଙ୍କ ଉପରେ ଫିଡିକିଛନ୍ତି। ଏହାସହ ତାଙ୍କ ଉପରେ ନକଲି ହିନ୍ଦୁ ହେବାର ଅଭିଯୋଗ ଲଗେଇଛନ୍ତି। ଭିଡ଼ିଓରେ ଆପଣ ଦେଖି ପାରିବେ କି ସୀମା ଭିଡ଼ିଓ ତିଆରି କରୁଛନ୍ତି ଏବଂ ସଚିନ ଗିଫ୍ଟ ସବୁ ଖୋଜୁଛନ୍ତି। 

ଏହି ସମୟରେ ଏକାଥରେ ଏତେ ଗୁଡ଼ିଏ ପ୍ୟାକିଂକୁ ଦେଖି ସୀମାଙ୍କ ମୁହଁରୁ ବାହାରି ଯାଏ- ହେ ଆଲ୍ଲା ଏତେ ସବୁ ପ୍ୟାକିଂ । ହେଲେ ଏହି ପ୍ୟାକିଂରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ବାହାରି ଥିଲା। ସୀମାଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି ଏବଂ ବହୁତ ଲୋକ ସୀମାଙ୍କ ନେଇ ଅନେକ କିଛି ଭଲ ଖରାପ କଥା କହୁଛନ୍ତି। 

ସୀମା ହାଇଦର ଏପି ସିଂହଙ୍କ ହାତରେ ବାନ୍ଧିରେ ରାକ୍ଷୀ : ଓକିଲ କହିଲେ, ଭଉଣୀର ସବୁ ଦୁଃଖ ମୋର, ମୁଁ ସବୁବେଳେ ତା ସହ ଅଛି  


ଉଲ୍ଲେଖନୀୟ ଯେ , ସୀମା ହାଇଦର ଓ ସଚିନ ମୀଣଙ୍କ ସାକ୍ଷାତ କିଛି ବର୍ଷ ପୂର୍ବେ ପବଜୀ ଗେମ୍‌ ମାଧ୍ୟମରେ ହୋଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ସଂପର୍କ ପ୍ରେମର ରୂପ ନେଇଥିଲା। ଚଳିତ ବର୍ଷ ୧୩ ମେ’ ୨୦୨୩ରେ ସୀମା ହାଇଦର  ନିଜର ୪ଜଣ ପିଲାଙ୍କ ସହ ନେପାଳ ବର୍ଡର ରାସ୍ତାରେ ଗ୍ରେଟର ନୋଏଡାରେ ପହଞ୍ଚି ଥିଲେ। ସେଠାରେ ସଚିନଙ୍କୁ ବିବାହ କରିଥିବା କହି ଥିଲେ। ସୀମାଙ୍କର ଦାବି କି ସେ ନିଜର ଧର୍ମ ବଦଳାଇ ସାରିଛନ୍ତି। 

ହାଇକୋର୍ଟରେ ପହଞ୍ଚିଲା ସୀମା ହାଇଦରଙ୍କ ଫିଲ୍ମ ବିବାଦ , ପ୍ରଡ୍ୟୁସର ଦାଏର କଲେ ରିଟ୍ ପିଟିସନ

Copyright © 2022 - Summa Real Media Private Limited. All Rights Reserved.