ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁବନେଶ୍ବରରେ ପୁଣି ଆପାର୍ଟମେଣ୍ଟରୁ ସିରିଜ ଲୁଟ୍

ବାରଙ୍ଗ,୩୧।୧ : ରାଜଧାନୀରେ ଆପାର୍ଟମେଣ୍ଟ ଆଉ ସୁରକ୍ଷିତ ନାହିଁ। ବର୍ତ୍ତମାନ ଲୁଟେରାଙ୍କ ଟାର୍ଗେଟ ଆପାର୍ଟମେଣ୍ଟ। ଗତ କିଛି ମାସ ଧରି ଆପାର୍ଟମେଣ୍ଟରେ ସିରିଜ ଲୁଟ ହେବାରେ ଲାଗିଛି। ଗତ କିଛି ଦିନର ବ୍ୟବଧାନରେ  ପୁଣି ଆପାର୍ଟମେଣ୍ଟ ରୁ ସିରିଜ ଲୁଟ୍ ହୋଇଛି । ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟ୍ସର ୩ଟି ଫ୍ଲାଟରୁ ଲୁଟ ହୋଇଛି। ଘରେ କେହି ନଥିବା ବେଳେ ଘର କବାଟ ଭାଙ୍ଗି ଲୁଟିନେଲେ ଲୁଟେରା ।

 ଗୋଟିଏ ଫ୍ଲାଟ ରୁ ୬ ମୁଦି ,୧୦ଟି ସୁନା ଚେନ, ୮ଟି ଗୋଲ୍ଡ ଲକେଟ୍, ୧୫  ହାଜର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ୩ ଟି ପ୍ଲାଟରୁ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି ।ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ପହଁଚି ଘର ମାଲିକଙ୍କୁ ପଚରା ଉଚରା କରିଛି।

ସେହିପରି ପଟିଆ ରୟାଲ ଗାର୍ଡେନ ର ଦୁଇଟି ଡୁପ୍ଲେକ୍ସ ରୁ ଲୁଟ ହୋଇଛି। ୯ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଡାଇମଣ୍ଡ, ସୁନା ଗହଣା ଲୁଟ ହୋଇଛି। ଏହାସହ ଲକ୍ଷାଧିକ ନଗଦ ଟଙ୍କା ମଧ୍ୟ ଲୁଟିନେଇ ଛନ୍ତି ଲୁଟେରା। ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟ ଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.