ନୂଆଦିଲ୍ଲୀ, ୦୩/୦୯: ଆଫ୍ରିକୀୟ ଦେଶ ନାଇଜେରିଆରେ ଆକ୍ରମଣକାରୀ ମସିଜଦରେ ପଶି ନମାଜପାଠ ବେଳେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଘଟିଛି କଡ୍ଡନା ରାଜ୍ୟର ଇକାରାରେ ।
ଶୁକ୍ରବାର ରାତିରେ ନମାଜ ପାଠ ଲାଗି ଲୋକ ମସଜିଦରେ ଏକାଠି ହୋଇଥିଲେ । ଏହି ସମୟରେ ଆକ୍ରମଣକାରୀ ବାଇକରେ ଆସି ଗୁଳିମାଡ଼ ଆରମ୍ଭ କରିଥିଲେ । ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଏକ ମସଜିଦରେ ଆକ୍ରମଣକାରୀ ଅନ୍ୟ ଜଣଙ୍କୁ ମଧ୍ୟ ଗୁଳି କରିଥିଲେ ।
ଆଦିତ୍ୟ L1ର ପ୍ରଥମ କକ୍ଷପଥ ବଦଳାଇଲା ଇସ୍ରୋ, ୫ ତାରିଖ ଅପରାହ୍ଣରେ ପୁଣି ହେବ ପରିବର୍ତ୍ତନ
ଏଏସପି ମାନସିର ହସନଙ୍କ ସୂଚନା ଅନୁସାରେ, ଶୁକ୍ରବାର ରାତି ୮ଟାରେ ଏହି ଗୁଳିକାଣ୍ଡ ଘଟିଛି । ୯ ଜଣ ଆକ୍ରମଣକାରୀ ଅସ୍ତ୍ରଶସ୍ତ୍ର ନେଇ ବାଇକରେ ଆସିଥିଲେ । ଗୁଳିମାଡ଼ କରି ଯିବାବେଳେ ଆଉ ୪ଟି ବାଇକ୍ ନେଇ ପଳାଇ ଯାଇଛନ୍ତି ।
ଘଟଣାସ୍ଥଳରୁ ପୋଲିସ ଏକେ-୪୯ ରାଇଫଲ୍ ସହ ଅନ୍ୟ ସାମଗ୍ରୀ ଜବତ କରିଛି । ସୁରକ୍ଷାକର୍ମୀ ପହଞ୍ଚିବା ବେଳକୁ ଅନ୍ଧାରର ସୁଯୋଗ ନେଇ ଖସି ଯାଇଥିଲେ ଆକ୍ରମଣକାରୀ । ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କୁ ଧରିବା ଲାଗି ପୋଲିସ ଛାନଭିନ୍ ଜାରି ରଖିଛି ।
ସୋମବାର ଶ୍ରୀବିଗ୍ରହଙ୍କ ରାହୁରେଖା ଲାଗି ନୀତି, ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ କଟକଣା
ବିଗତ ୩ ବର୍ଷ ହେଲା ନାଇଜେରିଆରେ ଆକ୍ରମଣକାରୀ ସକ୍ରିୟ ହୋଇ ପଡ଼ିଛନ୍ତି । ସଡ଼କରେ ଲୋକଙ୍କୁ ହତ୍ୟା କରିବା ସହ ଅପରହଣ ମାମଲା ବଢ଼ି ଚାଲିଛି । ଚଳିତବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆକ୍ରମଣକାରୀ ୨୧୪ ଜଣଙ୍କୁ ହତ୍ୟା କରିଥିବା ବେଳେ ୭୪୬ ଜଣଙ୍କୁ ଅପହରଣ କରି ନେଇଛନ୍ତି । ୧୪ ବର୍ଷ ଧରି ଚାଲିଥିବା ଇସଲାମ୍ ବିଦ୍ରୋହକୁ ଦମନ ପାଇଁ ସୁରକ୍ଷାକର୍ମୀ ପ୍ରଚେଷ୍ଟା କରୁଛନ୍ତି ।