ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

କଲେଜ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବଡ଼ ଉପହାର , ୬୦ପ୍ରତିଶତ ମାର୍କ ଆଣିଲେ ମିଳିବ ୨୫,୦୦୦ଟଙ୍କା

ଗ୍ୱାଲିୟର – ମଧ୍ୟ ପ୍ରଦେଶରେ ନଭେମ୍ୱର-ଡିସେମ୍ୱରରେ ହେବ ବିଧାନସଭା ନିର୍ବାଚନ। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟର ସ୍କୁଲ ପିଲାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଘୋଷଣା କରି ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି , ସରକାର ଗଠନ ପରେ ସେ ଆସନ୍ତା ବର୍ଷରୁ ଦ୍ୱାଦଶ ଶ୍ରେଣୀର ସେହି ସବୁ ଛାତ୍ରଛାତ୍ରୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଦେବେ ଯେଉଁ ମାନେ ବୋର୍ଡ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ନମ୍ୱର ରଖିବେ। କହି ରଖୁଛୁ କି ବର୍ତ୍ତମାନ ସମୟରେ ଦ୍ୱାଦଶ ଶ୍ରେଣୀରେ ୭୫ ପ୍ରତିଶତ ବା ଏହାଠାରୁ ଅଧିକ ଅଙ୍କ ପ୍ରାପ୍ତ କରିଥିବା ରାଜ୍ୟର ବିଦ୍ୟାର୍ଥୀଙ୍କୁ ଲ୍ୟାପଟପ୍‌ କିଣିବାକୁ ୨୫ହଜାର ଲେଖାଏଁ ଦିଆଯାଉଛି । 

 

ଆଉ ଏକ ବଡ଼ ଘୋଷଣା – 

ମୁଖ୍ୟମନ୍ତ୍ରୀ ଶିବରାଜ ପ୍ରୋଗ୍ରାମରେ କହିଛନ୍ତି , ଗାଁ ଓ ସହରର ସ୍କୁଲରେ ଯେଉଁ ପିଲା ପ୍ରଥମ , ଦ୍ୱିତୀୟ , ତୃତୀୟ ରାଙ୍କ୍‌ ଆଣିବେ ତାଙ୍କୁ ସ୍କୁଟି ଦିଆଯିବ। ଏହି ଘୋଷଣା  ମୁଖ୍ୟମନ୍ତ୍ରୀ ଗ୍ୱାଲିୟରରେ ମୁଖ୍ୟମନ୍ତ୍ରୀ ଲାଡଲୀ ବହନା ଯୋଜନା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି। 


ମୁଖ୍ୟମନ୍ତ୍ରୀ କହିଛନ୍ତି  ଆସନ୍ତା ବର୍ଷରୁ ଆମର ପିଲା ଦ୍ୱାଦଶରେ ୬୦ ପ୍ରତିଶତରୁ ଅଧିକ ନମ୍ୱର ଆଣିଲେ ଅଙ୍କଲ (ଶିବରାଜ ସିଂହ ଚୌହାନ)  ୨୫ ହଜାର ଟଙ୍କା ତାଙ୍କର ଆକାଉଣ୍ଟରେ ଦେବେ। ଗାଁ ଓ ସହରର ସ୍କୁଲରେ ଯେଉଁ ପିଲା ପ୍ରଥମ , ଦ୍ୱିତୀୟ ଓ ତୃତୀୟ ରାଙ୍କ୍‌ ଆଣିବେ ତାଙ୍କୁ ଅଙ୍କଲ ସ୍କୁଟି ଦେବେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.