ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ନିରନ୍ତର ବୃତ୍ତିଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କଟକ,୦୯/୦୨: କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ  ଦୁଇ ଦିବସୀୟ ନିରନ୍ତର ବୃତ୍ତିଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟେଲିମାନସର ପରାମର୍ଶଦାତାମାନଙ୍କୁ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।  

ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ମୁଖ୍ୟ ତଥା ନିର୍ଦେଶକ ପ୍ରଫେସର ଡ଼ା. ଶାରଦା ପ୍ରସନ୍ନ ସ୍ୱାଇଁ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ପ୍ରଥମ ଦିବସରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦେଶକ (ମାନସିକ ସ୍ୱାସ୍ଥ୍ୟ ) ଡ଼ା.ପ୍ରମିଳା ବରାଳ ଯୋଗ ଦେଇଥିଲେ।  ଏହି ଅବସରରେ  ପ୍ରଫେସର ଡ଼ା. ସ୍ୱାଇଁ  ମାନସିକ ସ୍ୱାସ୍ଥ୍ୟ ସେବାର ପରିସର ତଥା ବୃତ୍ତିଗତ ଦକ୍ଷତା ବୃଦ୍ଧି ଏବଂ ସେବା ସମ୍ପର୍କିତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ।

ସେହିପରି ଡ଼ା. ବରାଳ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଟେଲି ମାନସର ଅଭୁତପୂର୍ବ ଅଗ୍ରଗତି ତଥା ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ପ୍ରମୁଖ ସହକାରୀ ପ୍ରାଧ୍ୟାପିକା ଡ଼ା. ପଲ୍ଲବୀ ସାହୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପରାମର୍ଶଦାତାମାନେ ସେମାନଙ୍କର ବ୍ୟାବହାରିକ ଅଭିଜ୍ଞତା ବିଷୟରେ ମତ ବିନିମୟ କରିଥିଲେ । ପରିଶେଷରେ ପ୍ରଶିକ୍ଷଣପ୍ରାପ୍ତ ପରାମର୍ଶଦାତାମାନଙ୍କୁ ପ୍ରତିଷ୍ଠାନର ମୁଖ୍ୟ ପ୍ରଫେସର ଡ଼ା. ସ୍ୱାଇଁ ପ୍ରମାଣପତ୍ର ସହ ସମ୍ମାନିତ କରିଥିଲେ l 

ସୂଚନାଯୋଗ୍ୟ ସମ୍ପ୍ରତି ରାଜ୍ୟରେ ମାନସିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟେଲି ମାନସ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି । ଏହି ସେବା ନିଃଶୁଳ୍କ ନମ୍ବର ୧୪୪୧୬ ସହ ସବୁ ସମୟରେ ( ୨୪ ଘଣ୍ଟା ) ଉପଲବ୍ଧ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.