ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ମନୀଷ ମଲହୋତ୍ରାଙ୍କ ଦିୱାଲି ପାର୍ଟିରେ ଫସିଲେ ଶୋଭିତା,ଫଟୋ ସେୟାର କରି ଲେଖିଲେ ଏମିତି କିଛି

ମୁମ୍ବାଇ ୧୨/୧୧:  ବଲିଉଡ୍‌ରେ କେତେଜଣ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ମାନ ଅଭିମାନ ଚର୍ଚ୍ଚାରେ ଥାଏ। ଛୋଟ ଛୋଟ କଥାରେ ସେମାନେ ଅଭିମାନ କରିଥାନ୍ତି। ଏହି ତାଲିକାରେ ଏବେ ଶୋଭିତା ଧୁଲିପାଲାଙ୍କ ନାଁ ଯୋଡା ହୋଇଛି। ନେଟିଜେନ୍‌ମାନେ ଦେଉଥିବା ତଥ୍ୟକୁ ଯଦି ସତ ବୋଲି ଧରାଯାଏ ତେବେ ଶୋଭିତା ଅଭିମାନ କରିଛନ୍ତି ବୋଲି ଧରିନେବାକୁ ହେବ। କାରଣ ଘଟଣା ଦିନ ଶୋଭିତାଙ୍କ ଅସହାୟ ଚେହେରା ଦେଖି କିଛି ନେଟିଜେନ୍‌ ତାଙ୍କ ଅସହାୟତାର ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଏଥିରେ ଶୋଭିତା ରାଗିନଥିଲେ, ବରଂ ନିଜେ ମଧ୍ୟ ତାଙ୍କ ଅସହାୟତା ଓ ଅଭିମାନର ଫଟୋ ସୋସିଆଲ୍‌ ମିଡିଆରେ ଦେଇଥିଲେ।


କଥା ହେଉଛି ସେହି ଦିନର , ଯେଉଁଦିନ ପୋଷାକଶିଳ୍ପୀ ମନୀଷ ମଲହୋତ୍ରା ତାଙ୍କ ଘରେ ପ୍ରାକ୍‌ ଦିୱାଲି ପାର୍ଟିର ଅୟୋଜନ କରିଥିଲେ। ଘଟଣା ଦିନ ମନୀଷଙ୍କ ଘର ଆଗରେ ବଲିଉଡ୍‌ର ବିଶିଷ୍ଟ ବ୍ୟକ୍ତିମାନଙ୍କ ଭିଡ ଜମିଥିଲା। ତାଙ୍କ ଘର ଆଗରେ ଏତେ ଗାଡି ଜମିବାକୁ ଲାଗିଲା ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରାଫିକ୍‌ ପୁଲିସ୍‌ ବି ଭିଡ ସମ୍ଭାଳିବାକୁ ଯାଇ ନୟାନ୍ତ ହୋଇପଡିଲା। ଏତିକିବେଳେ ଶୋଭିତାଙ୍କ ଗାଡି ଲାଗିଥିଲା ମନୀଷଙ୍କ ଘର ଆଗରେ।  କିନ୍ତୁ ଗାଡିରୁ ଓହ୍ଲାଇ ମନୀଷଙ୍କ ଘର ପର୍ଯ୍ୟନ୍ତ ଯିବା ସମ୍ଭବ ନଥିଲା। ଦୀର୍ଘ ୪୫ ମିନଟ୍‌ ପର୍ଯ୍ୟନ୍ତ ଗାଡି ଭିତରେ ଅପେକ୍ଷା କଲା ପରେ ଶୋଭିତା ନିଜ ଅସହାୟତାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଓ ସେଥିରେ ମନୀଶଙ୍କୁ ବି ଟ୍ୟାଗ୍‌ କରିଥିଲେ। ଏଥିରୁ ସ୍ପଷ୍ଟ ବୁଝିହେଉଥିଲା ଶୋଭିତାଙ୍କ ମନର ତୀବ୍ର ଅଭିମାନ।

Copyright © 2022 - Summa Real Media Private Limited. All Rights Reserved.