ଇମ୍ଫାଲ୍, ୧୮/୦୯: ମଣିପୁରରେ ଜଣେ ସେନା ଯବାନଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । ରାଜଧାନୀ ଇମ୍ଫାଲରେ ତାଙ୍କ ଘର । ଛୁଟିରେ ସେ ଶନିବାର ଇମ୍ଫାଲ୍ ୱେଷ୍ଟ ଜିଲ୍ଲାସ୍ଥିତ ନିଜ ଘରକୁ ବୁଲି ଯାଇଥିଲେ । ରବିବାର ତାଙ୍କ ମୃତଦେହ ମିଳିଛି । ମୃତ ଯବାନ ଜଣକ ହେଉଛନ୍ତି ସିପାହୀ ସେର୍ତୋ ଥଙ୍ଗ୍ଥଙ୍ଗ୍ କୋମ୍ ।
ସୂଚନା ମୁତାବକ ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ତାଙ୍କୁ କିଛି ଅଜଣା ସଶସ୍ତ୍ର ଦୁର୍ବୃତ୍ତ ଘରୁ ଉଠାଇ ନେଇଥିଲେ । ଏହାପରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଯବାନଙ୍କ ୧୦ ବର୍ଷୀୟ ପୁଅଙ୍କ କହିବାନୁଯାୟୀ ୩ ଜଣ ସଶସ୍ତ୍ର ଲୋକ ତାଙ୍କ ଘର ମଧ୍ୟରେ ପ୍ରବେଶ କରିଥିଲେ । ସେମାନେ ବନ୍ଧୁକ ଦେଖାଇ ତାଙ୍କ ପିତାଙ୍କୁ ଘରୁ ନେଇ ଏକ ଧଳା ଗାଡ଼ିରେ ପଳାଇଥିଲେ ।
ମୋ ବସ୍ ସହ କାର୍ ମୁହାଁମୁହିଁ ଧକ୍କା, ୧୪ ଗୁରୁତର, ବସ୍ ଭିତରେ ଚାପି ହୋଇ ରହିଛନ୍ତି ଡ୍ରାଇଭର୍
ପୁଲିସ ସୂଚନା ମୁତାବକ, ଇମ୍ଫାଲ ପୂର୍ବ ଜିଲ୍ଲାସ୍ଥିତ ମୋଙ୍ଗଜାମ୍ ଅନ୍ତର୍ଗତ ଖୁନିଙ୍ଗ୍ଠେକ୍ ଗ୍ରାମରେ ଯବାନଙ୍କ ମୃତଦେହ ମିଳିଛି । ତାଙ୍କ ଭାଇଙ୍କ ଏବଂ ଭିଣୋଇଙ୍କ ପକ୍ଷରୁ ମୃତଦେହ ଚିହ୍ନଟ କରାଯାଇଛି । ତାଙ୍କ ମୁଣ୍ଡରେ ଗୋଟିଏ ଗୁଳି ବାଜିଥିଲା । ସେଥିରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି । ସିପାହି କୋମ୍ଙ୍କର ପତ୍ନୀ ଓ ପୁଅ ଝିଅ ଅଛନ୍ତି ।
ଏ ନେଇ ଏକ ବିବୃତିରେ ସେନା ପକ୍ଷରୁ କୁହାଯାଇଛି ଯେ ସିପାହି କୋମ୍ଙ୍କ ହତ୍ୟା ଘଟଣାକୁ ଆମେ ନିନ୍ଦା କରୁଛୁ । ଏଭଳି ଦୁଃଖଦ ସମୟରେ ଆମେ ତାଙ୍କ ପରିବାର ସହ ଛିଡ଼ା ହୋଇଛୁ । ଏହାପରେ ସେନା ଯବାନଙ୍କର ଏକ ଟିମ୍ ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିବା ଜଣାପଡ଼ିଛି ।
ଭାରତକୁ ଆସିବ ଏଲନ ମସ୍କଙ୍କ ‘ଷ୍ଟାରଲିଙ୍କ’ ! ବଢ଼ିବ ଜିଓ-ଏୟାରଟେଲ୍ର ଟେନସନ୍