ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ସୋନିଆ, ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ !

Image Courtesy: indiatoday

ନୂଆଦିଲ୍ଲୀ: କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରେବାନ୍ତ ରେଡ୍ଡୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଗୁରୁବାର (ଡିସେମ୍ବର ୭) ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବାନ୍ତ ରେଡ୍ଡୀ । ଏହା ପୂର୍ବରୁ ମଙ୍ଗଳବାର ଦିନ କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ ଘୋଷଣା କରିଥିଲେ ଯେ, ରେବାନ୍ତ ରେଡ୍ଡୀ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ହେବେ। 

ସେପଟେ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଆଜି ଦିଲ୍ଲୀରେ ରେବାନ୍ତ ରେଡ୍ଡୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରିଛନ୍ତି । ଏହା ପରେ ସେ ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ଏପରିକି ସେ ସୋନିଆ ଗାନ୍ଧୀଙ୍କ ବାସଭବନରେ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । 

ଡିସେମ୍ବର ୩ରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ଏଥିରେ ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭାରେ କଂଗ୍ରେସକୁ ୬୪ ଆସନ ମିଳିଥିବା ବେଳେ ସେଠାରେ ସରକାର ଗଢ଼ିବ ଦଳ । ସେପଟେ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)କୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି । ଦୀର୍ଘ ୧୦ ବର୍ଷ ଧରି ଶାସନରେ ଥିବା ବିଆରଏସକୁ ମିଳିଛି ୩୯ ଆସନ । 

ଏପରିକି ଡିସେମ୍ବର ୩ରେ ଭୋଟ ଗଣତି ଶେଷ ହେବା ପୂର୍ବରୁ କେସିଆର ନିଜର ଇସ୍ତଫା ପତ୍ର ରାଜ୍ୟପାଳକୁ ଦେଇଦେଇଥିଲେ । ଏହା ପରେ କଂଗ୍ରେସର ଏକ ପ୍ରତିନଧିମଣ୍ଡଳୀ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରଜାନଙ୍କୁ ଭେଟି ସରକାର ଗଢ଼ିବା ନେଇ ଦାବି କରିଥିଲେ।  ତେବେ ଆସନ୍ତାକାଲି ରେବାନ୍ତ ରେଡ୍ଡୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।

  • Sonia Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.