ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

‘ଇସ୍ରାଏଲକୁ କଡ଼ା ସନ୍ଦେଶ’; ଯୁଦ୍ଧ ମଧ୍ୟରେ ସମସ୍ତ କୂଟନୀତିଜ୍ଞଙ୍କୁ ଫେରାଇ ନେବ ଦକ୍ଷିଣ ଆଫ୍ରକା

Image Courtesy: aljazeera

ଜୋହାନ୍ସବର୍ଗ: ଗାଜାରେ ଇସ୍ରାଏଲ ସେନା ଲଗାତର ଆକ୍ରମଣ ଜାରି ରଖିଥିବା ବେଳେ ଏହାକୁ ଅନେକ ଦେଶ ବିରୋଧ କରୁଛନ୍ତି । ଏହି ତାଲିକାରେ ଦକ୍ଷିଣ ଆଫ୍ରିକା ମଧ୍ୟ ଯୋଡି ହୋଇଯାଇଛି । ଇସ୍ରାଏଲ ପଟୁ ଆକ୍ରମଣ ଲାଗି ଗାଜାରେ ଅନେକ ନୀରିହ ଲୋକ ଏବଂ ଛୋଟ ପିଲାଙ୍କ ମୃତ୍ୟୁ ହେଉଛି ବୋଲି ଅଭିଯୋଗ କରିବା ସହ ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୂରୁପ ତେଲଅବିବରେ ଥିବା ନିଜର ସମସ୍ତ କୂଟନୀତିଜ୍ଞଙ୍କୁ ଫେରାଇ ନେବ ଦକ୍ଷିଣ ଆଫ୍ରିକା । 

ତେଲଅବିବରୁ ପ୍ରିଟୋରିଆ ଫେରିଯିବାକୁ ସମସ୍ତ ଦୂତାବାସ ଅଧିକାରୀଙ୍କ କୁହାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମନ୍ତ୍ରୀ ଖୁମ୍ବୁଜୁ ଶାଭେନି । ପାଲେଷ୍ଟାଇନ୍‌ ମାଟିରେ ନାଗରିକ ଏବଂ ଛୋଟପିଲାଙ୍କୁ ଅତି ନିର୍ମମ ଭାବେ ଇସ୍ରାଏଲ ହତ୍ୟା କରୁଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଇସ୍ରାଏଲ ପାଲେଷ୍ଟାଇନ୍‌କୁ ଦଣ୍ଡ ଦେଉଛି ବୋଲି ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ନାଲେଡି ପାଣ୍ଡୋର ଅଭିଯୋଗ କରିଛନ୍ତି । 

ବନ୍ଧକ ମାନଙ୍କୁ ମୁକ୍ତ କରିବା ସପକ୍ଷରେ ରହିଛି ଦକ୍ଷିଣ ଆଫ୍ରିକା । ହେଲେ ଗାଜାରେ ଆକ୍ରମଣ ନେଇ ଦକ୍ଷିଣ ଆଫ୍ରିକା ଚିନ୍ତା ପ୍ରକଟ କରୁଥିବାରୁ ଏକ ସିଗନାଲ୍‌ ଦେବାକୁ ଉଚିତ ମଣିଲା ବୋଲି ମଧ୍ୟ ସେ କହିଛନ୍ତି । ତେବେ ଅକ୍ଟୋବର ୭ରେ ଗାଜାରୁ ହମାସ ଆତଙ୍କବାଦୀ ଇସ୍ରାଏଲରେ ଆକ୍ରମଣ କରିବା ପରଠାରୁ ଯୁଦ୍ଧ ଜାରି ରହିଛି । ଯୁଦ୍ଧକୁ ମାସେ ବିତିବାକୁ ଯାଉଥିବା ବେଳେ ଅନେକ ଲୋକ ପ୍ରାଣ ହରାଇଲେଣି । 

ଗାଜାରେ ଇସ୍ରାଏଲ ସେନା ପକ୍ଷରୁ ଆକ୍ରମଣ ତୀବ୍ର କରାଯାଇଥିବା ବେଳେ ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ନେଇ ଅଭିଯୋଗ ହୋଇଆସିଛି । ଏଭଳି ସ୍ଥିତିକୁ ନେଇ ଦକ୍ଷିଣ ଆଫ୍ରିକା ମଧ୍ୟ ଚିନ୍ତା ପ୍ରକାଶ କରିବା ସହ ଇସ୍ରାଏଲ ବିପକ୍ଷରେ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ତେଲଅବିବରୁ ନିଜର କୂଟନୀତିଜ୍ଞଙ୍କୁ ଫେରାଇ ନେବ ବୋଲି ଘୋଷଣା କରିଛି । ତେବେ ଦକ୍ଷିଣ ଆଫ୍ରକିା ଦୀର୍ଘ ବର୍ଷ ହେଲା ପାଲେଷ୍ଟାନକୁ ଦୃଢ଼ ସମର୍ଥନ ଦେଇଆସିଛି । 

  • Israel Hamas war
  • Copyright © 2022 - Summa Real Media Private Limited. All Rights Reserved.