ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରକୃତିର କରାଳ ରୂପ: ଚିଲିକୁ ଘାରିଛି ଜଙ୍ଗଲ ନିଆଁର ବିପଦ, ଦେଶରେ ଜରୁରୀ ପରିସ୍ଥିତି ଘୋଷଣା

Image courtesy: patrika.com

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶ ଚିଲିରେ ଜଙ୍ଗରରେ ଭୟଙ୍କର ନିଆଁ ଲାଗିଛି । ଜଙ୍ଗଲ ନିଆଁ ୧୦ ଜଣଙ୍କ ଜୀବନ ନେଇଛି । ଦମକଳବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ହେଁ ନିଆଁକୁ ଆୟତ୍ତ କରିବା କଷ୍ଟସାଧ୍ୟ ହେଉଛି । ଆଉ ଏହାକୁ ନଜରରେ ରଖି ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି । ଗତକାଲି (ଶୁକ୍ରବାର) ପାଖରୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁ ଚାରିଆଡ଼କୁ ବ୍ୟାପିବାରେ ଲାଗିଛି । ବିଶେଷ କରି ‘ବିନା ଦେଲ ମାର’ ଏବଂ ବଲପରାଇସୋରେ ଭୀଷଣ ଅଗ୍ନିକାଣ୍ଡ ପର୍ଯ୍ୟଟକଙ୍କ ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିଛି । 

 ଏକର ଏକର ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଥିବା ବେଳେ ଅନେକ ସହରର ଲୋକେ ଧୂଆଁ ପାଇଁ ଅଣନିଶ୍ବାସୀ ହୋଇପଡ଼ିଛନ୍ତି । ବିଭିନ୍ନ ସ୍ଥାନର ଲୋକେ ନିଜ ଘର ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହୋଇଛନ୍ତି । ବଲପରାଇସୋ କ୍ଷେତ୍ରର ପ୍ରତିନିଧି ସୋଫିଆ ଗୋଞ୍ଜାଲେ କୋର୍ଟସ କହିଛନ୍ତି ଯେ, ଜଙ୍ଗଲ ନିଆଁରେ ପ୍ରାୟ ୧୦ ଜଣଙ୍କ ଜୀବନ ଯାଇଛି । ସେହିଭଳି ଏଷ୍ଟ୍ରେଲ୍ଲା ଏବଂ ପାବିଡାଡା ସହରରେ ପ୍ରାୟ ୩୦ଟି ଘର ଜଳିପୋଡି ପାଉଁଶ ହୋଇଯାଇଛି । ଘର ଛାଡ଼ି ଚାଲଯିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପାଇଁ ଆଉ ଏକ ସମସ୍ୟ ପାଲଟିଛି ଭାରି ଟ୍ରାଫିକ୍‌ । କାରଣ ଜୀବନ ବିକଳରେ ବହୁସଂଖ୍ୟକ ଲୋକେ ଘର ଛାଡ଼ି ଚାଲିଯିବାକୁ ଚାହୁଁଥିବା ବେଳେ ରାସ୍ତାରେ ଅସମ୍ଭାଳ ଭିଡ଼ ଜମୁଥିବା ନେଇ ସ୍ଥାନୀୟ ଲୋକେ ଏଏଫପିକୁ ସୂଚନା ଦେଇଛନ୍ତି । 

 ସେପଟେ ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଦେଶରେ ଏମର୍ଜେନ୍ସି ଜାରି କରିଥିବା ବେଳେ ନିଆଁକୁ ଆୟତ୍ତ କରିବା ଲାଗି ସମସ୍ତ ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଗ୍ରୀଷ୍ମ ପ୍ରବାହ ଏବଂ ଦକ୍ଷିଣ ଆମେରିକାରେ ଦେଖାଦେଇଥିବା ମରୁଡ଼ି ପରିସ୍ଥିତି ଲାଗି ଜଙ୍ଗଲରେ ନିଆଁ ଲାଗିଛି ବୋଲି କୁହାଯାଉଛି । ଏଲ ନିନୋ ପ୍ରଭାବରେ ଉତ୍ତାପ ବୃଦ୍ଧି ପାଉଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ଚିଲି ଏବଂ କଲମ୍ବିଆ ଗ୍ରୀଷ୍ମ ପ୍ରବାହ ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଆଗକୁ ଆର୍ଜେଣ୍ଟିନା, ପାରାଗୁଏ ଏବଂ ବ୍ରାଜିଲରେ ବିଷମ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.