ପ୍ରମୁଖ ଖବର
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଦକ୍ଷିଣ କୋରିଆର ପ୍ରଥମ ମହିଳା ଲାଞ୍ଚ ନେଇଥିବା ଅଭିଯୋଗ, ନିର୍ବାଚନ ପୂର୍ବରୁ ମୁସ୍କିଲରେ ୟୁନ୍ ସୁକ

ନୂଆଦିଲ୍ଲୀ, ୦୧/୦୨: ଏପ୍ରିଲରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ୍ ସୁକ ୟୋଲ୍ ହରଣଘଡ଼ାରେ ପଡ଼ିଛନ୍ତି । ତେବେ ୟୁନ୍ ସୁକଙ୍କ ଲାଗି ସମସ୍ୟା ସାଜିଛନ୍ତି ଖୋଦ୍ ତାଙ୍କ ପତ୍ନୀ କିମ୍ କିୟୋନ୍ । ଦକ୍ଷିଣ କୋରିଆର ପ୍ରଥମ ମହିଳା କିମ୍ କିୟୋନ୍ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ବିଶ୍ୱର ଏକ ଲୋକପ୍ରିୟ ବ୍ରାଣ୍ଡ କିମ୍ କିୟୋନଙ୍କୁ ଏକ ବ୍ୟାଗ ଉପହାର ଆକାରରେ ଦେଇଥିଲା । ୨୦୨୩ ଶେଷ ଭାଗରେ କିମ୍ କିୟୋନଙ୍କୁ ବ୍ୟାଗଟି ଉପହାର ଦିଆ ଯାଇଥିବା ବେଳେ ତାହାକୁ ସ୍ପାଏ କ୍ୟାମେରାରେ ରେକର୍ଡ କରାଯାଇଛି । ଏବେ ସର୍ଭେ ଅନୁସାରେ, ୬୯ ପ୍ରତିଶତ ମତଦାତା ଚାହୁଁଛନ୍ତି ଏହି ଦୁର୍ନୀତି ନିଜ ମୁଣ୍ଡ ଉପରକୁ ନିଅନ୍ତୁ ଖୋଦ୍ ରାଷ୍ଟ୍ରପତି ୟୁନ୍ ସୁକ୍ ।

ସ୍ପାଏ କ୍ୟାମେରାରେ ରେକର୍ଡ କରାଯାଇଥିବା କିମ୍ କିୟୋନଙ୍କ ଭିଡିଓଟି ୨୦୨୩ ଶେଷ ଭାଗରେ ଲୋକଲୋଚନକୁ ଆସିଥିଲା । ଭିଡିଓରେ କିମ୍ ଜଣେ ବ୍ୟକ୍ତିଙ୍କ ଠାରୁ ବ୍ୟାଗ ନେଉଥିବା ଦେଖା ଯାଉଛି । ତେବେ ସେତେବେଳେ କେହି କିଛି କହି ନଥିଲେ । ବର୍ତ୍ତମାନ ମାମଲାରେ ରାଷ୍ଟ୍ରପତି ୟୁନ୍ ସୁକଙ୍କ ସହଯୋଗୀ କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନଥିବାରୁ ବିରୋଧ କରୁଛନ୍ତି ।

ଦକ୍ଷିଣ କୋରିଆର ପ୍ରାୟ ସମସ୍ତ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ସାଧାରଣତଃ ଦେଖିବାକୁ ମିଳି ନଥାଏ । ରାଜନୈତିକ ଭାବେ ସକ୍ରିୟ ହେବାକୁ ସମାଜରେ ଗ୍ରହଣ କରାଯାଇ ନଥାଏ । ତେବେ ୟୁନ୍ ଓ କିମଙ୍କ କ୍ଷେତ୍ରରେ ମାମଲା କେବଳ ଉପହାରର ନୁହେଁ । କିମ୍ କେବଳ ରାଜନୈତିକ ଭାବେ ସକ୍ରିୟ ନୁହଁନ୍ତି ସେ ବିଭିନ୍ନ ପ୍ରସଙ୍ଗରେ ବି ମତ ରଖୁଛନ୍ତି ।

ପୂର୍ବରୁ ୟୁନ୍ ଦୁର୍ବଳ ଅର୍ଥନୀତି ଓ ବିଦେଶ ନୀତିକୁ ନେଇ ବିବାଦରେ ଅଛନ୍ତି । ଏବେ ଦଳ ଭିତରେ ବିରୋଧ ବଢ଼ୁଛି । ବିରୋଧୀ ସମାଲୋଚନା କରିବା ସହ ସୋସିଆଲ୍ ମିଡିଆରେ କିମ୍ କିୟୋନଙ୍କ ଭିଡିଓ ଅପଲୋଡ୍ କରାଯାଇଛି । ଭିଡିଓରେ ଉପହାର ଦିଆ ଯାଇଥିବା ବ୍ୟାଗର ମୂଲ୍ୟ ଭାରତୀୟ ମୁଦ୍ରାରେ ୧ ଲକ୍ଷ ୮୩ ହଜାର ଟଙ୍କା ବୋଲି କୁହା ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.