ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ପେନ୍‌ ରାଣୀଙ୍କ ପରକୀୟା ପ୍ରୀତିର ଖୁଲାସା କଲେ ପୂର୍ବତନ ପ୍ରେମିକ, ବିବାହର ବର୍ଷେ ପରେ ବି ପ୍ରେମରେ ବୁଡ଼ି ରହିଥିଲେ ଲେଟିଜିଆ !

Image Courtesy: wwd.com

ନୂଆଦିଲ୍ଲୀ: ସ୍ପେନ୍‌ ରାଜପରିବାରର ଗୁମର ଏବେ ପଦାରେ ପଡ଼ିଛି । ରାଣୀ ଲେଟିଜିଆଙ୍କ ପରକୀୟା ପ୍ରୀତିର ଖୁଲାସା କରିଛନ୍ତି ଖୋଦ ତାଙ୍କର ପୂର୍ବତନ ପ୍ରେମିକ । ଦୀର୍ଘ ଦିନ ଧରି ଲେଟିଜିଆଙ୍କ ଭଲ ବନ୍ଧୁ ଥିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କ ପ୍ରେମିକ ସାଜିଥିବା ଜେମି ଡେଲ ବୁର୍ଗୋ ଏ ସଂପର୍କରେ ଖୁଲାସା କରିଛନ୍ତି । ୨୦୦୪ରେ କିଙ୍ଗ ଫିଲିପେଙ୍କୁ ବିବାହ କରିବା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ପ୍ରମେ ସଂପର୍କ ଗଢ଼ି ଉଠିଥିଲା ଏବଂ ବିବାହର ବର୍ଷେ ପରେ ମଧ୍ୟ ରାଣୀ ଲେଟିଜିଆ, ଜେମି ଡେଲ ବୁର୍ଗୋଙ୍କୁ ଭୁଲି ପାରିନଥିଲେ  ।

 ପରେ ଜେମି ଡେଲ ବୁର୍ଗୋ ମଧ୍ୟ ଲେଟିଜିଆଙ୍କ ସଂପର୍କୀୟ ହୋଇଯାଇଥିଲେ । କାରଣ ସେ ଲେଟିଜିଆଙ୍କ ସାନ ଭଉଣୀଙ୍କୁ ବିବାହ କରିଥିଲେ । ଜେମି ଡେଲ ବୁର୍ଗୋ ରାଣୀ ଲେଟିଜିଆଙ୍କ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ନିଜ ପ୍ରେମ ସଂପର୍କରେ ଲେଖି ଚର୍ଚ୍ଚାକୁ ଆସିଥିଲେ । ଆଉ ଏହି ଫଟୋଟି ଲେଟିଜିଆ ତାଙ୍କ ପାଖକୁ ପଠାଇଥିଲେ ବୋଲି ସେ ସୋସିଆଲ ମିଡିଆରେ ଲେଖିଥିଲେ । ଏହା ସହ ରାଣୀ ତାଙ୍କୁ ଏକ ସାଲ ଦେଇଥିଲେ ଯାହାକୁ ସେ ଏବେ ବ୍ୟବହାର କରୁଛନ୍ତି ଏବଂ ଏହା ତାଙ୍କୁ ଲେଟିଜିଆଙ୍କୁ ମନେ ପକାଇବା ପାଇଁ ସାହାଯ୍ୟ କରୁଛି ବୋଲି ଲେଖିଥିଲେ ଜେମି ଡେଲ ବୁର୍ଗୋ । 

ତେବେ କିଙ୍ଗ ଫିଲିପେ ଏବଂ ରାଣୀ ଲେଟିଜିଆଙ୍କ ଦୁଇ ଝିଅ ଯାଥାକ୍ରମେ ୨୦୦୫ ଏବଂ ୨୦୦୭ରେ ଜନ୍ମଗ୍ରହଣ କରିଥିଲେ । ରାଜପରିବାରର ସମ୍ବାଦଦାତା ଜେମି ପେନାଫିଲ ଲେଖିଥିବା ପୁସ୍ତକରେ ମଧ୍ୟ ଦୁହିଁଙ୍କ ପ୍ରେମ କାହାଣୀ ସଂପର୍କରେ ବର୍ଣ୍ଣାନା ରହିଛି । ଜେମି ଡେଲ ବୁର୍ଗୋଙ୍କୁ ଲେଟିଜିଆ କେତେ ଭଲ ପାଆନ୍ତି କହିଥିବା ନେଇ ଏହି ପୁସ୍ତକରେ ଲେଖା ଯାଇଛି । ସେପଟେ ରାଣୀଙ୍କ ସହ ସଂପର୍କ ଅଭିଯୋଗରେ ସ୍ପେନର ସିକ୍ରେଟ ସର୍ଭିସ ତାଙ୍କ ଉପରେ ଦୀର୍ଘ ୫ ବର୍ଷ ପର୍ଯ୍ୟନ୍ତ ନଜର ରଖିଥିଲା ବୋଲି ଜେମି ଡେଲ ବୁର୍ଗୋ ଦାବି କରିଛନ୍ତି । 

ବିବାହର ପୂର୍ବ ରାତିରେ ମଧ୍ୟ ତାଙ୍କୁ ଛାଡ଼ି ନଯିବାକୁ ରାଣୀ, ଜେମି ଡେଲ ବୁର୍ଗୋଙ୍କୁ କହିଥିଲେ । ପରେ ୨୦୧୨ରେ ରାଣୀଙ୍କ ଭଉଣୀ ଟେଲମା ଓର୍ଟିଜଙ୍କୁ ସେ ବିବାହ କରିଥିଲେ ବୋଲି ଜେମି ଡେଲ ବୁର୍ଗୋ କହିଛନ୍ତି । ପୁଣି ଦୁଇ ବର୍ଷ ପରେ ସେମାନଙ୍କର ବିବାହ ବିଚ୍ଛେଦ ମଧ୍ୟ ହୋଇଯାଇଥିଲା । ପରେ ପରେ ରାଣୀ ଏବଂ ରାଜାଙ୍କୁ ଶାସନ ଭାର ପରିତ୍ୟାଗ କରିବାକୁ ପଡ଼ିଥିଲା । ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିଲେ ରାଜ ଦମ୍ପତି । ହେଲେ ପରେ ତାଙ୍କର ବଡ଼ ଝିଅ ରାଜକୁମାରୀ ଲିଓନୋର ଶାସନଗାଦିକୁ ଫେରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.