ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତୃତୀୟ ପର୍ଯ୍ୟାୟ ଛଟେଇ ନେଇ ଘୋଷଣା କଲା ସ୍ପଟିଫାଏ, ଚାକିରି ହରାଇବେ ୧୫୦୦ କର୍ମଚାରୀ

ନୂଆଦିଲ୍ଲୀ: ମ୍ୟୁଜିକ୍‌ ଷ୍ଟ୍ରିମିଂ ଜ୍ୟାଣ୍ଟ ‘ସ୍ପଟିଫାଏ’ ତୃତୀୟ ପର୍ଯ୍ୟାୟ ଛଟେଇ କରିବାକୁ ଯାଉଛି । ଏଥିରେ ୧୫ ଶହ କର୍ମଚାରୀଙ୍କୁ କମ୍ପାନି ବିଦା କରିବ ବୋଲି ଘୋଷଣା କରିଛି । ଜାନୁଆରୀରେ ୬୦୦ ଏବଂ ଜୁନ୍‌ରେ ୨୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବା ପରେ ଏବେ ପୁଣି ଥରେ ଏହାର ୧୭ ପ୍ରତିଶତ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିବ । ୨୦୨୩ ଆରମ୍ଭରୁ ଅନେକ ଟେକ ଜ୍ୟାଣ୍ଟ ଛଟେଇ କରିଥିବା ବେଳେ ଏବେ ଅନ୍ୟ କେତେକ କମ୍ପାନି ପୁଣି ଥରେ ଏହି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି  ।

  ବଡ଼ ବଡ଼ କମ୍ପାନି ଛଟେଇ ଆରମ୍ଭ କରିବା ପରେ ସ୍ପଟିଫାଏ ସିଇଓ ଡାନିଏଲ ଏକ୍‌ କହିଥିଲେ ଯେ, କମ୍ପାନି ୨୦୨୦ ଏବଂ ୨୦୨୧ରେ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା । ହେଲେ ଅଧିକ ଖର୍ଚ୍ଚ ହେବା କାରଣରୁ କମ୍ପାନି ଛଟେଇ ପାଇଁ ବାଧ୍ୟ ହୋଇଛି । ତେବେ ସ୍ପଟିଫାଏ ନିଜର ପଡକାଷ୍ଟ ବ୍ୟବସାୟରେ ଏକ ବିଲିୟନ୍‌ ଡଲାରରୁ ଅଧିକ ନିବେଶ କରିଛି । ବହୁ ଲୋକପ୍ରିୟ ସେଲିବ୍ରିଟି କିମ୍‌ କର୍ଦାସିଆନ୍‌, ବ୍ରିଟେନ ରାଜପରିବାର ସଦସ୍ୟ ପ୍ରିନ୍ସ ହ୍ୟାରୀ ଏବଂ ମେଗନ ମର୍କେଲ ଏହାର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି । ସେପଟେ କମ୍ପାନି ୨୦୩୦ ସୁଦ୍ଧା ଏକ ବିଲିୟନ୍‌ ୟୁଜରଙ୍କ ପାଖରେ ପହଞ୍ଚିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ।

 ଏବେ ସ୍ପଟିଫାଏର ୬୦୧ ମିଲିୟନ ୟୁଜର ଥିବା ବେଳେ ୨୦୨୦ରୁ ୩୪୫ ମିଲିୟନ୍‌ ୟୁଜର ବୃଦ୍ଧି ପାଇଛନ୍ତି । ତୃତୀୟ ତ୍ରୈମାସିକରେ କମ୍ପାନି ବହୁ ଲାଭ କରିଥିବା ବେଳେ ସବସ୍କ୍ରାଇବରଙ୍କ ସଂଖ୍ୟା ବଢ଼ିଛି । କମ୍ପାନିର ସିଇଓ କହିଛନ୍ତି ଯେ, ସ୍ପଟିଫାଏ ସର୍ବାଦା ଗୁଣବତ୍ତା ଉପରେ ଧ୍ୟାନ ଦେଉଛି । ସେପଟେ ଛଟେଇ କରିବା ଦ୍ବାରା କମ୍ପାନି କମ୍‌ କର୍ମଚାରୀଙ୍କ ଦ୍ବାରା ଅଧିକ ଆୟ କରିବା ଉପରେ ଧ୍ୟାନ ଦେବ । ଛଟେଇ ହେବାକୁ ଥିବା କର୍ମଚାରୀଙ୍କୁ ସୋମବାର ପାଖରୁ କମ୍ପାନି ପକ୍ଷରୁ ସୂଚନା ଦିଆଯାଉଛି । ଚାକିରି ହରାଇବାକୁ ଥିବା କର୍ମଚାରୀଙ୍କୁ ୫ ମାସର ଦରମା, ଭେକେସନ୍ ପେ ଏବଂ ସ୍ବାସ୍ଥ୍ୟ ବିମା ଦେବ କମ୍ପାନି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.