ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଶ୍ରୀମନ୍ଦିର ପ୍ରଶାସନ ଖଣିରୁ ବେଆଇନ ଉତ୍ତୋଳନ ମାମଲା: ଏନ୍‌ଜିଟିଙ୍କ ଜରିମାନା ଉପରେ ରହିତାଦେଶ

କଟକ,୦୭/୦୯: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିଜିଗଡ଼ ତାପଙ୍ଗ, ଅନ୍ଦା ଏବଂ ଝିଙ୍କିଝାରୀ  ଅଞ୍ଚଳରେ ଶ୍ରୀମନ୍ଦିର ପ୍ରଶାସନର ପ୍ରାୟ ୫୦୦ ଏକର ଜମିରୁ ବେଆଇନ ଭାବେ ଖଣି  ଉତ୍ତୋଳନକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ୧୨ କୋଟି ଟଙ୍କା ଜରିମାନା କରାଯାଇଥିଲା । ଏହି ଆଦେଶ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଏନ୍‌ଜିଟିଙ୍କ ଆଦେଶ ଉପରେ ଅନ୍ତରୀଣ  ରହିତାଦେଶ ଜାରି କରିଛନ୍ତି । ଏଥିସହ ପ୍ରତିପକ୍ଷଙ୍କୁ ନୋଟିସ୍‌ କରାଯାଇଛି । ଅକ୍ଟୋବର ୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ  ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । 

ମାମଲାରୁ ଜଣାଯାଇଛି ଯେ, ଉପରୋକ୍ତ ତିନିଟି ଅଞ୍ଚଳରେ ଶ୍ରୀମନ୍ଦିର ପ୍ରଶାସନର  ପ୍ରାୟ ୭୨ଟି ଖଣି ରହିଛି । ଯେଉଁଥିରୁ  ମାତ୍ର ୨୭ଟି ଖଣିକୁ ଚାଲିବା ପାଇଁ  ପରିବେଶ ମଞ୍ଜୁରୀ ମିଳିଥିଲା । ୨୪ଟି  ଖଣିର ଚଲାଇବା ପାଇଁ କନ୍‌ସେଣ୍ଟ୍‌ ଟୁ  ଏଷ୍ଟାବ୍ଲିସ୍‌ ନଥିଲାବେଳେ ୩୭ଟି ଖଣି  ଚଲାଇବା ପାଇଁ ଅନୁମତି(କନ୍‌ସେଣ୍ଟ  ଟୁ ଅପରେଟ୍‌) ମିଳିନଥିଲା । ଏ ନେଇ  ତାପଙ୍ଗ ଅଞ୍ଚଳର ବିଧୁଭୂଷଣ ହରିଚନ୍ଦନ ଏନ୍‌ଜିଟିରେ ଏକ ମାମଲା ରୁଜୁ କରିଥିଲେ ।  ଏନ୍‌ଜିଟି ଏହି ମାମଲାର ଶୁଣାଣି କରି ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । 

ଏହି କମିଟି ସ୍ଥିତି ଅନୁଧ୍ୟାନ କରି ଉକ୍ତ ଜମିରୁ ବେଆଇନ ଭାବେ ଖଣି ଉତ୍ତୋଳନ  କରାଯାଉଛି ବୋଲି ଏନ୍‌ଜିଟିଙ୍କୁ ଅବଗତ କରିଥିଲା। ଏଥିସହ ଯେଉଁସବୁ ସ୍ଥାନରୁ ଖଣି  ଉତ୍ତୋଳନ କରାଯାଇଛି ସେହିସବୁ ସ୍ଥାନ କିପରି ପୂର୍ବବସ୍ଥାକୁ ଫେରିବ ସେଥିପାଇଁ ୧୨  କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏନ୍‌ଜିଟି ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ଏକ ରିପୋର୍ଟ  ଦେଇଥିଲା । ଏହି ରିପୋର୍ଟ ପରେ ଏନ୍‌ଜିଟି ଶ୍ରୀମନ୍ଦିର ପ୍ରଶାସନ ଉପରେ ୧୨ କୋଟି  ଜରିମାନା ଧାର୍ଯ୍ୟ କରିବା ସହ ଏହି ଟଙ୍କା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବା ଲାଗି  ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.