ପୁରୀ, ୧୦/୧୧ : ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସମୟରେ ଠେଲାପେଲା। ସାତପାହାଚ ଓ ଘଣ୍ଟିଦ୍ଵାର ନିକଟରେ ପ୍ରବଳ ଭିଡ଼ରୁ ଠେଲାପେଲା ହୋଇଛି। ଫଳରେ ୧୦ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସମସ୍ତଙ୍କୁ ପୁରୀ ବଡ଼ ମେଡିକାଲରେ ଚିକିତ୍ସା କରାଯାଇଛି।
ସୂଚନାନୁଯାୟୀ, କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ଜମୁଛି। ମହାପ୍ରଭୁଙ୍କ ଦର୍ଶନ କରିବାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଙ୍ଗମ ହେଉଛି। ଭିଡ଼ ଯୋଗୁଁ ଆଜି ମଙ୍ଗଳ ଆଳତୀ ସମୟରେ ସାତପାହାଚ ଓ ଘଣ୍ଟିଦ୍ଵାର ନିକଟରେ ଠେଲାପେଲା ହୋଇଛି। ଫଳରେ ୧୦ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। କିଛି ଆହତଙ୍କୁ ଶ୍ରୀମନ୍ଦିର ଭିତରେ ଥିବା କାର୍ଯ୍ୟାଳୟ ରଖାଯାଇଥିଲା । ପରେ ସେମାନଙ୍କୁ ପର୍ଯ୍ୟାୟ କ୍ରମେ ଛଡାଯାଇଛି । ସେପଟେ ଠେଲାପେଲା ହୋଇନଥିବା ସ୍ପଷ୍ଟ କରିଛି ପୋଲିସ ।