ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜ୍ୟସ୍ତରୀୟ ଓକିଲ ସଂଘ କ୍ରିକେଟ ପ୍ରତିଯୋଗିତା ୨୦୨୪ ଉଦଯାପିତ

ପୁରୀ, ୧/୩ : ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମରେ ଏହି ପ୍ରତିଯୋଗିତା ୨୪/୨ତାରିଖରୁ ଆରମ୍ଭ ହୋଇ ୧/୩ରେ ଶେଷ ହୋଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୧ଟି ଦଳ ଭାଗ ନେଇଥିଲେ । ସମସ୍ତ ଦଳ ଭଲ ଖେଳ ପ୍ରଦର୍ଶନ କରିଥିବାବେଳେ ପୁରୀ ବାର ଆସୋସିଏସନ ଓ ହାଇକୋର୍ଟ ବାର ଆସୋସିଏସନ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା । ଟଚ୍ ଜିତି ହାଇକୋର୍ଟ ବାର ଆସୋସିଏସନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ନିର୍ଦ୍ଧାରିତ ୨୦ଓଭରରେ ୧୬୪ ରନର ଲକ୍ଷ୍ୟ ରଖିଥିଲେ ହାଇକୋର୍ଟ ବାର ଆସୋସିଏସନ । ଏହି ଲକ୍ଷ୍ଯକୁ ପୂରଣ କରିବାକୁ ଯାଇ ପୁରୀ ବାର ଆସୋସିଏସନ ୯୧ରନରେ ଅଲଆଉଟ ହୋଇଯାଇଥିଲେ । 

ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଆଡ଼ଭୋକେଟ ସୁକାନ୍ତ ଦଳାଇ( କଟକ), ମ୍ୟାନ ଅଫ ଦି ସିରିଜ ଭାବେ ଆଡ଼ଭୋକେଟ କାଳିଶଙ୍କର ବାରିକ(ପୁରୀ) ମନୋନୀତ ହୋଇଥିଲେ । ମ୍ୟାଚକୁ ପରିଚାଳନା କରିଥିଲେ ଓଡ଼ିଶା କ୍ରିକେଟ ଆସୋସିଏସନର ସ୍ବୀକୃତି ପ୍ରାପ୍ତ ଅମ୍ପାୟର ଦୀଲିପ ସାମଲ, ସୌମେନ୍ଦ୍ର ପାତ୍ର ଓ ବିଭୂ ପ୍ରସାଦ ଚୌଧୁରୀ । ଏହି ଉଦଯାପନୀ ଉତ୍ସବରେ ଓଡ଼ିଶା ଷ୍ଟେଟ ବାର ଆସୋସିଏସନର ଚେୟାରମ୍ୟାନ ଆଡ଼ଭୋକେଟ ସିତାଂଶୁ ମୋହନ ଦ୍ୱିବେଦୀ, ରାଜ୍ୟସଭା ସାଂସଦ ଆଡଭୋକେଟ ଶୁଭାଶିଷ ଖୁଣ୍ଟିଆ, ଚେୟାରମ୍ୟାନ୍ ୟୁଥ ଆଫୟାର୍ସ କୁନା ବିହାରୀ ଦାସ ଅତିଥି ଭାବେ ପୁରସ୍କାର ବିତରଣ କରିଥିଲେ । ଓଡ଼ିଶା ଷ୍ଟେଟ ବାର୍ ଆସୋସିଏସନ ଚେୟାରମ୍ୟାନ ଆଡ଼ଭୋକେଟ ସିତାଂଶୁ ମୋହନ ଦ୍ୱିବେଦୀ  ପୁରୀ ବାର୍ ଆସୋସିଏସନ ଶୃଙ୍ଖଳିତ  ଭାବେ ଏହି ପ୍ରତିଯୋଗିତାକୁ ସମ୍ପୂର୍ଣ୍ଣ କରିଥିବାରୁ ଆଡ଼ଭୋକେଟ ସାରଦା ପ୍ରସାଦ ସାମଲ, ଆଡ଼ଭୋକେଟ ବିଭୂତି ଶଙ୍କର ତ୍ରିପାଠୀ, କ୍ୟାପଟେନ ଆଡ଼ଭୋକେଟ ଭଗବାନ ପଢିୟାରୀଙ୍କ ସହ ପୁରୀ ବାର୍ ଆସୋସିଏସନର ସମସ୍ତ ଖେଳାଳିଙ୍କୁ  ପୁରସ୍କୃତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.