ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟ ସ୍ତରୀୟ 'ମୋ ଭାରତ ବିକଶିତ ଭାରତ @୨୦୪୭' ବକୃତା ପ୍ରତିଯୋଗୀତା ଆୟୋଜିତ, କୁମକୁମ ପ୍ରିୟଦର୍ଶିନୀ ପ୍ରଥମ ଓ ଦେବାଶିଷ ପଣ୍ଡା ତୃତୀୟ

ଭୁବନେଶ୍ଵର, ୨୧/୦୨ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କିଟ୍ ବିଶ୍ୱବିଦ୍ୟାଳୟରେ ମୋ ଭାରତ ବିକଶିତ ଭାରତ @୨୦୪୭ ରାଜ୍ୟ ସ୍ତରୀୟ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହାକୁ ନେହେରୁ ଯୁବକେନ୍ଦ୍ର ସଙ୍ଗଠନ ଓଡ଼ିଶା ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାରଙ୍କ ଆନୁକୁଲ୍ୟରେ ଆୟୋଜନ କରାଯାଇଥିଲା। ପ୍ରତ୍ୟେକ ଜିଲ୍ଲାର ଯୁବକ ଯୁବତୀମାନେ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗୀତାରେ କଳାହାଣ୍ଡି ଜିଲ୍ଲାର କୁମକୁମ ପ୍ରିୟଦର୍ଶିନୀ ସାହୁ ପ୍ରଥମ, ବାଲେଶ୍ଵର ଜିଲ୍ଲାର ଇଶାବୈଶାଖି ଗିରି ଦ୍ଵିତୀୟ, ଖୋର୍ଦ୍ଧା ଜିଲ୍ଲାର ଦେବାଶିଷ ପଣ୍ଡା ତୃତୀୟ ଓ ଜଗତସିଂହପୁର ଜିଲ୍ଲାର ଏଲିଶା ପ୍ରିୟଦର୍ଶିନୀ ଖଣ୍ଡୁଆଳ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।

କିଟ୍ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ପ୍ରମୁଖ ମଙ୍ଗଧାର  ଡ. ସ୍ମୃତି ରଞ୍ଜନ ଦାସ ଓ ମୁଖ୍ୟ ସମ୍ପାଦିକା ଡ. କାଜଲ ପରାଶର, ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ. ରମେଶ ଚନ୍ଦ୍ର ମଲ୍ଲିକ, ନେହେରୁ ଯୁବ କେନ୍ଦ୍ରର ସହ ନିର୍ଦ୍ଦେଶକ ଶକ୍ତି ସ୍ୱରୁପ ସିଂ, ସହକାରୀ ବିଭାଗ ଅଧିକାରୀ ରୋହିତ ନନ୍ଦେଶ୍ୱର ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଇଥିଲେ। ରାଜ୍ୟ ସଭା ସାଂସଦ ଶ୍ରୀ ମୁଜିବୁଲ୍ଲା ଖାନ୍ ମୁଖ୍ୟ ଅତଥିଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏକ ସ୍ୱପ୍ନର ଭାରତ ଗଠନରେ ଯୁବ ଶକ୍ତିର ଭୂମିକାକୁ ନେଇ ଏକ ଉତ୍କଣ୍ଠାମୟ ଭାବନାକୁ କିପରି ଜାଗ୍ରତ କରିପାରିବା, ତାହା ଉପରେ ଶ୍ରୀଯୁକ୍ତ ଖାନ୍ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.